ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ: ମାରାତ୍ମକ ରୋଗରେ ପୀଡ଼ିତ ବନ୍ଦୀମାନେ ଗୃହବନ୍ଦୀ ଭାବେ ରହନ୍ତୁ

Advertisment
ମହିଳା ବିଚାରପତିଙ୍କୁ ହଇରାଣ କରୁଥିବା ଓକିଲଙ୍କୁ ଅଦାଲତ ଅବମାନନା ନୋଟିସ

କୋଲକାତା : ମାରାତ୍ମକ ରୋଗରେ ପୀଡ଼ିତ ବନ୍ଦୀମାନଙ୍କୁ ଗୃହବନ୍ଦୀ ଭାବେ ରଖାଯାଉ। କାରଣ ଦୁରାରୋଗରେ ପୀଡ଼ିତ ବନ୍ଦୀଙ୍କୁ ସହାନୁଭୂତିଶୀଳ ଚିକିତ୍ସାର ଆବଶ୍ୟକତା ରହିଛି। ବନ୍ଦୀଗୃହର ଚାରିକାନ୍ଥ ଅପେକ୍ଷା ସେମାନେ ପରିବାର ଏବଂ ପ୍ରିୟଜନଙ୍କ ଗହଣରେ ଶାନ୍ତିରେ ଶେଷନିଶ୍ବାସ ତ୍ୟାଗ କରିବେ। ଏହାହିଁ ମାନବିକତାର ପରିଚୟ। ବିଭିନ୍ନ ଜେଲ୍‌ରେ ବନ୍ଦୀ ଜୀବନ କାଟୁଥିବା ଏହିଭଳି ବନ୍ଦମାନଙ୍କୁ ନିଜ ଘରକୁ ଯିବା ପାଇଁ ଅନୁମତି ଦିଅନ୍ତୁ ବୋଲି କୋଲକାତା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଗତ ଅକ୍ଟୋବର ୯ ତାରିଖରେ ହାଇକୋର୍ଟରେ ହୋଇଥିବା ଏକ ଆବେଦନର ଶୁଣାଣି କରି ମୁଖ୍ୟ ବିଚାରପତି ଥୋତ୍ତାଥିଲ୍‌ ବି ରାଧାକ୍ରିଷ୍ଣନ୍‌ ଏବଂ ବିଚାରପତି ଅରିଜିତ ବାନାର୍ଜୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟରେ ଥିବା ଜେଲ୍‌ଗୁଡ଼ିକରେ ମାରାତ୍ମକ ରୋଗରେ ଆକ୍ରାନ୍ତ ବନ୍ଦୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସେମାନଙ୍କ ପ୍ରିୟ ପରିଜନଙ୍କ ନିକଟକୁ ପଠାଇ ଦିଅ। ସେମାନଙ୍କ ସମସ୍ତ ଠିକଣା ପୁଲିସ ନିକଟରେ ରହିବ ଏବଂ ସେମାନେ ଗୃହବନ୍ଦୀ ଭାବେ ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe