କିବ୍‌ ଗସ୍ତରେ ଜାତିସଂଘ ମୁଖ୍ୟ: କିବ୍‌କୁ ସାମରିକ ସହଯୋଗ ପାଇଁ ନା‌ଟୋର ଘୋଷଣା, ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିପାରେ

Advertisment
କିବ୍‌ ଗସ୍ତରେ ଜାତିସଂଘ ମୁଖ୍ୟ: କିବ୍‌କୁ ସାମରିକ ସହଯୋଗ ପାଇଁ ନା‌ଟୋର ଘୋଷଣା, ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିପାରେ

କିବ୍‌: ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁ‌ଟେରେସ୍‌ ଆଜି କିବ୍‌ ଗସ୍ତ କରିଛନ୍ତି। ଗୁ‌ଟେରେସ୍‌ ଏବଂ ତାଙ୍କ ଟିମ୍‌ ଆଜି ଯୁଦ୍ଧ ପ୍ରବଣ ବୁସା ଏବଂ ବୋରଡିଆଙ୍କା ବୁଲିଛନ୍ତି। ବୁସାରେ ଗଣ କବର୍‌ ନିକଟରେ ଗୁଟେରେସ୍‌ କହିଛନ୍ତି, ଯୁଦ୍ଧ ହେଉଛି ସବୁଠୁ ବଡ଼ ଅପରାଧ। ଗୁଟେରେସ୍‌ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଏବଂ ବିଦେଶ ମନ୍ତ୍ରୀ ଡିମିଟ୍ରୋ କୁଲେବାଙ୍କ ସହ ବିସ୍ତୃତ ଆଲୋଚନା କାର୍ଯ୍ୟକ୍ରମ ରହିଛି। ୟୁକ୍ରେନ୍‌ ଆକ୍ରମଣରେ ସମ୍ଭାବ୍ୟ ଯୁଦ୍ଧ ଅପରାଧ ନେଇ ଆଇସିସି ( ଅନ୍ତର୍ଜାତୀୟ ଅପରାଧ କୋର୍ଟ) ତଦନ୍ତରେ ରୁଷ୍‌ ସହଯୋଗ କରିବାପାଇଁ ଗୁଟେରେସ୍‌ ଅନୁରୋଧ କରିଛନ୍ତି। ଗୁଟେରେସ୍‌ କହିଛନ୍ତି, ଆଇସିସିକୁ ମୁଁ ପୂର୍ଣ୍ଣ ସମର୍ଥନ କରୁଛି ଏବଂ ରୁଷ୍‌ ମଧ୍ୟଏହାକୁ ଗ୍ରହଣ କରିବାପାଇଁ ଅନୁରୋଧ କରୁଛି। ଉଲ୍ଲେଖଯୋଗ୍ୟ, ଗୁ‌ଟେରେସ୍‌ ମଙ୍ଗଳବାର ରୁଷ୍‌ ଗସ୍ତରେ ଯାଇ ପୁଟିନଙ୍କୁ ସାକ୍ଷାତ କରିଥିଲେ। ଅନ୍ୟପକ୍ଷେ ନାଟୋ କହିଛି ଏହା ରୁଷ୍‌ ବିରୋଧୀ ଲଢ଼େଇରେ ୟୁକ୍ରେନ୍‌କୁ ବର୍ଷ ବର୍ଷ ଧରି ସହଯୋଗ କରିବ। ନାଟୋ‌ ମେଣ୍ଟର ମହାନିର୍ଦ୍ଦେଶକ ଜେନ୍ସ ଷ୍ଟୋଲେନବର୍ଗ ଆଜି ଏହି ଟିପ୍ପଣୀ ଦେଇଛନ୍ତି। ଷ୍ଟୋଲେନବର୍ଗ କହିଛନ୍ତି, ଏହି ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିବା ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe