ହାଇକୋର୍ଟଗୁଡ଼ିକୁ ନିରୁତ୍ସାହିତ କରିହେବନି, ଗଣମାଧ୍ୟମକୁ ବାରଣ କରାଯାଇପାରିବ ନାହିଁ

ଛାଡ଼ପତ୍ର ପାଇଁ ସହମତ ଦମ୍ପତିଙ୍କ ଲାଗି ୬ ମାସ ବାଧ୍ୟତାମୂଳକ ପ୍ରତୀକ୍ଷା ସର୍ତ୍ତ ଅନାବଶ୍ୟକ

Image Courtesy of India Today

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟ ଦେଇଥିବା ଟିପ୍ପଣୀକୁ ଆୟୋଗ ସକାରାତ୍ମକ ଢଙ୍ଗରେ ଗ୍ରହଣ କରିବାକୁ ଆଜି ସୁପ୍ରିମକୋର୍ଟ କହିଛନ୍ତି। ଏଥି ସହିତ ହାଇକୋର୍ଟଗୁଡ଼ିକ ଗଣତନ୍ତ୍ରର ପ୍ରମୁଖ ସ୍ତମ୍ଭ ହୋଇଥିବାରୁ ସେମାନଙ୍କୁ କୌଣସିମତେ ନିରୁତ୍ସାହିତ କରିହେବନି ବୋଲି ମଧ୍ୟ ଜଷ୍ଟିସ ଡି ଵାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ଟିପ୍ପଣୀ କରିଛନ୍ତି। କୋଭିଡ୍‌ ସଂକ୍ରମଣ ପରିପ୍ରେକ୍ଷୀରେ ତାମିଲନାଡ଼ୁର କାରୁର ବିଧାନସଭା ମଣ୍ଡଳୀ ପାଇଁ ମେ ୨ ତାରିଖର ଭୋଟଗଣତିକୁ ଅବାଧ, ନିର୍ବିବାଦୀୟ ଓ ନିରପେକ୍ଷ କରିବା ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ଲାଗି ଆଗତ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ମାଡ୍ରାସ ହାଇକୋର୍ଟ ଦ୍ବିତୀୟ ଲହର ସଂକ୍ରମଣର ଭୟାବହତା ପାଇଁ ଭାରତର ନିର୍ବାଚନ ଆୟୋଗଙ୍କୁ ଦାୟୀ କରିଥିଲେ। ଏଭଳି ଦୂରଦୃଷ୍ଟି ଅଭାବ ପାଇଁ ଅଦାଲତ କଡ଼ା ଭାଷାରେ ଭର୍ତ୍ସନା କରିବା ସହ ନିର୍ବାଚନ ଆୟୋଗଙ୍କୁ ଦେଶର ସବୁଠୁ ଦାୟିତ୍ବହୀନ ଅନୁଷ୍ଠାନ ଭାବେ ଅଭିହିତ କରିଥିଲେ।

ଏପରିକି ସଂକ୍ରମଣଜନିତ ମୃତ୍ୟୁ ପାଇଁ ସଂପୃକ୍ତ ନିର୍ବାଚନ ଅଧିକାରୀମାନେ ହତ୍ୟା ଅପରାଧରେ ଗିରଫ ହେବା ଉଚିତ ବୋଲି ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ବାନାର୍ଜୀଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଟିପ୍ପଣୀ କରିଥିଲେ। ତେବେ ମାଡ୍ରାସ ହାଇକୋର୍ଟଙ୍କ ଏଭଳି ଟିପ୍ପଣୀରେ ନିର୍ବାଚନ ଆୟୋଗ ମର୍ମାହତ ବୋଲି କହିବା ସହ ଏଭଳି ମାମଲାର ଶୁଣାଣି ବେଳେ ହାଇକୋର୍ଟଙ୍କୁ ସଂଯମ ରକ୍ଷା ଲାଗି ସୁପ୍ରିମକୋର୍ଟ ପରାମର୍ଶ ଦେବା ଲାଗି ନିର୍ବାଚନ ଆୟୋଗ ନିବେଦନ କରିଥିଲେ।

ନୂଆଦିଲ୍ଲୀ: ଉଚ୍ଚ ନ୍ୟାୟାଳୟମାନଙ୍କରେ କୌଣସି ମାମଲାର ଶୁଣାଣି ଅବସରରେ ହେଉଥିବା ସେ ସଂକ୍ରାନ୍ତ ବିଶଦ ଆଲୋଚନାକୁ ଗଣମାଧ୍ୟମରେ ପ୍ରକାଶ କରିବାରୁ ଆଦୌ ବାରଣ କରିହେବନାହିଁ ବୋଲି ଆଜି ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ରୋକଠୋକ ଶୁଣାଇଛନ୍ତି। ଶୁଣାଣି ବେଳେ ଅଦାଲତରେ ହେଉଥିବା ମୌଖିକ ଆଲୋଚନାର ସବିଶେଷ ବିବରଣୀ ଅନ୍ୟମାନଙ୍କ ପାଇଁ ସମ୍ପୂର୍ଣ୍ଣ ଅପହଞ୍ଚ ହୋଇଥିବା ବେଳେ ସେଗୁଡ଼ିକର ପ୍ରଘଟ ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁମତି ନଦେବାକୁ ନିର୍ବାଚନ ଆୟୋଗ ଅଦାଲତଙ୍କୁ ନିବେଦନ କରିଥିଲେ। ଦେଶରେ କୋଭିଡ୍‌ ସଂକ୍ରମଣ ଭୟାନକ ସ୍ଥିତିରେ ଥିଲା ବେଳେ ନିର୍ବାଚନ ପ୍ରଚାର ଶୋଭାଯାତ୍ରା ଅନୁମତି ଦେଇଥିବା ସଂପୃକ୍ତ ନିର୍ବାଚନ ଅଧିକାରୀମାନେ ସଂକ୍ରମଣଜନିତ ମୃତ୍ୟୁ ପାଇଁ ହତ୍ୟା ଅପରାଧରେ ଗିରଫ ହେବା ଉଚିତ ବୋଲି ମାଡ୍ରାସ ହାଇକୋର୍ଟ କରିଥିବା ଟିପ୍ପଣୀକୁ ଚ୍ୟାଲେଞ୍ଜ୍‌ କରି ନିର୍ବାଚନ ଆୟୋଗ ଏପରି ନିବେଦନ କରିଥିଲେ।

ତେବେ ସୁପ୍ରିମକୋର୍ଟର ଜଷ୍ଟିସ ଡି ଵାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ଏଭଳି ରିପୋର୍ଟ କରିବାରୁ ଗଣମାଧ୍ୟମକୁ ନିବୃତ୍ତ କରିହେବନି ବୋଲି କହିଥିଲେ। ରାୟ ଯେଭଳି ଗୁରୁତ୍ବପୂର୍ଣ୍ଣ, ଶୁଣାଣି ବେଳେ ବିଚାରପତି ଓ ଓକିଲଙ୍କ ବାର୍ତ୍ତାଳାପ ମଧ୍ୟ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ସେତିକି ଗୁରୁତ୍ବପୂର୍ଣ୍ଣ। ସୁତରାଂ ସେମାନଙ୍କୁ ଏଥିପାଇଁ ବାରଣ କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe