ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହିତ କାନ୍ସରେ ସମ୍ବର୍ଦ୍ଧିତ ହେବେ ଭାରତୀୟ କଳାକାର

Advertisment
ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହିତ କାନ୍ସରେ ସମ୍ବର୍ଦ୍ଧିତ ହେବେ ଭାରତୀୟ କଳାକାର

NBC News

ନୂଆଦିଲ୍ଲୀ: ୭୫ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବ ଚଳିତ ଥର ଭାରତୀୟ ଦର୍ଶକମାନଙ୍କ ନିମନ୍ତେ ଏକ ଚିତାକର୍ଷକ ଘଟଣା ହେବାକୁ ଯାଉଛି। ଦେଶବ୍ୟାପୀ ବିଭିନ୍ନ ସ୍ଥାନରୁ ଚଳଚ୍ଚିତ୍ର ତାରକାମାନଙ୍କୁ ନେଇ ଯାଉଥିବା ପ୍ରତିନିଧିଦଳକୁ ଆସନ୍ତା ୧୭ ତାରିଖ ଦିନ ମହୋତ୍ସବରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ। କାନ୍ସରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଭାରତର ପ୍ରତିନିଧିତ୍ୱ କରିବେ। ଦେଶର ସଙ୍ଗୀତ ଶିଳ୍ପ ସହ ଜଡ଼ିତ ଅନେକ କଳାକାର ଏହି ପ୍ରତିନିଧି ଦଳରେ ରହିବେ। ସେମାନେ ହେଉଛନ୍ତି: ଅକ୍ଷୟ କୁମାର(ଅଭିନେତା ଓ ପ୍ରଯୋଜକ, ବଲିଉଡ), ଏ. ଆର୍ ରେହମାନ (ଆନ୍ତର୍ଜାତିକ ସଙ୍ଗୀତ ନିର୍ଦ୍ଦେଶକ), ମାମେ ଖାଁ (ଲୋକ ସଙ୍ଗୀତ ପ୍ରଯୋଜକ ଓ ଗାୟକ), ନୱାଜ ଉଦ୍ଦିନ ସିଦ୍ଦିକ (ଅଭିନେତା, ବଲିଉଡ), ନୟନ ତାରା (ଅଭିନେତ୍ରୀ, ମାଲୟାଲମ, ତାମିଲ), ପୂଜା ହେଗଡେ (ଅଭିନେତ୍ରୀ, ହିନ୍ଦୀ, ତେଲୁଗୁ), ପ୍ରସୂନ ଯୋଶୀ (ଅଧ୍ୟକ୍ଷ ସିବିଏଫ୍‌ସି), ଆର୍ ମାଧବନ (ଅଭିନେତା ଓ ପ୍ରଯୋଜକ), ରିକି କେଜ (ସଙ୍ଗୀତ ପ୍ରଯୋଜକ), ଶେଖର କପୁର (ଚଳଚ୍ଚିତ୍ର ନିର୍ମାତା), ତମନ୍ନା ଭାଟିଆ (ଅଭିନେତ୍ରୀ ହିନ୍ଦୀ, ତେଲୁଗୁ ଓ ତାମିଲ ଚଳଚ୍ଚିତ୍ର) ଏବଂ ବାଣୀ ତ୍ରିପାଠୀ (ଅଭିନେତ୍ରୀ)।

ଚଳଚ୍ଚିତ୍ର ଜରିଆରେ ଭାରତରେ ବିବିଧତା, ସଂସ୍କୃତି, ଐତିହ୍ୟ, ଗାଥା ଓ ବିକାଶ ବାର୍ତ୍ତାକୁ ଲୋକଲୋଚନକୁ ଆଣିବା ଚଳିତବର୍ଷର ଯୋଜନା ରହିଛି। ବିଭିନ୍ନ ବିଷୟର ପ୍ରତିନିଧିତ୍ୱ କରୁଥିବା ମୂଲ୍ୟବୋଧକୁ ଦୃଷ୍ଟିରେ ରଖି ଦେଶର କୋଣ-ଅନୁକୋଣରୁ ପ୍ରତିନିଧିମାନଙ୍କୁ ଚୟନ କରାଯାଇଛି। ନିକଟରେ ଅନୁଷ୍ଠିତ ୫୨ତମ ଭାରତ, ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ତଥା ନେଟ୍‌ଫ୍ଲିକ୍ସ, ଆମାଜନ ଭଳି ଓଟିଟି ଫ୍ଲାଟଫର୍ମର ସହଯୋଗ, ଆଗାମୀ ପିଢିର ୭୫ ସୃଜନଶୀଳ ବ୍ୟକ୍ତିତ୍ୱ ଓ ବ୍ରିକ୍ସ ଚଳଚ୍ଚିତ୍ର ମହୋତ୍ସବ ଇତ୍ୟାଦିର ବିଶ୍ଳେଷଣରେ ଅନେକ ନୂତନ ପଦକ୍ଷେପମାନ ମଧ୍ୟ ନିଆହୋଇଛି। ସେହିପରି ଚଳିତବର୍ଷ କାନ୍ସ ପାଇଁ କେତେକ ଅଭିନବ ଓ ନୂତନ ବିଷୟବସ୍ତୁ ମଧ୍ୟ ବଛାଯାଇଛି। ଉଲ୍ଲେଖଯୋଗ୍ୟ, କାନ୍ସ ଚଳଚ୍ଚିତ୍ର ମହୋତ୍ସବର ଚଳିତ ସଂସ୍କରଣରେ ଭାରତ ଆନୁଷ୍ଠାନିକ ସମ୍ମାନ ମାର୍ଚ ଡ୍ୟୁ ଫିଲ୍ମ ପାଇବ। ଏଭଳି ସମ୍ମାନ ପ୍ରଥମଥର ନିମନ୍ତେ କୌଣସି ଦେଶକୁ ପ୍ରଦାନ କରାଯାଉଥିବା ବେଳେ, ଏହା ଭାରତ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବାବେଳେ ପ୍ରଦାନ କରାଯାଉଛି। ଚଳିତବର୍ଷ ଭାରତ ଓ ଫ୍ରାନ୍ସ ମଧ୍ୟ କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକୀ ପାଳନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe