ପିଓକେ ଯିବନି ଚାମ୍ପିଅନ୍ସ ଟ୍ରଫି, ଆଇସିସି ଲଗାଇଲା କଟକଣା

Advertisment

୨୦୨୫ ଚାମ୍ପିୟନ୍ସ ଟ୍ରଫିକୁ ନେଇ ବିବାଦ ବଢିବାରେ ଲାଗିଛି । ପୂର୍ବରୁ ଭାରତ ଏହି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପାକିସ୍ତାନୀ ଯିବାକୁ ମନା କରିବା ପରେ ଏବେ ପାକିସ୍ତାନର ଆଉ ଏକ ଚକ୍ରାନ୍ତକୁ ପଣ୍ଡ କରିଦେଇଛି ଆଇସିସି । ଟାମ୍ପିଅନ୍ସ ଟ୍ରଫିର ପିଓକେ ଗସ୍ତ ଉପରେ କଟକଣା ଲଗାଇଛି ଆଇସିସି ।

Updated On

୨୦୨୫ ଚାମ୍ପିୟନ୍ସ ଟ୍ରଫିକୁ ନେଇ ବିବାଦ ବଢିବାରେ ଲାଗିଛି । ପୂର୍ବରୁ ଭାରତ ଏହି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପାକିସ୍ତାନୀ ଯିବାକୁ ମନା କରିବା ପରେ ଏବେ ପାକିସ୍ତାନର ଆଉ ଏକ ଚକ୍ରାନ୍ତକୁ ପଣ୍ଡ କରିଦେଇଛି ଆଇସିସି । ଟାମ୍ପିଅନ୍ସ ଟ୍ରଫିର ପିଓକେ ଗସ୍ତ ଉପରେ କଟକଣା ଲଗାଇଛି ଆଇସିସି ।

ଅଦ୍ୟତନ ହୋଇଛି
pok

ଲାହୋର: ୨୦୨୫ ଚାମ୍ପିୟନ୍ସ ଟ୍ରଫିକୁ ନେଇ ବିବାଦ ବଢିବାରେ ଲାଗିଛି । ପୂର୍ବରୁ ଭାରତ ଏହି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପାକିସ୍ତାନୀ ଯିବାକୁ ମନା କରିବା ପରେ ଏବେ ପାକିସ୍ତାନର ଆଉ ଏକ ଚକ୍ରାନ୍ତକୁ ପଣ୍ଡ କରିଦେଇଛି ଆଇସିସି । ଟାମ୍ପିଅନ୍ସ ଟ୍ରଫିର ପିଓକେ ଗସ୍ତ ଉପରେ କଟକଣା ଲଗାଇଛି ଆଇସିସି ।

କଥା ହେଉଛି ପାକିସ୍ତାନ କ୍ରିକେଟ ବୋର୍ଡ ଚାମ୍ପିଅନ୍ସ ଟ୍ରଫିର ଏକ ଟୁର୍ ଆୟୋଜନ କରିଥିଲା । ଏହି କାର୍ଯ୍ୟକ୍ରମ ଅନୁସାରେ ଟ୍ରଫି ପାକିସ୍ତାନର ବିଭିନ୍ନ ସହର ଗସ୍ତ କରିବ । ଏସବୁ ସହର ମଧ୍ୟରେ ପାକିସ୍ତାନ ଅଧିକୃତ କଶ୍ମୀରର ୩ୟ ସହର ଥିଲା । କିନ୍ତୁ ଭାରତର ବିରୋଧ ପାଇଁ ଆଇସିସି ଏହି ଗସ୍ତ ପାଇଁ ଅନୁମତି ଦେଇନାହିଁ । ଚାମ୍ପିୟନ୍ସ ଟ୍ରଫି କୌଣସି ବିବାଦୀୟ ସ୍ଥାନକୁ ଯିବ ନାହିଁ ବୋଲି ଆଇସିସି ସ୍ପଷ୍ଟ ଭାବେ କହିଛି।

ନଭେମ୍ବର ୧୪ ତାରିଖ ସନ୍ଧ୍ୟାରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଘୋଷଣା କରିଥିଲା ଯେ ଚାମ୍ପିୟନ୍ସ ଟ୍ରଫି ଇସଲାମାବାଦରେ ପହଞ୍ଚିଛି। ଏହାପରେ ନଭେମ୍ବର ୧୬ରୁ ନଭେମ୍ବର ୨୪ ପର୍ଯ୍ୟନ୍ତ ଟ୍ରଫି ସମଗ୍ର ପାକିସ୍ତାନରେ ବୁଲିବ। ପିସିବି ନିଜ ସୋସିଆଲ ମିଡିଆରେ ଏହି ସୂଚନା ସେୟାର କରି କହିଥିଲା ଯେ ଟ୍ରଫି ସ୍କାର୍ଦୁ, ମାରି, ହୁଞ୍ଜା ଏବଂ ମୁଜାଫରାବାଦ ଭଳି ସ୍ଥାନ ପରିଦର୍ଶନ କରିବ। ଏହି ୪ଟି ସ୍ଥାନ ମଧ୍ୟରୁ କେବଳ ମାରି ପାକିସ୍ତାନର ଅଂଶ। ଅନ୍ୟ ତିନୋଟି ସ୍ଥାନ, ସ୍କାର୍ଦୁ, ହୁଞ୍ଜା ଏବଂ ମୁଜାଫରାବାଦ ପିଓକେରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe