‌ସୋନିଆଙ୍କୁ ଜେରା ଶେଷ: ୩ ଦିନରେ ୧୨ ଘଣ୍ଟା, ୧୦୦ ପ୍ରଶ୍ନ

Advertisment
‌ସୋନିଆଙ୍କୁ ଜେରା ଶେଷ: ୩ ଦିନରେ ୧୨ ଘଣ୍ଟା, ୧୦୦ ପ୍ରଶ୍ନ

Image Courtesy: News Live

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ନେସନାଲ ହେରାଲ୍ଡ ମନିଲଣ୍ଡରିଂ ମାମଲାରେ ପୁଣିଥରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ରେ ହାଜର ହୋଇଥିଲେ। ତୃତୀୟ ପର୍ଯ୍ୟାୟରେ ସୋନିଆଙ୍କୁ ଆଜି ୩ ଘଣ୍ଟାରୁ ଅଧିକ ସମୟ ଜେରା କରାଯାଇଛି। ୭୫ ବର୍ଷୀୟା‌ ସୋନିଆ ଗତକାଲି ପରି ଆଜି ମଧ୍ୟ ଝିଅ ପ୍ରିୟଙ୍କା ଗାନ୍ଧି ଏବଂ ପୁଅ ରାହୁଲ ଗାନ୍ଧିଙ୍କ ସହ ଇଡି ଅଫିସରେ ହାଜର ‌ହୋଇଥିଲେ। ପୂର୍ବାହ୍ନ ୧୧ଟା ସମୟରେ ସୋନିଆ ଇଡିରେ ହାଜର ହୋଇଥି‌ଲେ ଏବଂ ୧୧.୧୫ରେ ତାଙ୍କୁ ଜେରା ଆରମ୍ଭ ହୋଇଥିଲା। ସୋନିଆଙ୍କ ସହ ତାଙ୍କ ଝିଅ ପ୍ରିୟଙ୍କା ଇଡି ଅଫିସର ଅନ୍ୟ ଏକ ରୁମ୍‌ରେ ରହିଥିଲେ। ସୋନିଆଙ୍କୁ ୩ ଦିନରେ ୧୨ ଘଣ୍ଟା ଜେରା କରାଯାଇଛି ଏବଂ ତାଙ୍କୁ ୧୦୦ରୁ ଅଧିକ ପ୍ରଶ୍ନ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ସୋନିଆଙ୍କୁ ଜୁଲାଇ ୨୧ରେ ପ୍ରଥମେ ଜେରା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ତାଙ୍କୁ ୩ ଘଣ୍ଟା ଜେରା କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ୬ ଘଣ୍ଟା ଏବଂ ତୃତୀୟ ପର୍ଯ୍ୟାୟରେ ୩ ଘଣ୍ଟ‌ା ଜେରା କରାଯାଇଛି। ସୋନିଆଙ୍କୁ ଆଉ ନୂଆ ସମନ ଜାରି ହୋଇନାହିଁ। ଇଡି ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ସୋନିଆ ସବୁ ପ୍ରଶ୍ନର ଉତ୍ତର ବହୁତ ଶୀଘ୍ର ଦେଉଥିଲେ। ଅନ୍ୟପକ୍ଷେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ୫ ଦିନ ଜେରା କରାଯାଇଥିଲା। ୫ ଦିନରେ ରାହୁଲଙ୍କୁ ପ୍ରାୟ ୧୫୦ ପ୍ରଶ୍ନ କରାଯାଇଥିଲା।

ସୋନିଆଙ୍କୁ ଇଡି ଜେରାକୁ ବିରୋଧ କରି କଂଗ୍ରେସ ନେତାମାନେ ଦିଲ୍ଲୀରେ ଆନ୍ଦୋଳନ ଜାରି ରଖିଛନ୍ତି। ଆଜି ମଧ୍ୟ ଦିଲ୍ଲୀ ପୁଲିସ କିଛି କଂଗ୍ରେସ କର୍ମୀ ଏବଂ ନେତାମାନଙ୍କୁ ଅଟକ ରଖିଛି। ଅନେକ ବରିଷ୍ଠ ନେତା ପିଏମଏଲଏର ଅପବ୍ୟବହାରକୁ କଡ଼ା ନିନ୍ଦା କରିଛନ୍ତି। କଂଗ୍ରେସ କର୍ମୀମାନେ ଆଜି ଏଆଇସିସି ମୁଖ୍ୟାଳୟ ବାହାରେ ମଧ୍ୟ ଆନ୍ଦୋଳନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe