ମହାଭିଯୋଗ ଲୋକଙ୍କ କ୍ରୋଧ ବଢ଼ାଇବ: ଟ୍ରମ୍ପ୍‌

ପ୍ରତିନିଧି ସଭାରେ ମହାଭିଯୋଗ ଗୃହୀତ: ସିନେଟ୍‌ ନିର୍ଣ୍ଣୟ କରିବ ଟ୍ରମ୍ପ୍‌ଙ୍କ ଭାଗ୍ୟ

ABC News

ଵାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ଏକ ପ୍ରହସନ। ‘ଏଭଳି କାର୍ଯ୍ୟ ଲୋକଙ୍କ କ୍ରୋଧକୁ ଭୟଙ୍କର କରିଦେବ। ତେବେ ଆମେ ହିଂସା ଚାହୁନାହୁ। ମୋ ବିରୋଧରେ ଚାଲିଥିବା ମହାଭିଯୋଗ ରାଜନୀତିର ଇତିହାସରେ ସବୁଠାରୁ ବଡ଼ ‘ୱିଚ୍‌ ହଣ୍ଟ୍‌’ ବୋଲି ଟ୍ରମ୍ପ୍‌ କହିଛନ୍ତି। ଏହା ସହିତ କ୍ୟାପିଟଲ୍‌ ହିଂସା ପୂର୍ବରୁ ସେ ଯେଉଁ ଉଦ୍‌ବୋଧନ ଦେଇଥିଲେ ତାହା ଉଚିତ ଥିଲା ବୋଲି ଟ୍ରମ୍ପ୍‌ ଆଜି କହିଛନ୍ତି। ସୂଚନାଯୋଗ୍ୟ, ଆମେରିକା ସଂସଦର ହାଉସ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ (ପ୍ରତିନିଧି ସଭା)ରେ ସଂଖ୍ୟାଗରିଷ୍ଠ ଥିବା ଡେମୋକ୍ରାଟ୍‌ ଦଳ ପକ୍ଷରୁ ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବ ଉପରେ ଆସନ୍ତାକାଲି ଭୋଟ ନିଆଯିବ। ଭାଷଣ ମାଧ୍ୟମରେ ଟ୍ରମ୍ପ୍‌ ନିଜ ସମର୍ଥକମାନଙ୍କୁ ହିଂସା ପାଇଁ ଉସୁକାଇଥିଲେ ବୋଲି ଅଭିଯୋଗ ଆଣି ଡେମୋକ୍ରାଟ୍‌ ଦଳ ପକ୍ଷରୁ ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯାଇଛି। ସାଂସଦ ଜାମି ରସ୍କିନ୍‌, ଡେଭିଡ୍‌ ସିସିଲିନ୍‌ ଓ ଟେଡ୍‌ ଲିଉଙ୍କ ଦ୍ବାରା ଗତକାଲି ଆଗତ ଏହି ପ୍ରସ୍ତାବ ସପକ୍ଷରେ ୨୧୧ ଜଣ ସାଂସଦ ରହିଥିବା ଜଣାଯାଇଛି। ଟ୍ରମ୍ପ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରି ବିଦା କରିବା ଲାଗି ଡେମୋକ୍ରାଟ୍‌ ଦଳ ଜୋର୍‌ଦାର ପ୍ରୟାସ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe