Advertisment

The Indian plate is breaking: ହିମାଳୟ ତଳେ ଭାରତୀୟ ପ୍ଲେଟ୍‌ ଫାଟୁଛି: ବାରମ୍ବାର ଭୂମିକମ୍ପର ରହସ୍ୟ ଜଣାପଡ଼ିଲା

Advertisment

ଏକ ନୂତନ ଭୂତାତ୍ତ୍ୱିକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ହିମାଳୟର ଉଚ୍ଚତା ବଢ଼ୁଛି ଏବଂ ଏହି ପ୍ରକ୍ରିୟାକୁ ଆଗେଇ ନେବାପାଇଁ  ବିଶାଳ ସ୍ଲାବ୍ ‘ଭାରତୀୟ ପ୍ଲେଟ୍’ ହିମାଳୟ ପର୍ବତମାଳା ତଳେ ଫାଟୁଛି।

ଏକ ନୂତନ ଭୂତାତ୍ତ୍ୱିକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ହିମାଳୟର ଉଚ୍ଚତା ବଢ଼ୁଛି ଏବଂ ଏହି ପ୍ରକ୍ରିୟାକୁ ଆଗେଇ ନେବାପାଇଁ  ବିଶାଳ ସ୍ଲାବ୍ ‘ଭାରତୀୟ ପ୍ଲେଟ୍’ ହିମାଳୟ ପର୍ବତମାଳା ତଳେ ଫାଟୁଛି।

dgdadgdgad

ନୂଆଦିଲ୍ଲୀ: ଏକ ନୂତନ ଭୂତାତ୍ତ୍ୱିକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ହିମାଳୟର ଉଚ୍ଚତା ବଢ଼ୁଛି ଏବଂ ଏହି ପ୍ରକ୍ରିୟାକୁ ଆଗେଇ ନେବାପାଇଁ  ବିଶାଳ ସ୍ଲାବ୍ ‘ଭାରତୀୟ ପ୍ଲେଟ୍’ ହିମାଳୟ ପର୍ବତମାଳା ତଳେ ଫାଟୁଛି। ଏହି ଅନୁସନ୍ଧାନ ଶକ୍ତିଶାଳୀ ଭୂତଳ ଶକ୍ତି ବିଷୟରେ ନୂତନ ଜ୍ଞାନ ପ୍ରଦାନ କରେ ଯାହା ଗ୍ରହର ଦୁଇଟି ଗତିଶୀଳ ଭୌଗୋଳିକ ଅଞ୍ଚଳ ହିମାଳୟ ଓ ତିବ୍ବତୀୟ ମାଳଭୂମିକୁ ପୁନଃ ଆକାର ଦେବାରେ ଲାଗିଛି।

ଦଶନ୍ଧି ଦଶନ୍ଧି ଧରି ବୈଜ୍ଞାନିକମାନେ ଜାଣିଛନ୍ତି ଯେ, ଭାରତୀୟ ପ୍ଲେଟ୍ ୟୁରେସିଆନ୍ ପ୍ଲେଟ୍ ସହିତ ଧକ୍କା ଖାଇ ଉପରକୁ ଠେଲି ହୋଇଯିବା କାରଣରୁ ହିମାଳୟ ସୃଷ୍ଟି ହୋଇଛି। ଏହି ପ୍ରକ୍ରିୟା ପ୍ରାୟ ୫୦ ନିୟୁତ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା। କିନ୍ତୁ ଏସ୍-ୱେଭ୍ ରିସିଭର ଫଙ୍କସନ୍ ଇମେଜିଂ ମାଧ୍ୟମରେ ପ୍ରାପ୍ତ ନୂତନ ୩ଡି କମ୍ପନ ତଥ୍ୟ ଦର୍ଶାଏ ଯେ ଏହି ପ୍ରକ୍ରିୟା ପୂର୍ବ ଅପେକ୍ଷା ଅଧିକ ଜଟିଳ। ପ୍ରି-ପ୍ରିଣ୍ଟରେ ପ୍ରକାଶିତ ଗବେଷଣା ତଥ୍ୟ ଅନୁଯାୟୀ, ଭାରତୀୟ ପ୍ଲେଟ୍ ତିବ୍ବତ ତଳେ ଗୋଟିଏ କଠିନ ବ୍ଲକ୍ ଭାବରେ ଗତି କରେ ନାହିଁ। ଏହା ପରିବର୍ତ୍ତେ, ୟାଡୋଙ୍ଗ-ଗୁଲୁ ଏବଂ କୋନା-ସାଙ୍ଗ୍ରି ରିଫ୍ଟ ଜୋନ୍ ନିକଟରେ ଏହାର ଦୈର୍ଘ୍ୟରେ, ବିଶେଷ କରି ପ୍ରାୟ ୯୦°ରୁ ୯୨° ପୂର୍ବ ଦ୍ରାଘିମାରେ ଏହା ବଙ୍କା ହୋଇଥାଏ ଓ ଫାଟି ଯାଇଥାଏ। ପଶ୍ଚିମ ହିମାଳୟରେ ଭାରତୀୟ ପ୍ଲେଟ୍ ପ୍ରାୟତଃ ଅକ୍ଷୁଣ୍ଣ ରହିଛି। ଏହା ତିବ୍ବତୀୟ ଭୂତ୍ବକ୍ ତଳେ ଧୀରେଧୀରେ ଘୁଷୁରୁଛି। ଏହି ପ୍ରକ୍ରିୟା ଅଣ୍ଡରପ୍ଲେଟିଂ ଭାବରେ ଜଣାଶୁଣା। 

ତଥାପି, ଆହୁରି ପୂର୍ବରେ, ଚିତ୍ର ନାଟକୀୟ ଭାବରେ ବଦଳିଥାଏ। ଲିଥୋସ୍ଫିୟରିକ୍ ମ୍ୟାଣ୍ଟଲ ନାମରେ ଜଣାଶୁଣା ଭାରତୀୟ ପ୍ଲେଟ୍‌ର ନିମ୍ନ ଭାଗରୁ ଚୋପା ଛାଡ଼ିଲା ପରି (ଡିଲାମିନେଟେଡ୍) ଏବଂ ପୃଥିବୀର ଗଭୀରତାକୁ ଦବି ଯିବା ପରି ମନେହୁଏ। ଏହା ଏକ ମୋଲ୍‌ଟେନ୍ (ତରଳ) ଜୋନ୍ ସୃଷ୍ଟି କରିଛି, ଯାହାକୁ ଆସ୍ଥେନୋସ୍ଫିୟରିକ୍ ୱେଜ୍ କୁହାଯାଏ। ଏହା ଦୁଇଟି ସ୍ତର ମଧ୍ୟରେ ଯୋଡ଼ି (ସ୍ୟାଣ୍ଡୱିଚ୍) ହୋଇଛି। ନୂତନ ଭାବରେ ଗଠିତ ତିବ୍ଦତୀୟ ଲିଥୋସ୍ଫିୟର ବର୍ତ୍ତମାନ ଯୋଡ଼େଇର ଦକ୍ଷିଣରେ ପ୍ରାୟ ୧୦୦ କିଲୋମିଟର ବ୍ୟାପିଛି, ଯାହା ତିବ୍ଦତର ଆଧାର ଏପର୍ଯ୍ୟନ୍ତ ବୃଦ୍ଧି ପାଉଥିବା ଓ ବିକଶିତ ହେଉଥିବା ସଙ୍କେତ ଦେଉଛି। ହିଲିୟମ୍ ଗ୍ୟାସ୍ ନିର୍ଗମନ ଓ ଗଭୀର ଭୂକମ୍ପ କାର୍ଯ୍ୟକଳାପର ଢାଞ୍ଚା ଦ୍ୱାରା ସମର୍ଥିତ ଏହି ଅଧ୍ୟୟନରୁ ଜଣାପଡିଛି ଯେ, ଏସିଆ ସହିତ ଧୀର ଗତିରେ ଧକ୍କା ଜାରି ରଖିଥିବାରୁ ଭାରତୀୟ ପ୍ଲେଟ୍ ବିକୃତ ହେଉଛି କିମ୍ବା ଫାଟୁଛି। ଭୂତତ୍ତ୍ୱବିତ୍‌ମାନେ କହିଛନ୍ତି ଯେ, ଏହି ଆବିଷ୍କାର କେବଳ ଏହି ଅଞ୍ଚଳର ଅନେକ ଭୂକମ୍ପ ଢାଞ୍ଚା ଓ ଫାଟ ଗଠନକୁ ବ୍ୟାଖ୍ୟା କରେ ନାହିଁ ବରଂ ଦୀର୍ଘକାଳୀନ ପର୍ବତ ନିର୍ମାଣ ସମୟରେ ମହାଦେଶୀୟ ପ୍ଲେଟ୍ କିପରି ଆଚରଣ କରେ ସେ ବିଷୟରେ ଆମର ବୁଝାମଣାକୁ ମଧ୍ୟ ପୁନଃ ଆକାର ଦେଇଥାଏ। କେବଳ ଉପରୁ ନୁହେଁ, ପୃଥିବୀର ଗଭୀରତାରୁ ହିମାଳୟ ଏବେ ମଧ୍ୟ ଗଠିତ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe