ଲଣ୍ଡନ ପହଞ୍ଚିଲା ଭାରତୀୟ ଦଳ

Advertisment
ଲଣ୍ଡନ ପହଞ୍ଚିଲା ଭାରତୀୟ ଦଳ

ଲଣ୍ଡନ୍‌: ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ୍ ଦଳ ଗୁରୁବାର ଲଣ୍ଡନ ପହଞ୍ଚିନ୍ତି। ବୁଧବାର ବିଳମ୍ବିତ ରାତିରେ ଖେଳାଳିମାନେ ଏକ ଚାଟାର୍ଡ ଫ୍ଲାଇଟରେ ଗସ୍ତ କରିଥିଲେ। ଲଣ୍ଡନ ପହଞ୍ଚିବା ପରେ ଭାରତୀୟ ଦଳ ସେଠାରୁ ସାଉଥାମ୍ପଟନ୍ ଗସ୍ତ କରିଛି। ଖେଳାଳିମାନେ ସେଠାକାର ଏକ ହୋଟେଲରେ ସଙ୍ଗରୋଧରେ ରହିବ। ଭାରତୀୟ ଖେଳାଳିମାନେ ପରିବାର ସହ ଗସ୍ତ କରିଥିବା ବେଳେ ଅଧିନାୟକ ବିରାଟ କୋହଲି ଏବଂ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ କନ୍ୟା ବାମିକା ମଧ୍ୟ ଇଂଲଣ୍ଡ ଗସ୍ତ କରିଛନ୍ତି। ଉଭୟ ପୁରୁଷ ଓ ମହିଳା କ୍ରିକେଟ୍ ଦଳର ସଦସ୍ୟମାନଙ୍କୁ ସାଥୀରେ ପରିବାର ନେବାକୁ ବିସିସିଆଇ ଅନୁମତି ପ୍ରଦାନ କରିଥିଲା।

ଖେଳାଳିମାନଙ୍କୁ ବିସିସିଆଇ ଅନୁରୋଧ କରିଛି ଯେ ପରିବାର ସଦସ୍ୟଙ୍କୁ ବି ଜୈବ ବଳୟରେ ସମୟ କାଟିବାକୁ ହେବ। ବ୍ରିଟେନର କଡ଼ା ସଙ୍ଗରୋଧ ନିୟମ କାରଣରୁ କିନ୍ତୁ ବିଶ୍ବ ଟେଷ୍ଟ୍‌ ‌ଚାମ୍ପିଅନସିପ୍ ଫାଇନାଲ୍ ପାଇଁ ବିସିସିଆଇର କୌଣସି କାର୍ଯ୍ୟକର୍ତ୍ତା ଇଂଲଣ୍ଡ ଗସ୍ତ କରିପାରିନାହାନ୍ତି। ସାଉଥାମ୍ପଟନ୍‌ରେ ବିରାଟ କୋହଲିଙ୍କ ଦଳ ୧୦ ଦିନ ସଙ୍ଗରୋଧ ରହିବା ପରେ ଅଭ୍ୟାସ ଆରମ୍ଭ କରିବ। ସୂଚନାଯୋଗ୍ୟ, ଭାରତ ଏବଂ ନ୍ୟୁଜିଲାଣ୍ଡ୍ ମଧ୍ୟରେ ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ ଫାଇନାଲ୍ ମ୍ୟାଚ୍‌ ଜୁନ୍ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସାଉଥାମ୍ପଟନ୍‌ରେ ଖେଳାଯିବ। ପୁରୁଷ ଦଳ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍‌ ଖେଳିବା ପୂର୍ବରୁ ମହିଳା ଦଳ ବ୍ରିଷ୍ଟଲ୍‌ରେ ଏକମାତ୍ର ଟେଷ୍ଟ୍‌ (ଜୁନ୍ ୧୬-୧୯) ମ୍ୟାଚ୍‌ ମଧ୍ୟ ଖେଳିବ। ଏହା ପରେ ପୁରୁଷ ଦଳ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍‌ ଟେଷ୍ଟ୍ ଶୃଙ୍ଖଳା ସେପ୍ଟେମ୍ବର ପ୍ରାରମ୍ଭ ପର୍ଯ୍ୟନ୍ତ ଖେଳିବ। ମହିଳା ଦଳ ଦୁଇଟି ସୀମିତ ଓଭର ଶୃଙ୍ଖଳା ଖେଳି ଜୁଲାଇରେ ସ୍ବଦେଶ ଫେରି ଆସିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe