୨ ସନ୍ତାନଙ୍କ କ୍ଷତାକ୍ତ ମୃତଦେହ ଘରୁ ଉଦ୍ଧାର: ରେଳ ଧାରଣାରୁ ମିଳିଲା ବାପାଙ୍କ ମୃତଦେହ

Advertisment
ଜିନ୍ଦଲରେ ଟ୍ରେଲର ଡ୍ରାଇଭରଙ୍କ ଆକସ୍ମିକ ମୃତ୍ୟୁ 

bbc

ନୂଆଦିଲ୍ଲୀ: ଶନିବାର ପୂର୍ବ ଦିଲ୍ଲୀର ଏକ ବନ୍ଦଘରୁ ଦୁଇ ନାବାଳକଙ୍କ କ୍ଷତାକ୍ତ ମୃତ ଦେହ ଏବଂ ଅଚେତନ ଅବସ୍ଥାରେ ପଡ଼ିଥିବା ସେମାନଙ୍କ ମା’ଙ୍କୁ ପୁଲିସ ଉଦ୍ଧାର କରିଛି। ସେହିଦିନ ସନ୍ଧ୍ୟାରେ ମୃତ ନାବାଳକଙ୍କ ପିତାଙ୍କ ମୃତ ଦେହକୁ ମଧ୍ୟ ନିକଟସ୍ଥ ରେଳ ଧାରଣା ନିକଟରୁ ଉଦ୍ଧାର କରାଯାଇଛି। ଏହା ପଛରେ ହତ୍ୟା ଓ ଆତ୍ମହତ୍ୟା ଦିଗ ରହିଥାଇପାରେ ବୋଲି ପୁଲିସ ଅନୁମାନ କରୁଥିଲେ ମଧ୍ୟ ସମଗ୍ର ଘଟଣା ଉପରୁ ଏଯାଏଁ ରହସ୍ୟର ପରଦା ଉଠିପାରିନାହିଁ।ଶ୍ୟାମଜୀ ଚୌରାସିଆ (୪୨), ପତ୍ନୀ ସାନୁ (୩୯), ଦୁଇ ପୁଅ କାର୍ତିକ (୧୫) ଓ ଗୁନୁ (୯)ଙ୍କ ସହ ପୂର୍ବ ଦିଲ୍ଳୀର ପାଣ୍ଡବ ନଗରରେ ରହୁଥିଲେ। ନିକଟସ୍ଥ ମୟୂର ବଜାରରେ ଶ୍ୟାମଜୀ ଏକ ଚା ଦୋକାନ କରିଥିଲେ ଓ ଏହା ନିକଟରେ ତାଙ୍କର ଦୁଇ ଭାଇ ମଧ୍ୟ ପାନ-ସିଗାରେଟ୍‌ ଦୋକାନ କରିଥିଲେ। ଶୁକ୍ରବାରଠାରୁ ଶ୍ୟାମଜୀଙ୍କ ଘର ବନ୍ଦ ପଡ଼ିଥିଲା ଓ ସେମାନଙ୍କ ପରିବାର ସଦସ୍ୟଙ୍କ ଦେଖା ମିଳିନଥିଲା। ପାଖପଡ଼ୋଶୀ ଶ୍ୟାମଜୀ ଓ ସାନୁର ମୋବାଇଲ୍‌କୁ ଅନେକଥର ଫୋନ୍‌ କରି ବିଫଳ ହୋଇଥିଲେ। ଶେଷରେ ପୁଲିସକୁ ସୂଚିତ କରିଥିଲେ।

ଶନିବାର ଅପରାହ୍‌ଣରେ ତାଲା ଭାଙ୍ଗି ପୁଲିସ ଘରେ ପଶିଥିଲା। ଘରେ କ୍ଷତାକ୍ତ ଅବସ୍ଥାରେ କାର୍ତିକ ଓ ଗୁନୁଙ୍କ ମୃତ ଦେହ ଏକ ଖଟ ଉପରେ ପଡ଼ିଥିଲା। ଅନ୍ୟ ଏକ ପ୍ରକୋଷ୍ଠରେ ସାନୁ ଅଚେତ ଅବସ୍ଥାରେ ପଡ଼ିଥିଲେ। ତାଙ୍କ ଦେହର ଏକାଧିକ ସ୍ଥାନରେ କ୍ଷତ ଚିହ୍ନ ରହିଥିଲା। ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତ କରାଯାଇଥିଲା। ଡିସିପି ଅପୂର୍ବା ଗୁପ୍ତ କହିଛନ୍ତି ଯେ ଶ୍ୟାମଜୀ ଜଣେ ନିଶାଡ଼ି ଥିଲେ। ଏହି କାରଣରୁ ସେ ଗତ କିଛି ଦିନ ଧରି ଯକୃତ ରୋଗରେ ପୀଡ଼ିତ ଥିଲେ। ସେ ଦୁର୍ବଳ ହୋଇପଡ଼ିବାରୁ ନିଜର ଚା ଦୋକାନ ପାଇଁ ଜଣେ କର୍ମଚାରୀ ମଧ୍ୟ ନିୟୋଜିତ କରିଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଶ୍ୟାମଜୀ ନିଜର ଦୁଇ ସନ୍ତାନକୁ ହତ୍ୟା କରବା ସହ ପତ୍ନୀଙ୍କୁ ଆକ୍ରମଣ କରିଥିଲେ। ଏହାପରେ ସେ ନିଜେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe