ଭାରତର ଦାରିଦ୍ର୍ୟ ଉପରେ ମୁଦ୍ରାସ୍ଫୀତିର ପ୍ରଭାବ ନଗଣ୍ୟ ରହିବ: ନିର୍ମଳା

ଆୟକର ନିୟମରେ ପରିବର୍ତ୍ତନ ସଂପର୍କିତ ରିପୋର୍ଟକୁ ଗୁଜବ କହିଲେ ଅର୍ଥମନ୍ତ୍ରୀ ସୀତାରମଣ

ନୂଆଦିଲ୍ଲୀ : ଭାରତର ଦାରିଦ୍ର୍ୟ ଉପରେ ମୁଦ୍ରାସ୍ଫୀତିର ପ୍ରଭାବ ନଗଣ୍ୟ ରହିବ। ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନ୍‌ଡିପି) ରିପୋର୍ଟକୁ ଉଦ୍ଧାର କରି ଏହା କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କ ପାଇଁ ସରକାର ନେଇଥିବା ପଦକ୍ଷେପ ଯୋଗୁ ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ। ବିକାଶଶୀଳ ଦେଶଗୁଡ଼ିକରେ ବଞ୍ଚି ରହିବାର ମୂଲ୍ୟ ସଂକଟ ସମାଧାନ ଶୀର୍ଷକରେ ୟୁଏନ୍‌ଡିପି ପ୍ରକାଶ କରିଥିବା ରିପୋର୍ଟ ପରିପ୍ରେକ୍ଷୀରେ ନିର୍ମଳା ଏହା କହିଛନ୍ତି।

ଅର୍ଥମନ୍ତ୍ରୀ ଏହି ପ୍ରସଙ୍ଗରେ କ୍ରମାନ୍ବୟରେ ୪ଟି ଟ୍ବିଟ୍ କରିଛନ୍ତି। ଦ୍ବିତୀୟ ଟ୍ବିଟରେ ସେ ଦର୍ଶାଇଛନ୍ତି ଯେ ଭାରତରେ କେହି ଦୈନିକ ୧.୯ ଡଲାରରେ ଧାର୍ଯ୍ୟ ହୋଇଥିବା ନିମ୍ନ ଦାରିଦ୍ର୍ୟ ସୀମା ରେଖା ତଳକୁ ଯିବେ ନାହିଁ। କିନ୍ତୁ ଦିନକୁ ୩.୩ ଡଲାରକୁ ନେଇ ଯେଉଁ ଦାରିଦ୍ର୍ୟ ସୀମାରେଖା ଧାର୍ଯ୍ୟ ହୋଇଛି ତାହା ତଳକୁ ଭାରତରେ କେବଳ ୦.୦୨ ପ୍ରତିଶତ ଏବଂ ଦିନକୁ ୫.୫ ଡଲାର ନେଇ ଯେଉଁ ଦାରିଦ୍ୟ ସୀମାରେଖା ଧାର୍ଯ୍ୟ ହୋଇଛି ତାହା ତଳକୁ ମାତ୍ର ୦.୦୪ ପ୍ରତିଶତ ଲୋକ ଯିବେ ବୋଲି ସୀତାରମଣ ୟୁଏନଡିପି ରିପୋର୍ଟକୁ ଉଦ୍ଧାର କରି କହିଛନ୍ତି।

ତେବେ ଖାଦ୍ୟ ଏବଂ ଇନ୍ଧନର ମୂଲ୍ୟବୃଦ୍ଧି ଯୋଗୁ ବିଶ୍ବରେ ୭.୧ କୋଟି ପର୍ଯ୍ୟନ୍ତ ଲୋକ ଦାରିଦ୍ର୍ୟ ସୀମାରେଖା ତଳକୁ ଚାଲିଯାଇ ପାରନ୍ତି। ଉକ୍ତ ପ୍ରଭାବକୁ ରୋକିବା ପାଇଁ ନିର୍ଦ୍ଦିଷ୍ଟ ବର୍ଗର ଲୋକ ଏବଂ ସମୟ ଅନୁସାରେ ନଗଦ ଅର୍ଥ ସ୍ଥାନାନ୍ତର ନୀତି ଦୃଷ୍ଟିରୁ ଏକ ବଳିଷ୍ଠ ପଦକ୍ଷେପ ବୋଲି ଅର୍ଥମନ୍ତ୍ରୀ ତାଙ୍କ ତୃତୀୟ ଟ୍ବିଟ୍‌ରେ କହିଛନ୍ତି। ସେହିଭଳି ଶେଷ ଏବଂ ଚତୁର୍ଥ ଟ୍ବିଟରେ ଅର୍ଥମନ୍ତ୍ରୀ ଲେଖିଛନ୍ତି, ମହାମାରୀ ଆରମ୍ଭରୁ ମୋଦୀ ସରକାର ପ୍ରାଧନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍‌ଜିକେଏୱାଇ) ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (ପିଏମ୍‌ଜିକେୱାଇ) ଭଳି କାର୍ଯ୍ୟକ୍ରମ ଜରିଆରେ ତଳ ସ୍ତରରେ ଥିବା ଲୋକଙ୍କୁ ସମୟ ଅନୁସାରେ ଯେଉଁ ଖାଦ୍ୟ ଏବଂ ଅର୍ଥ ଆଦି ଯୋଗାଇ ଦେଇଛନ୍ତି ତାହା ଫଳପ୍ରଦ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe