ଧୀରେ ଧୀରେ କ୍ଷମତା ବୃଦ୍ଧି କରୁଛି ଭାରତୀୟ ସେନା

Advertisment
ଧୀରେ ଧୀରେ କ୍ଷମତା ବୃଦ୍ଧି କରୁଛି ଭାରତୀୟ ସେନା

ନୂଆଦିଲ୍ଲୀ : ଭାରତୀୟ ସେନା ନିଜ ଅସ୍ତ୍ର ଭଣ୍ଡାରରେ କ୍ରମାଗତଭାବରେ ଗୋଟିଏ ଗୋଟିଏ ନୂଆ ଏବଂ ଅଧିକ ମାରଣ କ୍ଷମତାବିଶିଷ୍ଟ ଅସ୍ତ୍ରଶସ୍ତ୍ର ଯୋଡ଼ି ନିଜର ଆକ୍ରମଣକାରୀ କ୍ଷମତା ବୃଦ୍ଧି କରିଚାଲିଛି। ସେଗୁଡ଼ିକ ଭିତରେ ରହିଛି ଅଧିକ ଦୂର ଲକ୍ଷ୍ୟଭେଦୀ ଅସ୍ତ୍ର, ଡ୍ରୋନ୍, ରାତ୍ରିକାଳୀନଯୁଦ୍ଧ, ସର୍ଭେଲାନ୍ସ ଇତ୍ୟାଦି। ଅରୁଣାଚଳପ୍ରଦେଶ ଓ ଲଦାଖ ସୀମାରେ ଚୀନ୍ ସହ ୧୩ ମାସର ମୁହାଁମୁହିଁ ଭିତରେ ଭାରତ ନିରବଚ୍ଛିନ୍ନଭାବେ ନିଜର କ୍ଷମତା ବୃଦ୍ଧି କରିଚାଲିଛି।

ଭାରତ କେବଳ ସୈନ୍ୟସଂଖ୍ୟା ଓ ଅସ୍ତ୍ରଶସ୍ତ୍ର ଓ ତା’ର କ୍ଷମତା ବୃଦ୍ଧି କରୁନି ବରଂ ପ୍ରତିରକ୍ଷା କ୍ଷେତ୍ରରେ ପ୍ରଯୁକ୍ତିର ବ୍ୟବହାର ମଧ୍ୟ ବୃଦ୍ଧି କରିଚାଲିଛି ବୋଲି ଜନୈକ ପ୍ରତିରକ୍ଷା ଅଧିକାରୀ ପ୍ରକାଶ କରିଛନ୍ତି। ସମାନ୍ତରାଳ ଭାବେ ସେନା ପୁନର୍ଗଠନ ଓ ଅନୁକୂଳନ ମଧ୍ୟ କରାଯାଉଛି। ଯେଉଁ ସୈନିକମାନେ ବୟସ ଓ ଶାରୀରିକ କ୍ଷମତା ଦୃଷ୍ଟିରୁ ଦୁର୍ବଳ ହୋଇପଡ଼ିଲେଣି ସେମାନଙ୍କୁ ଅବସର ଦେଇ ତରୁଣମାନଙ୍କୁ ନିଯୁକ୍ତି ଦିଆଯାଉଛି। ଏଥି ସହ ଆଧୁନିକ ଅସ୍ତ୍ରଶସ୍ତ୍ର ନିର୍ମାଣ ଓ କ୍ରୟ ଲାଗି ଅଧିକ ବ୍ୟୟବରାଦ କରାଯାଉଛି ବୋଲି ଅଧିକାରୀ ଜଣକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe