ପୁଲ୍‌ୱାମା ଆକ୍ରମଣ ପାଇଁ ଯୋଜନା କରିଥିଲା ଆଇଏସ୍‌ଆଇ, ଜେଇଏମ୍‌

Advertisment
ଆଇଏସ୍ଆଇଏସ୍‌ର ନୂଆ ମୁଖ୍ୟ

tfi post

ଶ୍ରୀନଗର: ୨୦୧୯ ଫେବ୍ରୁଆରି ୧୪ ତାରିଖରେ ହୋଇଥିବା ପୁଲ୍‌ୱାମା ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରିଥିଲା ଇସଲାମାବାଦ୍‌। ଏହି ଯୋଜନାକୁ କାର୍ଯ୍ୟକାରୀ ମଧ୍ୟ କରିଥିଲା ଇସଲମାବାଦ୍‌। ଆକ୍ରମଣରେ ୪୦ ସିଆରପିଏଫ୍‌ ଯବାନ ସହିଦ ହୋଇଥିଲେ। ଏହା ପରଠାରୁ ଭାରତ-ପାକିସ୍ତାନ ଦ୍ବିପାକ୍ଷିକ ସମ୍ପର୍କ ଆହୁରି ଅଧିକ ତିକ୍ତ ହୋଇଯାଇଛି। ଏନ୍‌ଆଇଏର ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଏହା ଜଣାପଡ଼ିଛି ଯେ, ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଏବଂ ଆତଙ୍କବାଦୀ ଗୋଷ୍ଠୀ ଜେଇଏମ୍‌ ଏହି ଆକ୍ରମଣ ପାଇଁ ଯୋଜନା କରିଥିଲେ ଏବଂ ଏହାକୁ କାର୍ଯ୍ୟକାରୀ କରିଥିଲେ। ସେମାନେ ମଧ୍ୟ ଆତଙ୍କବାଦୀମାନଙ୍କୁ ତାଲିମ ଦେଇଥିଲେ। ଏନ୍‌ଆଇଏ ଦ୍ବାରା ପ୍ରସ୍ତୁତ ହୋଇଥିବା ଚାର୍ଜସିଟ୍‌ରେ ଏହା ଉଲ୍ଲେଖ ଅଛି ବୋଲି ୨ ଅଧିକାରୀ କହିଛନ୍ତି। ଚଳିତ ମାସ ଶେଷରେ ଏହି ଚାର୍ଜସିଟ୍‌ ଦାଖଲ ହେବ। ପାକିସ୍ତାନ ଏହି ଆକ୍ରମଣ ପାଇଁ ସ୍ଥାନୀୟ କାଶ୍ମୀର ବାସିନ୍ଦା ଆଦିଲ ଅହମଦ ଦାର୍‌କୁ ବ୍ୟବହାର କରିଥିଲା। ତେବେ କିଛି ବିଶେଷଜ୍ଞଙ୍କଠାରୁ ହସ୍ତଗତ ହୋଇଥିବା ତଥ୍ୟ ଏବଂ ପ୍ରମାଣ ଆଧାରରେ ଏହା କୁହାଯାଇଛି ଯେ, ପାକିସ୍ତାନ ସରକାର ଏହି ଆକ୍ରମଣରେ ସିଧାସଳଖ ସମ୍ପୃକ୍ତ ଥିଲେ। ଭାରତରେ ବିଶୃଙ୍ଖଳା ସୃଷ୍ଟି କରିବାପାଇଁ ପାକିସ୍ତାନ ସରକାର ଏଭଳି କରିଥିଲେ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe