ମେ’ ୧୧-୧୫ ସୁଦ୍ଧା ସଂକ୍ରମଣ ଶୀର୍ଷ ଛୁଇଁବ, ୩୩-୩୫ ଲକ୍ଷରେ ପହଞ୍ଚିବ ସକ୍ରିୟ ମାମଲା

Advertisment

ବାଧାମୁକ୍ତ ଅକ୍ସିଜେନ୍‌ ‌ଯୋଗାଣ ପାଇଁ କେନ୍ଦ୍ରର ନିର୍ଦ୍ଦେଶ

ବାଧାମୁକ୍ତ ଅକ୍ସିଜେନ୍‌ ‌ଯୋଗାଣ ପାଇଁ କେନ୍ଦ୍ରର ନିର୍ଦ୍ଦେଶ

ପୁଣି ୧୧ହଜାର ଉପରେ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଆଖି ବୁଜିଲେ ସର୍ବାଧିକ ୨୫ ଜଣ

Deccan Herald

ନୂଆଦିଲ୍ଲୀ: ଦେଶରେ ଦ୍ବିତୀୟ ଲହର କୋଭିଡ୍‌ ସଂକ୍ରମଣ ଯେଉଁଭଳି ବଢ଼ି ଚାଲିଛି ତାହା ମେ’ ୧୧-୧୫ ମଧ୍ୟରେ ଶୀର୍ଷରେ ପହଞ୍ଚିବ। ଏକ ଗାଣିତିକ ମଡେଲ୍‌ ଅନୁଯାୟୀ ମେ’ ୧୧ରୁ ୧୫ ମଧ୍ୟରେ ଦେଶରେ ସକ୍ରିୟ ସଂକ୍ରମଣ ମାମଲା ୩୩ରୁ ୩୫ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିଥିବ। ଏହାର ଅର୍ଥ ସକ୍ରିୟ ମାମଲା କମିବା ପୂର୍ବରୁ ଆହୁରି ୩ ସପ୍ତାହ ପର୍ଯ୍ୟନ୍ତ ବଢ଼ିବ। ଯଦି ବର୍ତ୍ତମାନର ଗାଣିତିକ ମଡେଲ୍‌ ଠିକ୍‌ ହୁଏ ତେବେ ମେ’ ମଧ୍ୟଭାଗ ବେଳକୁ ସଂକ୍ରମଣ ମାମଲା ପ୍ରଥମ ଲହରର ଶୀର୍ଷ ସଂକ୍ରମଣ ତୁଳନାରେ ତିନି ଗୁଣା ହୋଇଥିବ। ଏପ୍ରିଲ ୨୫ରୁ ୩୦ ମଧ୍ୟରେ ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଏବଂ ତେଲେଙ୍ଗାନା ନୂଆ ସଂକ୍ରମଣ ଦେଖିବ ଏବଂ ମେ’ ୧-୫ ମଧ୍ୟରେ ଓଡ଼ିଶା, କର୍ଣ୍ଣାଟକ ଏବଂ ପଶ୍ଚିମବଙ୍ଗ ଶୀର୍ଷ ସଂକ୍ରମଣ ଦେଖିବ। ମେ’ ୬-୧୦ ମଧ୍ୟରେ ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ନୂଆ ଶୀର୍ଷ ସଂକ୍ରମଣ ଦେଖିବେ। ମହାରାଷ୍ଟ୍ର ଏବଂ ଛତିଶଗଡ଼ ଏବେ ସଂକ୍ରମଣର ଶୀର୍ଷ ପର୍ଯ୍ୟାୟରେ ପହଞ୍ଚି ସାରିଛି ବୋଲି କୁହାଯାଇଛି। ମେ’ ୧ରୁ ୫ ମଧ୍ୟରେ ଦେଶରେ ଦୈନିକ ସାଢ଼େ ୩ ଲକ୍ଷ ସଂକ୍ରମଣ ମାମଲା ଥିବ ବୋଲି ଆକଳନ କରାଯାଇଛି।

ନୂଆଦିଲ୍ଲୀ: ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍‌ ସଙ୍କଟ ଦେଖା‌ଦେବା ଏବଂ ବିଭିନ୍ନ ରାଜ୍ୟ ଅକ୍ସିଜେନ୍‌ ଯୋଗାଣ‌ରେ ବାଧା ସୃଷ୍ଟି କରୁଥିବା ନେଇ ଅଭିଯୋଗ ହେବାପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ବିପର୍ଯ୍ୟୟ ପରିଚାଳନା ଆଇନ ଲାଗୁ କରିଛନ୍ତି। ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ରାଜ୍ୟମାନଙ୍କ ମଧ୍ୟରେ ଅକ୍ସିଜେନ୍‌ ଯୋଗାଣ ନେଇ କୌଣସି କଟକଣା ନରହିବା ଉଚିତ୍‌। ମେଡିକାଲ୍‌ ଅକ୍ସିଜେନ୍‌ ବହନ କରୁଥିବା ଟ୍ରକ୍‌ମାନଙ୍କର ଯାତାୟତକୁ ହରିୟାଣା, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ଅଟକାଇ ଦିଆଯାଉଥିବା ଅଭିଯୋଗ ହେବାପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ବିପର୍ଯ୍ୟୟ ପରିଚାଳନା ଆଇନ ଲାଗୁ କରିଛନ୍ତି। ଏହାଦ୍ବାରା ଆନ୍ତଃରାଜ୍ୟ ଅବାଧ ଅକ୍ସିଜେନ୍‌ ଯୋଗାଣ ହୋଇପାରିବ। ମନ୍ତ୍ରାଳୟର ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ନେଇ ବରିଷ୍ଠ ଏସ୍‌ପି , ଏଏସ୍‌ପି ଏବଂ ଡିସିପି ବ୍ୟକ୍ତିଗତ ଭାବେ ଉତ୍ତରଦାୟୀ ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe