ଭୟ ବଢ଼ାଉଛି ଏଚ୍‌୩ଏନ୍‌୨ ଭାଇରସ୍‌, କେନ୍ଦ୍ର ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ

ରାଜ୍ୟରେ ଏଚ୍‌୩ଏନ୍‌୨ ମାମଲା ୬୧କୁ ବୃଦ୍ଧି

ନୂଆଦିଲ୍ଳୀ : ଦେଶରେ ଭାଇରାଲ୍‌ ସଂକ୍ରମଣ ବଢ଼ିଚାଲିଛି। ଏଚ୍‌୩ଏନ୍‌୨ ଭାଇରସ୍‌ ପାଇଁ ବିଶେଷ କରି ଥଣ୍ଡା ଜ୍ବର ବଢ଼ିବାରେ ଲାଗିଛି। ଏହାକୁ ଇନଫ୍ଲୁଏଞ୍ଜା ଜ୍ବର କୁହାଯାଉଛି। ତେବେ ଏହି ଜ୍ବର ହେଲେ ଦୀର୍ଘ ଦିନ ପର୍ଯ୍ୟନ୍ତ ଲକ୍ଷଣ ରହୁଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଆଜି ଏନେଇ ବଡ଼ ହସ୍ପିଟାଲର ସ୍ବାସ୍ଥ୍ୟ ଅଧିକାରୀ ଏବଂ ବିଶେଷଜ୍ଞଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି।

ରାମ ମନୋହର ଲୋହିଆ ହସ୍ପିଟାଲର ଡାକ୍ତର ଅଜୟ ଶୁକ୍ଳା ମଧ୍ୟ ଏହି ବୈଠକରେ ଯୋଗ ଦେଇଛନ୍ତି। ବୈଠକ ପରେ ଡାକ୍ତର ଶୁକ୍ଳା କହିଛନ୍ତି, ସ୍ବାସ୍ଥ୍ୟ ସେବା ଡିଜି ଆଜି ଆରଏମଏଲ, ସଫଦରଜଙ୍ଗ ସମେତ ସମସ୍ତ ବଡ଼ କେନ୍ଦ୍ର ସରକାରୀ ହସ୍ପିଟାଲର ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ବୈଠକ କରିଛନ୍ତି। ମେଡିସିନ୍‌, ପୁଲ୍‌ମୋନାରି ମେଡିସିନ୍‌ ବିଶେଷଜ୍ଞଙ୍କ ଦ୍ବାରା ଏହି ବୈଠକ ହୋଇଛି। ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍‌ କିମ୍ବା ଅନ୍ୟାନ୍ୟ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ରହିଛି ସେମାନଙ୍କୁ ସତର୍କ ରହିବାକୁ ବିଶେଷଜ୍ଞମାନେ କହିଛନ୍ତି। ଗହଳି ସ୍ଥାନକୁ ଗଲେ ମାସ୍କ ପିନ୍ଧିବାପାଇଁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ଉକ୍ତ ଭାଇରସ୍‌ ପାଇଁ ଦୀର୍ଘ ଦିନ ଧରି ଅସୁସ୍ଥତା ଲାଗି ରହୁଥିବାରୁ ଏଥିପାଇଁ ଭୟ ବଢ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe