ଭାରତୀୟ ସେନା ବିଶ୍ବର ଚତୁର୍ଥ ଶକ୍ତିଶାଳୀ: ସାମରିକ ସର୍ଭେ

Advertisment

୧୦୦ରୁ ୮୨ ପଏଣ୍ଟ୍‌ ପାଇ ଚୀନ୍‌ ଶୀର୍ଷରେ

୧୦୦ରୁ ୮୨ ପଏଣ୍ଟ୍‌ ପାଇ ଚୀନ୍‌ ଶୀର୍ଷରେ

ଭାରତୀୟ ସେନା ବିଶ୍ବର ଚତୁର୍ଥ ଶକ୍ତିଶାଳୀ: ସାମରିକ ସର୍ଭେ

image credit : the print

ନୂଆଦିଲ୍ଲୀ: ବିଶ୍ବର ସବୁଠୁ ଶକ୍ତିଶାଳୀ ସେନା ଚୀନ୍‌ ପାଖରେ ହିଁ ରହିଛି ଏବଂ ଭାରତୀୟ ସେନା ଏହି ତାଲିକାର ଚତୁର୍ଥ ସ୍ଥାନରେ ରହିଥିବା ଜଣାଯାଇଛି। ଏ ସଂକ୍ରାନ୍ତ ୧୦୦ ପଏଣ୍ଟ୍‌ ମାନଦଣ୍ଡରୁ ଚୀନ୍‌କୁ ୮୨ ମିଳିଥିବା ବେଳେ ଭାରତ ୬୧ ପାଇଛି। ପ୍ରତିରକ୍ଷା ୱେବ୍‌ସାଇଟ୍‌ ମିଲିଟାରି ଡାଇରେକ୍ଟ ପକ୍ଷରୁ ରବିବାର ପ୍ରକାଶିତ ଏକ ସର୍ବେକ୍ଷଣ ତଥ୍ୟରୁ ଏହି ସୂଚନା ମିଳିଛି। ଏହି ସର୍ବେକ୍ଷଣରେ ଚରମ ସାମରିକ ଶକ୍ତି ମାନଦଣ୍ଡ ବିଚାର କଲା ବେଳେ ଦେଶର ପ୍ରତିରକ୍ଷା ବଜେଟ, ସକ୍ରିୟ ଓ ନିଷ୍କ୍ରିୟ ସାମରିକ କର୍ମଚାରୀ, ମୋଟ ସ୍ଥଳସେନା, ବାୟୁସେନା, ନୌସେନା, ଆଣବିକ ଉତ୍ସ, ହାରାହାରି ଦରମା ଏବଂ ସାମରିକ ସରଞ୍ଜାମ ଆଦିକୁ ମାନକ ଭାବେ ନିଆଯାଇଛି।

ଏହି ସର୍ବେକ୍ଷଣ ଅନୁଯାୟୀ, ଅନ୍ୟମାନଙ୍କ ମଧ୍ୟରେ ସାମରିକ କ୍ଷେତ୍ରରେ ପର୍ଯ୍ୟାପ୍ତ ବ୍ୟୟ କରୁଥିବା ଆମେରିକା ୭୪ ପଏଣ୍ଟ୍‌ ପାଇ ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ୬୯ ପଏଣ୍ଟ୍‌ ମିଳିଥିବା ରୁଷିଆ ତୃତୀୟରେ ରହିଛି। ସେହିପରି ଭାରତ ତଳକୁ ଫ୍ରାନ୍ସ ପଞ୍ଚମ(୫୮ ପଏଣ୍ଟ୍‌)ରେ ରହିଥିବା ବେଳେ ୟୁକେ ନବମ ସ୍ଥାନ(୪୩ ପଏଣ୍ଟ୍‌) ଅଧିକାର କରିଛି। ମୋଟାମୋଟି ଭାବେ ବିଶ୍ବରେ କୌଣସି ସଂଘର୍ଷ ଘଟିଲେ ଚୀନ୍‌ ହିଁ ଚାମ୍ପିଅନ୍‌ ହୋଇ ଉଭା ହେବ ବୋଲି ଏଥିରେ ଆକଳନ କରାଯାଇଛି। ଚୀନ୍‌ର ୪୦୬ ନୌଯୁଦ୍ଧ ଜାହାଜ ରହିଥିବା ବେଳେ ରୁଷିଆର ୨୭୮ ଓ ଆମେରିକାର ୨୦୨ଟି ଜାହାଜ ରହିଛି। ସେହିପରି ଆମେରିକାର ୧୪,୧୪୧ ସଂଖ୍ୟକ ଯୁଦ୍ଧ ବିମାନ ରହିଥିବା ବେଳେ ରୁଷିଆର ୪,୬୮୨ ଓ ଚୀନ୍‌ର ୩,୫୮୭ଟି ବିମାନ ରହିଛି। ଅପରପକ୍ଷେ, ସ୍ଥଳଭାଗ ପାଇଁ ରୁଷିଆର ୫୪,୮୬୬ ସଂଖ୍ୟକ ଟ୍ୟାଙ୍କ ଓ ଅନ୍ୟାନ୍ୟ ଯୁଦ୍ଧ ଯାନ ରହିଥିବା ବେଳେ ଆମେରିକାର ୫୦,୩୨୬ ଓ ଚୀନ୍‌ର ୪୧,୬୪୧ଟି ଯାନ ରହିଛି। ସୁତରାଂ କୌଣସି କାଳ୍ପନିକ ଯୁଦ୍ଧ ଘଟିଲେ ଜଳଭାଗରେ ଚୀନ୍‌, ସ୍ଥଳଭାଗରେ ରୁଷିଆ ଓ ଆକାଶମାର୍ଗରେ ଆମେରିକା ହିଁ ବିଜୟଲାଭ କରିବ ବୋଲି ଏଥିରେ ଅନୁମାନ ଲଗାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe