ଦେଶରେ ବଡ଼ ଆକ୍ରମଣ ଯୋଜନା କରିଛି ଆଇଏସ୍ଆଇ: ୪୦ ପାକ୍‌ ସମର୍ଥିତ ଆଫଗାନ୍‌ ଆତଙ୍କବାଦୀ ଅନୁପ୍ରବେଶ ଅପେକ୍ଷାରେ

ଦେଶରେ ବଡ଼ ଆକ୍ରମଣ ଯୋଜନା କରିଛି ଆଇଏସ୍ଆଇ: ୪୦ ପାକ୍‌ ସମର୍ଥିତ ଆଫଗାନ୍‌ ଆତଙ୍କବାଦୀ ଅନୁପ୍ରବେଶ ଅପେକ୍ଷାରେ

ନୂଆଦିଲ୍ଲୀ : ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଦେଶରେ ବଡ଼ ଧରଣର ଆକ୍ରମଣ ଯୋଜନା କରିଛି। ଗତ ୧୮ ତାରିଖରେ ଗୁଇନ୍ଦା ସଂସ୍ଥା ପକ୍ଷରୁ ଏନେଇ ସୂଚନା ମିଳିଛି। ଗୁଇନ୍ଦା ସଂସ୍ଥା ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଆଏସ୍‌ଆଇ ବିଭିନ୍ନ ସ୍ଥାନରେ ଆଇଇଡି ବିସ୍ଫୋରଣ ଯୋଜନା କରିଛି। ପାର୍ବଣ ସମୟରେ ଭିଡ଼ ସ୍ଥାନରେ ଟାର୍ଗେଟ୍‌ ପାଇଁ ଯୋଜନା ହୋଇଛି। ଆଇଏସ୍‌ଆଇର ଏହି ଯୋଜନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଗୁଇନ୍ଦା ସୂଚନାରୁ ଜଣାପଡ଼ିଛି। ଅନ୍ୟପକ୍ଷେ ବିପୁଳ ସଂଖ୍ୟାରେ ଆତଙ୍କବାଦୀ ଭାରତକୁ ଅନୁପ୍ରବେଶ ଅପେକ୍ଷାରେ ଅଛନ୍ତି। ଗୁଇନ୍ଦା ସୂଚନା‌ନୁଯାୟୀ ପାକିସ୍ତାନ ସମର୍ଥିତ ୪୦ ଆଫଗାନିସ୍ତାନ ଆତଙ୍କବାଦୀ ନିୟନ୍ତ୍ରଣ ରେଖା ନିକଟସ୍ଥ ବିଭିନ୍ନ ଆତଙ୍କବାଦୀ ଶିବିରରେ ରହିଛନ୍ତି। ରାଜ୍ୟ ପୁଲିସ ଏବଂ ସୁରକ୍ଷାବାହିନୀକୁ ଏନେଇ ସଚେତନ କରାଯାଇଛି ବୋଲି ଜଣେ ଗୁଇନ୍ଦା ଅଧିକାରୀ କହିଛନ୍ତି। ଆଇଏସ୍‌ଆଇ ସମର୍ଥନରେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ସହଯୋଗ କ୍ରମେ ଆଫଗାନିସ୍ତାନ ଆତଙ୍କବାଦୀ ଭାରତକୁ ଅନୁପ୍ରବେଶ ଉଦ୍ୟମ କରୁଛନ୍ତି। ଟ୍ୟୁବ୍‌ ବ୍ୟବହାର କରି ଆତଙ୍କବାଦୀମାନେ ପୁଞ୍ଚ ନଦୀ ଅତିକ୍ରମ କରି ଦେଶରେ ଅନୁପ୍ରବେଶ କରିବାକୁ ଯୋଜନା କରିଛନ୍ତି। ସେହିପରି ଏଲ୍‌ଇଟି , ହରକତ ଉଲ୍‌ ଅନସାର ଏବଂ ହିଜବୁଲ ମୁଜାହିଦ୍ଦିନ ଗୋଷ୍ଠୀ ଆତଙ୍କବାଦୀଙ୍କ ଗତିବିଧି ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି।

ଉଲ୍ଲେଖ‌ଯୋଗ୍ୟ ଯେ, ଗତ ସପ୍ତାହରେ ଦିଲ୍ଲୀ ପୁଲିସ ସ୍ବତନ୍ତ୍ର ଶାଖା ଏକ ବଡ଼ ଧରଣର ଆତଙ୍କବାଦୀ ନେଟ୍‌ୱର୍କର ପର୍ଦ୍ଦାଫାସ କରିଛନ୍ତି। ୨ ପାକିସ୍ତାନୀ ତାଲିମପ୍ରାପ୍ତ ଆତଙ୍କବାଦୀଙ୍କ ସହ ୬ ଜଣ ଏହି ମାମଲାରେ ଗିରଫ ‌ହୋଇଥିଲେ। ଉକ୍ତ ଘଟଣାପରେ ଦେଶରେ ବିଭିନ୍ନ ସହରମାନଙ୍କରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଆତଙ୍କବାଦୀମାନେ ରେଳ ଧାରାଣା ଏବଂ ବ୍ରିଜ୍‌ ଉଡ଼ାଇଦେବାର ଯୋଜନା କରିଥିଲେ। ତେଣୁ ପ୍ରମୁଖ ରେଳ ଷ୍ଟେସନ୍‌ମାନଙ୍କରେ ସୁରକ୍ଷା କଡ଼ାକଡ଼ି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe