ସରକାରଙ୍କୁ ଜବାବ ଦାଖଲ ପାଇଁ କହିଲେ ହାଇକୋର୍ଟ, ପୀଡ଼ିତାଙ୍କ ପରିବାରକୁ ଜିଲ୍ଲାପାଳଙ୍କ ଧମକାଇବା ଭିଡିଓ ଭାଇରାଲ

Advertisment
ସରକାରଙ୍କୁ ଜବାବ ଦାଖଲ ପାଇଁ କହିଲେ ହାଇକୋର୍ଟ, ପୀଡ଼ିତାଙ୍କ ପରିବାରକୁ ଜିଲ୍ଲାପାଳଙ୍କ ଧମକାଇବା ଭିଡିଓ ଭାଇରାଲ

ଲକ୍ଷ୍ନୌ: ହାଥରାସ୍‌ ଗଣଦୁଷ୍କର୍ମ ନେଇ ଆହ୍ଲାବାଦ ହାଇକୋର୍ଟ ନିଜ ଆଡ଼ୁ ମାମଲାକୁ ଗ୍ରହଣ କରି ସରକାରଙ୍କୁ ନୋଟିସ୍‌ କରିଛନ୍ତି। ଅକ୍ଟୋବର ୧୨ ତାରିଖ ସୁଦ୍ଧା ଏହି ମାମଲାରେ ଜବାବ ଦାଖଲ ପାଇଁ ରାଜ୍ୟ ମୁଖ୍ୟଶାସନ ସଚିବ, ପୁଲିସ ମୁଖ୍ୟ ଏବଂ ହଠରାସ ଜିଲ୍ଲାପାଳଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ଜିଲ୍ଲାପାଳ ପ୍ରବୀଣ କୁମାର ହାଥରାସ୍‌ ପୀଡ଼ିତାଙ୍କ ବାପାଙ୍କୁ ଧମକାଉଥିବାର ଏକ ଭିଡିଓ ଆଜି ଭାଇରାଲ୍‌ ହେବାରେ ଲାଗିଛି। ଜିଲ୍ଲାପାଳ ପ୍ରବୀଣ କୁମାର ପୀଡ଼ିତାଙ୍କ ବାପାଙ୍କୁ କହୁଛନ୍ତି, ଗଣମାଧ୍ୟମର ଅଧା ଲୋକ ଆଜି ନାହନ୍ତି। ଅନ୍ୟମାନେ କିଛି ଦିନ ପରେ ତୁମ ସହ ନଥିବେ। କେବଳ ଆମେ ହିଁ ତୁମ ସହ ରହିବୁ। ତେଣୁ ତୁମେ ତୁମ ମନ୍ତବ୍ୟ ବଦଳା‌ଇବ କି ନାହିଁ ତାହା ତୁମ ଉପରେ ନିର୍ଭର କରୁଛି। ବିଳମ୍ବିତ ରାତିରେ ପୀଡ଼ିତାଙ୍କ ଶବଦାହ କରାଯିବାରୁ ଏହାକୁ ନେଇ ବିବାଦ ବଢ଼ିଛି। ହଠରାସ୍‌ ଜିଲ୍ଲା ପ୍ରଶାସନ ଏବଂ ଉତ୍ତରପ୍ରଦେଶ ପୁଲିସ ଏ ନେଇ କଡ଼ା ସମାଲୋଚନାର ଶିକାର ହୋଇଛି। ପୁଲିସ ପୀଡ଼ିତା ପରିବାରର ବିନା ପରାମର୍ଶରେ ରାତି ଅଧିଆ ଶବଦାହ କରିଦେଇଥିଲା। ପୀଡ଼ିତାଙ୍କ ପରିବାର ସଦସ୍ୟ ଏହା ଅଭିଯୋଗ କରିବାକୁ ବିବାଦ ଘନେଇଛି। ତେବେ ଜିଲ୍ଲାପାଳ ପୀଡ଼ିତାଙ୍କ ବାପାଙ୍କୁ ଏହି ମନ୍ତବ୍ୟ ବଦଳାଇବାକୁ ଧମକ ଦେଉଥିଲେ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe