ମହନ୍ତ ନୃତ୍ୟ ଗୋପାଳ ଦାସ କରୋନା ସଂକ୍ରମିତ

ମହନ୍ତ ନୃତ୍ୟ ଗୋପାଳ ଦାସ କରୋନା ସଂକ୍ରମିତ

Dailyhunt

ଆଗ୍ରା: ଅଯୋଧ୍ୟାରେ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍‌ର ମୁଖ୍ୟ ମହନ୍ତ ନୃତ୍ୟ ଗୋପାଳ ଦାସ କରୋନା ସଂକ୍ରମିତ ହୋଇଛନ୍ତି। ୮୨ ବର୍ଷୀୟ ମହନ୍ତ ଆଜି ସକାଳେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନାହିଁ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବିସ୍ତୃତ ଭାବେ ବୁଝିଛନ୍ତି ଏବଂ ଏନେଇ ମଥୁରା ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି। ମଥୁରା ଜିଲ୍ଲାପାଳ କହିଛନ୍ତି, ଆଜି ସକାଳ ପ୍ରାୟ ୬.୩୦ ସମୟରେ ମହନ୍ତ ନୃତ୍ୟ ଗୋପାଳ ହଠାତ୍‌ ପ୍ରବଳ ଜ୍ବରରେ କମ୍ପିଥିଲେ। ତାଙ୍କ ଶ୍ବାସକ୍ରିୟାରେ ମଧ୍ୟ ସମସ୍ୟା ଉପୁଜିଥିଲା। ତୁରନ୍ତ ଏକ ଡାକ୍ତରୀଦଳ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ୍‌ କରିବାପାଇଁ ପହଞ୍ଚିଥିଲେ। ଏଣ୍ଟିଜେନ୍‌ ଟେଷ୍ଟ୍‌ରୁ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ମହନ୍ତ ନୃତ୍ୟ ଗୋପାଳଙ୍କୁ ଉତ୍ତମ ଚିକିତ୍ସା ପାଇଁ ମେଦାନ୍ତ ହସ୍ପିଟାଲ୍‌ ସ୍ଥାନାନ୍ତର କରିବାପାଇଁ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି। ସେ ମଧ୍ୟ ମେଦାନ୍ତ ହସ୍ପିଟାଲ୍‌ର ଜଣେ ପ୍ରମୁଖ ହୃଦରୋଗ ବିଶେଷଜ୍ଞଙ୍କ ସହ କଥା ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ମହନ୍ତ ନୃତ୍ୟ ଗୋପାଳ ଗତ ମଙ୍ଗଳବାର ସନ୍ଧ୍ୟାରେ ଜନ୍ମାଷ୍ଟମୀ ପାଇଁ ଶ୍ରୀ କୃଷ୍ଣ ଜନ୍ମସ୍ଥାନ ମନ୍ଦିରକୁ ଆସିଥିଲେ। ଗତ ୫ ତାରିଖରେ ଅଯୋଧ୍ୟାରେ ହୋଇଥିବା ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମରେ ‌ମଧ୍ୟ ସେ ସାମିଲ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦିବେନ ପ‌ଟେଲ୍‌, ଆରଏସଏସ୍‌ ମୁଖ୍ୟ ମୋହନ ଭାଗବତଙ୍କ ସହ ମହନ୍ତ ନୃତ୍ୟ ଗୋପାଳ ଦାସ ଭୂମି ପୂଜନ କାର୍ଯ୍ୟକ୍ରମ ଦିନ ମଞ୍ଚ ଉପରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe