ଏସିଆରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ବଢ଼ୁଛି: ୮୦ ବିପର୍ଯ୍ୟୟ ନେଲାଣି ୫ ହଜାର ଜୀବନ, ୫୦ ନିୟୁତ ପ୍ରଭାବିତ

Advertisment
ଏସିଆରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ବଢ଼ୁଛି: ୮୦ ବିପର୍ଯ୍ୟୟ ନେଲାଣି ୫ ହଜାର ଜୀବନ, ୫୦ ନିୟୁତ ପ୍ରଭାବିତ

ଜାତିସଂଘ : ଏସିଆରେ ଚରମ ଜଳବାୟୁ ପରିବର୍ତ୍ତନର ପ୍ରଭାବ ବଢ଼ୁଛି। ଡବ୍ଲ୍ୟୁଏମ୍‌ଓ (ବିଶ୍ବ ପାଣିପାଗ ସଂଗଠନ) ଏକ ନୂଆ ରିପୋର୍ଟ ଅନୁଯାୟୀ ବିଶ୍ବ ହାରାହାରିଠାରୁ ଏସିଆ ମହାଦେଶ ଅଧିକ ଉତ୍ତପ୍ତ ହେଉଛି। ଏସିଆ ଅତି ଭୟଙ୍କର ଭାବେ ଉତ୍ତପ୍ତ ହେଉଛି। ୧୯୬୦-୧୯୯୦ ମସିହା ମଧ୍ୟରେ ଏସିଆ ଯେଉଁଭଳି ଉତ୍ତପ୍ତ ଥିଲା ତାହା ୧୯୯୧-୨୦୨୨ ମଧ୍ୟରେ ଦ୍ବିଗୁଣା ବଢ଼ିଛି।

୨୦୨୨ରେ ଏସିଆରେ ୮୧ଟି ବିପର୍ଯ୍ୟୟ ହୋଇଛି। ଏଥିରୁ ୮୩ ପ୍ରତିଶତ ବନ୍ୟା ଏବଂ ବାତ୍ୟା ଯୋଗୁଁ ହୋଇଛି। ଏହି ବିପର୍ଯ୍ୟୟରେ ୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ୫୦ ନିୟୁତରୁ ଅଧିକ ଲୋକଙ୍କ ଜୀବନ ସିଧାସଳଖ ଭାବେ ପ୍ରଭାବିତ ହୋଇଛି। ୯୦ ପ୍ରତିଶତ ମୃତ୍ୟୁ କେବଳ ବନ୍ୟା ଯୋଗୁଁ ହୋଇଛି। ବିପର୍ଯ୍ୟୟ ଯୋଗୁଁ ୩୬ ବିଲିଅନ୍‌ ଆମେରିକୀୟ ଡଲାରରୁ ଅଧିକ କ୍ଷୟକ୍ଷତି ହୋଇଛି। ଏଥିସହ ଏସିଆର ଏକ ବୃହତ୍‌ ଶୁଷ୍କ ଅଞ୍ଚଳରେ ଅତି ସାଂଘାତିକ ଧୂଳି ଝଡ଼ ହୋଇଛି। ପଶ୍ଚିମ ଏସିଆରେ ଧୂଳି ଝଡ଼ କାରଣ ପାଇଁ ଅନେକ ଜୀବନ ପ୍ରଭାବିତ ହୋଇଛି। ମରୁଡ଼ି ସମସ୍ୟା ମଧ୍ୟ ଲୋକଙ୍କ ଜୀବନକୁ କଲବଲ କରିଛି।

ଚୀନ୍‌ ଦୀର୍ଘ ଦିନ ଧରି ଅତି ସାଂଘାତିକ ମରୁଡ଼ି ସମସ୍ୟା ସାମ୍ନା କରିଛି। ମରୁଡ଼ି ସମସ୍ୟା‌ ପାଇଁ ଚୀନ୍‌ରେ ୨୦୨୨ରେ ୭.୬ ବିଲିଅନ ଆମେରିକୀୟ ଡଲାର ଆର୍ଥିକ କ୍ଷୟକ୍ଷତି ହୋଇଛି। ୨୦୨୨ରେ ପାକିସ୍ତାନରେ ପ୍ରବଳ ବନ୍ୟା ଯୋଗୁଁ ୩୩ ନିୟୁତ ଲୋକ ପ୍ରଭାବିତ ହୋଇଛନ୍ତି। ଇତିମଧ୍ୟରେ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ତତ୍କାଳ ପଦକ୍ଷେପ ଗ୍ରହଣ କରିବାପାଇଁ ଅନୁରୋଧ କରିଛନ୍ତି।

ଏକ ଚେତାବନୀ ଦେଇ ଗୁଟେରସ କହିଛନ୍ତି, ରେକର୍ଡ ଭାଙ୍ଗିଥିବା ଜୁଲାଇ ତାପମାତ୍ରା ଦର୍ଶାଉଛି ଯେ ପୃଥିବୀ ଆଗକୁ ଅତି ଭୟଙ୍କର ଉତ୍ତାପକୁ ସାମ୍ନା କରିବାକୁ ଯାଉଛି। ସମଗ୍ର ଜଗତ ପାଇଁ ଏହା ଏକ ବିପର୍ଯ୍ୟୟ। ଜୁଲାଇ ୨୦୨୩ର ତାପମାତ୍ରା ରେକର୍ଡ ଭାଙ୍ଗିଛି। ଏହା ଅତ୍ୟନ୍ତ ଭୟଙ୍କର ଜଳବାୟୁ ପରିବର୍ତ୍ତନ । ଗୁଟେରସ କହିଛନ୍ତି, ‘ ଗ୍ଲୋବାଲ୍‌ ୱାର୍ମିଂ’ ଯୁଗ ଶେଷ ହୋଇଛି , ଏବେ ‘ଗ୍ଲୋବାଲ ବଏଲିଂ’ ଯୁଗ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe