Republic World
ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ମାସରେ ଉତ୍ତରାଖଣ୍ଡର ଔଲୀଠାରେ ଭାରତ ଓ ଆମେରିକା ମିଳିତ ସମରାଭ୍ୟାସ କରିବେ। ଏହା ହେଉଛି ଅକ୍ଟୋବର ୧୪ରୁ ୩୧ ମଧ୍ୟରେ ହେବାକୁ ଥିବା ଦୁଇ ଦେଶର ମିଳିତ ଅଷ୍ଟାଦଶ ‘ଯୁଦ୍ଧ ଅଭ୍ୟାସ’। ଏହା ପୂର୍ବରୁ ଅକ୍ଟୋବର ୨୦୨୧ରେ ଆଲାସ୍କାଠାରେ ସପ୍ତଦଶ ମିଳିତ ‘ଯୁଦ୍ଧ ଅଭ୍ୟାସ’ ଅନୁଷ୍ଠିତ ହୋଇଥିଲା। ଏହି ଅଭ୍ୟାସର ଉଦ୍ଦେଶ୍ୟ ହେଉଛି ପ୍ରତିରକ୍ଷା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ବୁଝାମଣା, ସହଯୋଗ ଓ ଦକ୍ଷତା ବୃଦ୍ଧି। ପୂର୍ବ ଲଦାଖରେ ଚୀନ୍ର ସୀମା ବିବାଦ ଦୀର୍ଘଦିନ ଧରି ଲାଗି ରହିଥିବା ବେଳେ ଏବଂ ଚୀନ୍ର ଆକ୍ରମଣାତ୍ମକ ମନୋଭାବ ବୃଦ୍ଧି ପାଉଥିବା ବେଳେ ଏହି ମିଳିତ ସମରାଭ୍ୟାସର ଯଥେଷ୍ଟ ଗୁରୁତ୍ବ ରହିଛି। ୨୦୧୬ ଜୁନ୍ ମାସରୁ ଭାରତକୁ ଆମେରିକା ଏକ ବଡ଼ ପ୍ରତିରକ୍ଷା ଅଂଶୀଦାର ଭାବେ ଗ୍ରହଣ କରିଛି। ଦୁଇ ଦେଶ ମଧ୍ୟରେ ଅନେକ ସାମରିକ ଓ ପ୍ରତିରକ୍ଷା ଚୁକ୍ତି ମଧ୍ୟ ଅନୁଷ୍ଠିତ ହୋଇଛି।
Follow Us