ଭାରତୀୟ-ଆମେରିକୀୟ ବୈଜ୍ଞାନିକ ଡ. ଆରତି ହେଲେ ଆମେରିକାର ପ୍ରମୁଖ ବିଜ୍ଞାନ ପରାମର୍ଶଦାତା

Advertisment
ଭାରତୀୟ-ଆମେରିକୀୟ ବୈଜ୍ଞାନିକ ଡ. ଆରତି ହେଲେ ଆମେରିକାର ପ୍ରମୁଖ ବିଜ୍ଞାନ ପରାମର୍ଶଦାତା

Times of India

ଵାସିଂଟନ୍‌: ଭାରତୀୟ-ଆମେରିକୀୟ ବୈଜ୍ଞାନିକ ଡ. ଆରତି ପ୍ରଭାକରଙ୍କୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଗତକାଲି ଅଫିସ୍ ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି ପଲିସି (ଓଏସ୍‌ଟିପି)ର ମୁଖ୍ୟ ଭାବେ ମନୋନୀତ କରିଛନ୍ତି। ସିନେଟ୍‌ରେ ଗୃହୀତ ହେଲେ ଡକ୍ଟର ପ୍ରଭାକର ପ୍ରଥମ ପ୍ରବାସୀ ମହିଳା ଭାବେ ଓଏସ୍‌ଟିପିର ମୁଖ୍ୟ ହୋଇ ଇତିହାସ ସୃଷ୍ଟି କରିବେ। ଡକ୍ଟର ପ୍ରଭାକର ଜଣେ ଇଞ୍ଜିନିୟର ତଥା ପ୍ରାୟୋଗିକ ପଦାର୍ଥବିଜ୍ଞାନୀ। ତାଙ୍କ ନେତୃତ୍ଵରେ ଓଏସ୍‌ଟିପି ଅସମ୍ଭବକୁ ସମ୍ଭବ କରିବା ସହ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ନୀତିକୁ ଆଗେଇ ନେବ ବୋଲି ବାଇଡେନ୍ କହିଛନ୍ତି। ୩ବର୍ଷ ବୟସରେ ଡକ୍ଟର ପ୍ରଭାକର ପରିବାର ସହ ଭାରତରୁ ଆମେରିକା ଯାଇଥିଲେ। ସେ ବୈଦ୍ୟୁତିକ ଇଞ୍ଜିନିୟରିଂ ଏବଂ ପଦାର୍ଥ ବିଜ୍ଞାନରେ ଡିଗ୍ରି ହାସଲ ସହ ପିଏଚ୍‌ଡି କରିଥିଲେ। ସେ ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ଡିଏଆର୍‌ପିଏର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ ନେତୃତ୍ଵରେ ଡିଏଆର୍‌ପିଏ ଏକ ଏମ୍‌-ଆର୍‌ଏନ୍‌ଏ ଟିକା ମଧ୍ୟ ବିକଶିତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe