new indian express
ଆନ୍ଧ୍ର ପ୍ରଦେଶ: ତିଲ୍ଲୋର ଜିଲ୍ଲାର ଆତ୍ମକୁଋ ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଜଣେ ବ୍ୟକ୍ତି ନିଜ ସ୍ତ୍ରୀର ଆତ୍ମହତ୍ୟା କରୁଥିବା ଦୃଶ୍ୟକୁ ଭିଡିଓ ରେକର୍ଡିଂ କରି ତାଙ୍କ ବାପଘର ଲୋକଙ୍କୁ ପଠାଇବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ମୋବାଇଲ ଜବତ କରିଛି। ମଙ୍ଗଳବାର ରାତିରେ ଏହି ଘଟଣା ଘଟିଥିଲା। ପଞ୍ଚୈଲୈୟା (୩୮) ଏକ ଏଟିଏମ୍ରେ ସୁରକ୍ଷା ଗାର୍ଡ ଭାବେ କାମ କରନ୍ତି। ସେ ତାଙ୍କ ସ୍ତ୍ରୀ କୋଣ୍ଡମ୍ମା(୩୧)ଙ୍କ ଚରିତ୍ରକୁ ସନ୍ଦେହ କରି ନିର୍ଯାତନା ଦେଉଥିଲେ। ବାରମ୍ବାର ତାଙ୍କୁ ବିବାହୋତ୍ତର ସମ୍ବନ୍ଧ ରଖୁଥିବା ଅଭିଯୋଗ କରୁଥିଲେ। ବିବାହର ୧୩ ବର୍ଷ ପରେ ଦୁଇଟି ସନ୍ତାନର ଜନନୀ କୋଣ୍ଡମ୍ମା ସ୍ବାମୀଙ୍କ ଏଭଳି ବ୍ୟବହାରରେ ଅତ୍ୟନ୍ତ ଦୁଃଖୀ ଥିଲେ। ମଙ୍ଗଳବାର ରାତିରେ ସେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ।
ସେ ଆତ୍ମହତ୍ୟା କରୁଥିବା ସମୟର ଦୃଶ୍ୟକୁ ପଞ୍ଚୈଲୈୟା ଭିଡିଓ ରେକର୍ଡିଂ କରିଥିଲେ। ପୁଲିସ ଜବତ କରିଥିବା ମୋବାଇଲରେ କୋଣ୍ଡମ୍ମାଙ୍କ ଆତ୍ମହତ୍ୟା ବେଳର ଦୃଶ୍ୟ ଭିଡିଓ ରେକର୍ଡିଂ ହୋଇଛି। ଭିଡିଓରେ କୋଣ୍ଡମ୍ମା କିଭଳି ଫ୍ୟାନ୍ରେ ଶାଢ଼ି ବାନ୍ଧି ବେକରେ ଲଗାଇ ଆତ୍ମହତ୍ୟା କରିବା ଦୃଶ୍ୟ ସହ ଉଭୟଙ୍କ କଥୋପକଥନ ବି ରେକର୍ଡିଂ ହୋଇଛି। ଅଭିଯୁକ୍ତ ପତ୍ନୀକୁ ଆତ୍ମହତ୍ୟା କରିବା ପାଇଁ ବାରଣ କରିବା ପରିବର୍ତ୍ତେ ଶୀଘ୍ର କର ବୋଲି କହିଛି। ସେହି ଭିଡିଓକୁ ତାର ଭାଇକୁ ଦେଖାଇବା ପାଇଁ କହିଛି। ଭିଡିଓଟିକୁ କୋଣ୍ଡମ୍ମାଙ୍କ ବାପା ମାଙ୍କ ପାଖକୁ ପଠାଇ ଦେଇଥିଲା। ଭିଡିଓ ଦେଖି ସେମାନେ ପୁଲିସକୁ ଖବର ଦେଇଥିଲେ। ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ପୁଲିସ ପଞ୍ଚୈଲୈୟାକୁ ଗିରଫ କରିଛି।
Follow Us