ଚୀନ୍‌ର ଚିନ୍ତା ବଢ଼ାଇଲା ଭାରତୀୟ ବାୟୁସେନା: ଆଧୁନିକୀକରଣ ଓ ଉନ୍ନତୀକରଣରେ ଆଗୁଆ

ଡବ୍ଲୁଡିଏମ୍‌ଏମ୍‌ଏ ରିପୋର୍ଟକୁ ଚୀନ୍‌ର ବିରୋଧ

ଚୀନ୍‌ର ଚିନ୍ତା ବଢ଼ାଇଲା ଭାରତୀୟ ବାୟୁସେନା: ଆଧୁନିକୀକରଣ ଓ ଉନ୍ନତୀକରଣରେ ଆଗୁଆ

ନୂଆଦିଲ୍ଲୀ: ପିପୁଲ୍ସ୍ ଲିବରେସନ୍ ଆର୍ମି ଏୟାର୍ ଫୋର୍ସ (ଚୀନ୍ ବାୟୁସେନା)କୁ ଭାରତୀୟ ବାୟୁସେନା (ଆଇଏଏଫ୍‌) ପଛରେ ପକାଇ ଦେଇଛି। ଭାରତଠାରୁ ଯଥେଷ୍ଟ ଅଧିକ ବିମାନ ରହିଥିଲେ ମଧ୍ୟ ଚୀନ୍‌ ଆଧୁନିକୀକରଣ ଓ ଉନ୍ନତୀକରଣରେ ପଛରେ ପଡ଼ିଥିବାରୁ ଭାରତ ଚୀନ୍‌କୁ ଟପିଯାଇଛି। ବିଶ୍ବର ବିଭିନ୍ନ ରାଷ୍ଟ୍ରର ବାୟୁ ସେନାର ସମୁଦାୟ ଯୁଦ୍ଧ ଶକ୍ତିର ମୂଲ୍ୟାଙ୍କନ କରି ‘ୱାର୍ଲ‌୍ଡ ଡିରେକ୍ଟୋରି ଅଫ୍ ମଡର୍ଣ୍ଣ ମିଲିଟାରୀ ଏୟାରକ୍ରାଫ୍ଟ୍ (ଡବ୍ଲୁଡିଏମ୍‌ଏମ୍‌ଏ)’ ଦ୍ବାରା ପ୍ରସ୍ତୁତ ହୋଇଥିବା ଏହି ରିପୋର୍ଟରେ ଏ ବାବଦ ବିସ୍ତୃତ ତଥ୍ୟ ଦିଆଯାଇଛି। ଡବ୍ଲୁଡିଏମ୍‌ଏମ୍‌ଏ ରିପୋର୍ଟରେ ୯୮ଟି ଦେଶର ୧୨୪ଟି ବିମାନ ସେବା ଅନ୍ତର୍ଭୁକ୍ତ। ଏହି ତାଲିକାରେ ଭାରତ ତୃତୀୟ ସ୍ଥାନରେ ରହିଛି। ଭାରତୀୟ ବାୟୁସେନାର ଆଧୁନିକ ବାୟୁ ଯୁଦ୍ଧ କ୍ଷମତାର ଟିଭିଆର୍ (ଟ୍ରୁ ଭାଲ୍ୟୁ ରେଟିଂ) ୬୯.୪ ରହିଛି, ଯେଉଁଠାରେ ଚୀନ୍ ବାୟୁସେନାର ଟିଭିଆର୍ ୬୩.୮ ରହିଛି। ଅନ୍ୟପକ୍ଷେ ଚୀନ୍ ଡବ୍ଲୁଡିଏମ୍‌ଏମ୍‌ଏର ର଼୍ୟାଙ୍କିଙ୍ଗ୍‌ ଏବଂ ଭାରତୀୟ ବାୟୁସେନାର ସାମର୍ଥ୍ୟ ଉପରେ ପ୍ରଶ୍ନ କରିଛି। ଡବ୍ଲୁଡିଏମ୍‌ଏମ୍‌ଏ ନିକଟରେ ଚୀନ୍ ବାୟୁସେନା ବିଷୟରେ ଯଥେଷ୍ଟ ତଥ୍ୟ ନଥିବାରୁ ଭାରତ ଏହାକୁ ପଛରେ ପକାଇଥିବା ଦର୍ଶାଯାଇଛି ବୋଲି ଚୀନ୍ ଯୁକ୍ତି ବାଢିଛି।

ଏଥିସହ ଚୀନ୍‌ ଭାରତ ସହ ନିଜର କ୍ଷମତା ତୁଳନା କରିଛି। ‘ଗ୍ଲୋବାଲ୍ ଏୟାର୍ ପାୱାର୍‌-୨୦୨୨ର ଏହି ରିପୋର୍ଟରେ ଭାରତ ଚୀନ୍‌ ସମେତ ଜାପାନ, ଇସ୍ରାଏଲ୍ ଏବଂ ଫ୍ରାନ୍ସ ବାୟୁସେନାକୁ ମଧ୍ୟ ପଛରେ ପକାଇଛି। ଭାରତର ନିଜସ୍ବ ‘ତେଜସ୍‌’ ଯୁଦ୍ଧ ବିମାନର ଉନ୍ନତୀକରଣ ପାଇଁ ଏହା ସମ୍ଭବ ହୋଇପାରିଛି। ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଭାରତୀୟ ବାୟୁସେନାର ୧,୬୪୫ଟି ସକ୍ରିୟ ଯୁଦ୍ଧବିମାନ ରହିଛି। ଏଥି ମଧ୍ୟରୁ ୬୩୨ଟି ଯୁଦ୍ଧ ବିମାନ, ୪୩୮ଟି ହେଲିକପ୍ଟର୍, ୨୫୦ଟି ପରିବହନ ବିମାନ, ୩୦୪ଟି ଟ୍ରେନର୍ ବିମାନ, ୭ଟି ଏରିୟଲ୍ ଟ୍ୟାଙ୍କର୍ ବିମାନ ଏବଂ ୧୪ଟି ସ୍ପେସାଲ୍ ମିସନ୍ ବିମାନ ରହିଛି। ଏହି ତାଲିକାରେ ଆମେରିକା ବାୟୁ ସେନା ପ୍ରଥମ ସ୍ଥାନରେ ଏବଂ ରୁଷ୍‌ ଦ୍ବିତୀୟ ସ୍ଥାନରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe