ବରଯାତ୍ରୀ ବାହାରିବା ପୂର୍ବରୁ ଛାତରୁ ଖସିପଡ଼ି ପୁଲିସ ବରର ମୃତ୍ୟୁ

Advertisment
ବରଯାତ୍ରୀ ବାହାରିବା ପୂର୍ବରୁ ଛାତରୁ ଖସିପଡ଼ି ପୁଲିସ ବରର ମୃତ୍ୟୁ

ମୁଜଫରନଗର: ଉତ୍ତରପ୍ରଦେଶ ମୁଜଫରନଗର ଶାହାପୁର ଥାନା କୁଟବି ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବିବାହ ପାଇଁ ପ୍ରସ୍ତୁତି ଚାଲିଥିବା ବେ‌ଳେ ଛାତରୁ ଖସି ପଡ଼ି ବରଙ୍କ ମୃତ୍ୟୁ ହୋଇଥିଲା। ମୃତ ବରଙ୍କ ନାମ ଅନୁଜ ବୋଲି ଜଣାପଡ଼ିଛି।

ଗାଁର ରବୀନ୍ଦରଙ୍କ ପୁଅ ଅନୁଜ ଦିଲ୍ଲୀ ପୁଲିସରେ ଚାକିରି କରନ୍ତି। ଅନୁଜଙ୍କ ବିବାହ ଗାଜିଆବାଦର ଲୋନିରେ ସ୍ଥିର ହୋଇଥିଲା। ବିବାହ ଲାଗି ବରଯାତ୍ରୀ ପ୍ରସ୍ତୁତ ହେଉଥିଲେ। ଘର ହସଖୁସିରେ ପୂରି ଉଠିଥିଲା। ଏହି ସମୟରେ ଅନୁଜଙ୍କ ପାଖକୁ ଏକ କଲ ଆସିଥିଲା।

ଘରେ ମାଇକ ବାଜିବା ସହିତ ଲୋକ ଗହଳି ଥିବାରୁ ସେ କଥା ହେବା ପାଇଁ  ଘର ଛାତକୁ ଚାଲିଯାଇଥିଲେ। ଛାତରେ ଚାଲି ଚାଲି କଥା ହେଉଥିବା ବେଳେ ଅସାବଧାନତା ହେତୁ ଛାତ ଧାରରେ ତାଙ୍କର ଗୋଡ ପଡ଼ି ଯାଇଥିଲା। ଆଉ ସେ ନିଜ ଉପରେ ନିୟନ୍ତ୍ରଣ ରକ୍ଷା କରି ନପାରି ତଳେ ପଡ଼ି ଯାଇଥିଲେ। ସଙ୍ଗେସଙ୍ଗେ ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନା ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନା ପାଇ ଗ୍ରାମାଞ୍ଚଳ ଏସପି ବୁଢାନା ସିଓ ଘଟଣାସ୍ଥଳକୁ ପହଞ୍ଚିଥିଲେ। ଅନୁଜଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲେ।

ଅନୁଜଙ୍କ ମୃତ୍ୟୁ ଖବର ପୂରା ଗାଁକୁ ସ୍ତବ୍ଧ କରି ଦେଇଥିବା ବେଳେ ଉଭୟ ପୁଅ ଓ ଝିଅ ଘରେ ଦୁଃଖର ପାହାଡ ଛିଣ୍ଡି ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe