ମହିଳାଙ୍କୁ ୧୨ କିମି କାର୍‌ ଘୋଷାଡ଼ି ନେବା ଘଟଣା: ଦେଶବ୍ୟାପୀ ଆଲୋଡ଼ନ

Advertisment

ମହିଳାଙ୍କ ଶରୀରକୁ କାର୍‌ ଚକାରୁ କାଢ଼ି ରାସ୍ତାରେ ପକାଇ ପଳାଇଥିଲେ ଅଭିଯୁକ୍ତ

ମହିଳାଙ୍କ ଶରୀରକୁ କାର୍‌ ଚକାରୁ କାଢ଼ି ରାସ୍ତାରେ ପକାଇ ପଳାଇଥିଲେ ଅଭିଯୁକ୍ତ

ମହିଳାଙ୍କୁ ୧୨ କିମି କାର୍‌ ଘୋଷାଡ଼ି ନେବା ଘଟଣା: ଦେଶବ୍ୟାପୀ ଆଲୋଡ଼ନ

India Today

ନୂଆଦିଲ୍ଲୀ : ଦିଲ୍ଲୀରେ ନୂଆବର୍ଷ ଭୋର୍‌ ସମୟରେ ଅତି ଭୟଙ୍କର ଘଟଣା ଘଟିଯାଇଛି। ଜଣେ ୨୦ ବର୍ଷୀୟା ମହିଳାଙ୍କର ଅତି ଯନ୍ତ୍ରଣାଦାୟକ ମୃତ୍ୟୁ ହୋଇଛି। ମହିଳାଙ୍କ ସ୍କୁଟି ଏକ କାର୍‌ ସହ ଧକ୍କା ହୋଇଥିଲା ଏବଂ ତାଙ୍କ ପୋଷାକ କାର୍‌ ଚକାରେ ଲାଖି ଯିବାରୁ କାର୍‌ଟି ତାଙ୍କୁ ପ୍ରାୟ ୧୨ କିମି ଯାଏ ଘୋଷାଡ଼ି ନେଇଥିଲା। ୧୨ କିମି ପର୍ଯ୍ୟନ୍ତ କାର୍‌ ଚକାତଳେ ଘୋଷାଡ଼ି ହୋଇ ଯାଇ ଶେଷରେ ମହିଳାଙ୍କର ମୃତ୍ୟୁ ହୋଇଛି।

ଏହି ଘଟଣା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଉଲଗ୍ନ ଅବସ୍ଥାରେ ମହିଳାଙ୍କ ମରଶରୀର ରାସ୍ତା ଉପରୁ ମିଳିଥିଲା। ମଙ୍ଗୋଲପୁରୀର ଏସଜିଏମ୍‌ ହସ୍ପିଟାଲ୍‌କୁ ମହିଳାଙ୍କ ମରଶରୀର ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୁଲିସ ସିସିଟିଭି ଫୁଟେଜ୍‌ ଆଧାରରେ କାର୍‌ ଚିହ୍ନଟ କରି କାରରେ ଥିବା ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। କାର୍‌ଟି ସୁଲତାନପୁରୀ ଅଞ୍ଚଳରୁ କଞ୍ଜୱାଲା ପର୍ଯ୍ୟନ୍ତ ମହିଳାଙ୍କୁ ଘୋଷାଡ଼ି‌ ନେଇଥିଲା।

ଉକ୍ତ ଘଟଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଦିଲ୍ଲୀ ଉପରାଜ୍ୟପାଳ ଭି କେ ସାକ୍ସେନା ଗଭୀର ଚିନ୍ତାବ୍ୟକ୍ତ କରିଛନ୍ତି। କେଜ୍ରିୱାଲ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସାକ୍ସେନା ଏକ ଟ୍ବିଟ୍‌ କରି କହିଛନ୍ତି, ‘କଞ୍ଜୱାଲା-ସୁଲତାନପୁରୀ ଅଞ୍ଚଳରେ ହୋଇଥିବା ଅପରାଧିକ ଘଟଣା ପାଇଁ ଲାଜରେ ମୋ ମୁଣ୍ଡ ତଳକୁ ନଇଁ ଯାଉଛି। ଅପରାଧୀଙ୍କ ରାକ୍ଷସ ଭଳି ଅସମ୍ବେଦନଶୀଳତା ମତେ ବିସ୍ମିତ କରିଛି। ଇତି ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏହି ମାମଲାରେ ହସ୍ତ‌କ୍ଷେପ କରିଛନ୍ତି। ଦିଲ୍ଲୀର ଶୀର୍ଷ ପୁଲିସ ଅଧିକାରୀଙ୍କୁ ଶାହ ଏହି ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ପୁଲିସ ଅଧିକାରୀ ଶାଳିନୀ ସିଂହଙ୍କୁ ଏହି ମାମଲାର ତଦନ୍ତ ଭାର ହସ୍ତାନ୍ତର କରାଯାଇଛି। ଯଥାଶୀଘ୍ର ଏହି ମାମଲାରେ ତଦନ୍ତ କରି କେନ୍ଦ୍ର ଗୃହ ମନ୍ତ୍ରାଳୟରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

୫ ଅଭିଯୁକ୍ତଙ୍କୁ ୩ ଦିନ ରିମାଣ୍ଡରେ ନେଲା ଦିଲ୍ଲୀ ପୁଲିସ
ଲାଜରେ ମୁଣ୍ଡ ତଳକୁ ନଇଁ ଯାଉଛି: ଉପରାଜ୍ୟପାଳ
ମାମଲାରେ ହସ୍ତକ୍ଷେପ କଲେ କେନ୍ଦ୍ର ଗୃହମନ୍ତ୍ରୀ
ଦିଲ୍ଲୀ ପୁଲିସଠାରୁ ବିସ୍ତୃତ ରିପୋର୍ଟ ମାଗିଲେ

publive-image India Today

ଉକ୍ତ ଘଟଣାକୁ ନେଇ ଦିଲ୍ଲୀ ରାଜନୀତି ସରଗରମ ହୋଇଉଠିଛି। ଆପ୍‌ ମୁଖପାତ୍ର ସୌରଭ ଭରଦ୍ବାଜ ଆଜି ଦାବି କରିଛନ୍ତି ଯେ ମାମଲାରେ ଅଭିଯୁକ୍ତ ମନୋଜ ମିତ୍ତଲ ହେଉଛନ୍ତି ଜଣେ ବିଜେପି ନେତା। ଦିଲ୍ଲୀ ପୁଲିସ ଉକ୍ତ ବିଜେପି ନେତାଙ୍କୁ ସୁରକ୍ଷା ଦେବାକୁ ‌ଚେଷ୍ଟା କରୁଛି ବୋଲି ଆପ୍‌ ନେତା ଅଭିଯୋଗ କରିଛନ୍ତି। ଭରଦ୍ବାଜ କହିଛନ୍ତି, ପୀଡ଼ିତା ମହିଳାଙ୍କୁ ଯୌନ ନିର୍ଯାତନା ଏବଂ ତାଙ୍କୁ ଦୁଷ୍କର୍ମ ଦିଆଯାଇଥାଇପା‌ରେ। ଅନ୍ୟପକ୍ଷେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କୁ ଚିଠି ଲେଖି ଉକ୍ତ ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। କାର୍‌ରେ ଥିବା ସମସ୍ତ ୫ ଜଣଙ୍କୁ ମୃତ୍ୟୁଦଣ୍ଡ ଦେବାପାଇଁ ସେ ‌ଦାବି କରିଛନ୍ତି।

ଇତି ମଧ୍ୟରେ ଆପ୍‌ କର୍ମୀମାନେ ଆଜି ଦିଲ୍ଲୀ ଉପରାଜ୍ୟପାଳଙ୍କ ବାସଭବନ ବାହା‌ରେ ଆନ୍ଦୋଳନ କରିବା ସହ ତାଙ୍କର ଇସ୍ତଫା ଦାବି କରିଛନ୍ତି। ସେହିପରି ସ୍ଥାନୀୟ ଲୋକମାନେ ଦୁର୍ଘଟଣା ସ୍ଥଳ ନିକଟରେ ରାସ୍ତାରୋକ କରିଛନ୍ତି। ସେମାନେ ଉକ୍ତ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରି ଥାନାକୁ ଯାଇଛନ୍ତି। ଲୋକମାନେ ଜଣେ ଆପ୍‌ ବିଧାୟକଙ୍କ କାର୍‌ ଭଙ୍ଗାରୁଜା କରିଛନ୍ତି।

publive-image The New Indian Express

ଅନ୍ୟପକ୍ଷେ ପୁଲିସ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟରେ ହାଜର କରି ୩ ଦିନ ରିମାଣ୍ଡରେ ନେଇଛି। ଜେରା ସମୟରେ ଅଭିଯୁକ୍ତମାନେ କହିଛନ୍ତି ଯେ ସେମାନଙ୍କ କାର୍‌ ପୀଡ଼ିତାଙ୍କ ସ୍କୁଟି ସହ ଧକ୍କା ହୋଇଥିଲା। କିନ୍ତୁ ମହିଳା ଜଣଙ୍କ ତାଙ୍କ କାର୍‌ ଚକାରେ ଲାଖିଯାଇ ଘୋଷାଡ଼ି ହୋଇ ଆସିଛନ୍ତି ବୋଲି ସେମାନେ ଜାଣିପାରି ନଥିଲେ। ଅନେକ ବାଟ ଯିବାପରେ ସେମାନେ ଅନୁଭବ କରିଥିଲେ ଯେ କାର୍‌ ଚକା ତଳେ କିଛି ଲାଖିଛି। ତା’ପରେ କାର୍‌ରୁ ଓହ୍ଲାଇ ସେମାନେ ମହିଳାଙ୍କ ଶରୀରକୁ କାଢ଼ି ରାସ୍ତାରେ ପକାଇ ଚାଲି ଯାଇଥିଲେ। ଅଭିଯୁକ୍ତମାନେ ହେଉଛନ୍ତି ଗ୍ରାମୀଣ ସେବା ଅଟୋ ଡ୍ରାଇଭର ଦୀପକ କୁମାର (୨୬),ବ୍ୟାଙ୍କ କର୍ମଚାରୀ ଅମିତ ଖାନ୍ନା (୨୫), କ୍ରୀଷ୍ଣା (୨୭), ସିପି ମିଥୁନ (୨୬) ଏବଂ ମନୋଜ ମିତ୍ତଲ (୨୭)। କାର୍‌ଟି ଅମିତ ଖାନ୍ନାଙ୍କର ଜଣେ ସମ୍ପର୍କୀୟଙ୍କର।

ଶିକାର ହୋଇଥିବା ମହିଳା ଅବିବାହିତା। ସେ ତାଙ୍କ ପରିବାର ସହ ସୁଲତାନପୁରୀରେ ରହୁଥିଲେ। ମହିଳାଙ୍କ ବାପାଙ୍କ ଗତବର୍ଷ ମୃତ୍ୟୁ ହୋଇଯାଇଛି। ମହିଳାଙ୍କ ମା’ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅକୁ ଯୌନ ନିର୍ଯାତନା ଦିଆଯାଇଛି। କିନ୍ତୁ ପୁଲିସ ଏଭଳି ଦାବିକୁ ଖଣ୍ଡନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe