ସଂକ୍ରମଣ ୯୦ ଲକ୍ଷ ଟପିଲା, ଅହମଦାବାଦ୍‌ରେ ୬୦ ଘଣ୍ଟିଆ କର୍ଫ୍ୟୁ

Advertisment

ମଧ୍ୟପ୍ରଦେଶ, ଗୁଜରାଟର କିଛି ସହରରେ ନାଇଟ୍‌ କର୍ଫ୍ୟୁ, ସଂକ୍ରମଣ ବଢ଼ିଲେ ବି ଜାତୀୟ ସଟଡାଉନ୍‌ ଘୋଷଣା ହେବନି

ମଧ୍ୟପ୍ରଦେଶ, ଗୁଜରାଟର କିଛି ସହରରେ ନାଇଟ୍‌ କର୍ଫ୍ୟୁ, ସଂକ୍ରମଣ ବଢ଼ିଲେ ବି ଜାତୀୟ ସଟଡାଉନ୍‌ ଘୋଷଣା ହେବନି

ସଂକ୍ରମଣ ୯୦ ଲକ୍ଷ ଟପିଲା, ଅହମଦାବାଦ୍‌ରେ ୬୦ ଘଣ୍ଟିଆ କର୍ଫ୍ୟୁ

Inventiva

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ୯୦ ଲକ୍ଷ ଟପିଯାଇଛି। ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୨ ହଜାର ୧୬୨ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୫ ହଜାର ୫୨୨ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୫୮୪ ଜଣଙ୍କ ଏହି ରୋଗରେ ମୃତ୍ୟୁ ହୋଇଛି। ଦେଶରେ ଏବେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୪ ଲକ୍ଷ ୪୩ ହଜାର ୭୯୪ ରହିଛି। ଅନ୍ୟପ‌କ୍ଷେ ୮୪ ଲକ୍ଷ ୨୮ ହଜାର ୪୦୯ ଜଣ କ‌ରୋନାରୁ ସୁସ୍ଥ ହେବା ଫଳରେ ଆରୋଗ୍ୟ ହାର ୯୩.୬୦%କୁ ବୃଦ୍ଧି ପାଇଛି। ସକ୍ରିୟ ଏବଂ ଆରୋଗ୍ୟ ସଂଖ୍ୟା ମଧ୍ୟରେ ବ୍ୟବଧାନ ଏବେ ୭୯ ଲକ୍ଷ ୮୪ ହଜାର ୬୧୫ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଗୁରୁବାର ୧୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ୭୭.୨୭% ନୂଆ ଆରୋଗ୍ୟ ମାମଲା ଚିହ୍ନଟ ହୋଇଛି। କେରଳରେ ସର୍ବାଧିକ ୭,୦୬୬ ଜଣ କରୋନାରୁ ସୁସ୍ଥ ହୋଇଥିବାବେଳେ ଦିଲ୍ଲୀରେ ୬,୯୦୧ ଏବଂ ମହାରାଷ୍ଟ୍ରରେ ୬,୬୦୮ ଜଣ ସୁସ୍ଥ ହୋଇଛନ୍ତି। ୧୦ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରୁ ମଧ୍ୟ ୭୭.୨୮% ନୂ୍ଆ ମାମଲା ରିପୋର୍ଟ କରାଯାଇଛି। ଦିଲ୍ଲୀରେ ସର୍ବାଧିକ ୭,୪୮୬ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ କେରଳରେ ୬,୪୧୯ ଏବଂ ମହାରାଷ୍ଟ୍ରରେ ୫,୦୧୧ ନୂଆ ମାମଲା ଚିହ୍ନଟ ହୋଇଛି। ହରିୟାଣା, ରାଜସ୍ଥାନ, ଗୁଜରାଟ ପରି ରାଜ୍ୟକୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଉଚ୍ଚସ୍ତରୀୟ ବିଶେ‌ଷଜ୍ଞ ଦଳ ପଠାଯାଇଛି।

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଭୋପାଳ, ଇନ୍ଦୋର, ଗ୍ବାଲିଅର, ବିଦିଶା ଏବଂ ରତଲମ୍‌ ଜିଲ୍ଲାରେ ୨୧ ତାରିଖ ରାତି ୧୦ରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ହେବ। ତେବେ ଜରୁରୀ ସେବାରେ ନିୟୋଜିତ ଲୋକ ଏହି ନିୟମ ଅନ୍ତର୍ଭୁକ୍ତ ନୁହନ୍ତି। ଅନ୍ୟପକ୍ଷେ ଗୁଜରାଟର ସୁରଟ୍‌, ଭଦୋଦରା, ରାଜକୋଟରେ ମଧ୍ୟ ଆସନ୍ତାକାଲିଠାରୁ ରାତି ୯ରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ।

ସଂକ୍ରମଣ ବଢ଼ିଲେ ବି ଜାତୀୟ ସଟଡାଉନ୍‌ ଘୋଷଣା ହେବନି
ୱାସିଂଟନ୍‌ : ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି, ସଂକ୍ରମଣ ମାମଲା ବଢ଼ିଲେ ମଧ୍ୟ ସେ ଏହାକୁ ରୋକିବାପାଇଁ ଜାତୀୟ ସ୍ତରରେ ସଟ୍‌ଡାଉନ୍‌ ଘୋଷଣା କରିବେନି। ଜାତୀୟ ସଟ୍‌ଡାଉନ୍‌ ଘୋଷଣା କଲାଭଳି କୌଣସି ଆବଶ୍ୟକତା ଥିବା ସେ ‌ଦେଖିପାରୁନାହାନ୍ତି। ଆମେରିକା କରୋନା ଯୋଗୁଁ ସର୍ବାଧିକ ପ୍ରଭାବିତ। ଆମେରିକାରେ ମୋଟ୍‌ ୧ କୋଟି ୨୦ ଲକ୍ଷ ୧୭ ହଜାର ଲୋକ ସଂକ୍ରମିତ ହୋଇଥିବାବେଳେ ୨ ଲକ୍ଷ ୫୦ ହଜାର ଲୋକଙ୍କ କରୋନାରେ ମୃତ୍ୟୁ ହୋଇଛି। ଇତି ମଧ୍ୟରେ ଆମେରିକା ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ପକ୍ଷରୁ ଲୋକମାନଙ୍କୁ ଯଥାସମ୍ଭବ ବାହାରେ କମ୍‌ ବୁଲିବା ପାଇଁ କୁହାଯାଇଛି। କିନ୍ତୁ ବାଇଡେନ୍‌ କହିଛନ୍ତି ସଂକ୍ରମଣ ବଢ଼ିଲେ ସୁଦ୍ଧା ସେ ଜାତୀୟ ସଟ୍‌ଡା‌ଉନ୍‌ ଘୋଷଣା କରିବେନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe