୧୦ ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ କଲା ଆଇଏମ୍‌ଡି

Advertisment
ସୃଷ୍ଟି ହେଲା ଆଉ ଏକ ଲଘୁଚାପ; ଉତ୍ତର ଓ ଉପକୂଳରେ ପ୍ରବଳ ବର୍ଷିଲା, ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ନୂଆଦିଲ୍ଲୀ: ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ୧୦ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମ୍‌ଡି)। ଗୁଜରାଟ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ ସମେତ କେତେକ ରାଜ୍ୟରେ ମୌସୁମୀ ଚଳିତ ବର୍ଷ ଉପେକ୍ଷିତ ସମୟ ସୀମାଠାରୁ ଆଗରେ ରହିଛି। ଲଗାଣ ବର୍ଷା ଲାଗି ରହିଥିବାରୁ ଏବେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଥିବାବେଳେ ଚାରିଆଡ଼େ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହୋଇଛି। ଏହିଭଳି ସ୍ଥିତି ଆଗାମୀ ଚାରି ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଇଏମ୍‌ଡି ସତର୍କ କରାଇଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ସମ୍ପ୍ରତି ଏକ ନିମ୍ନଚ‌ାପ ଦକ୍ଷିଣ-ପଶ୍ଚିମ ଝାଡ଼ଖଣ୍ଡ ଏବଂ ଛତିଶଗଡ଼ର ଉତ୍ତରରେ ବାତ୍ୟା ପରିସ୍ଥିତି ସୃଷ୍ଟି କରୁଛି। ଆଗାମୀ ୨୪ ଘଣ୍ଟା ଭିତରେ ଏହି ନିମ୍ନଚାପ ଦୁର୍ବଳ ହେବ ଏବଂ ପରବର୍ତ୍ତୀ ତିନିଦିନରେ ପଶ୍ଚିମ-ଉତ୍ତର-ପଶ୍ଚିମ, ଉତ୍ତର ଛତିଶଗଡ଼ ଏବଂ ଉତ୍ତର ମଧ୍ୟପ୍ରଦେଶରେ ବାତ୍ୟା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ୨୪ ତାରିଖ ସନ୍ଧ୍ୟାରେ ପୂର୍ବ-ମଧ୍ୟ ବଙ୍ଗୋପସାଗର ଲଘୁଚାପ ଦୁର୍ବଳ ହେବ। ଫଳରେ ୨୫ ତାରିଖରୁ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ନିମ୍ନଚାପ କାରଣରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନ ଓ ଗୁଜରାଟରେ ବିକ୍ଷିପ୍ତ ଭାବେ ବର୍ଷା ହେବ। ଛତିଶଗଡ଼, ବିଦର୍ଭ ଏବଂ ମଧ୍ୟପ୍ରଦେଶରେ ୨୪ ତାରିଖରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଉତ୍ତରାଖଣ୍ଡରେ ୨୬ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe