ଇସ୍ରାଏଲ ସରକାର ଭାଙ୍ଗିଲା, ୩ ବର୍ଷରେ ୫ମ ନିର୍ବାଚନ ପାଇଁ ରାସ୍ତା ସଫା

ଇସ୍ରାଏଲ ସରକାର ଭାଙ୍ଗିଲା, ୩ ବର୍ଷରେ ୫ମ ନିର୍ବାଚନ ପାଇଁ ରାସ୍ତା ସଫା

Alleruzzo/Associated Press

ଇସ୍ରାଏଲ: ଇସ୍ରାଏଲରେ ୪ ବର୍ଷରୁ କମ୍ ସମୟ ଭିତରେ ୫ମ ନିର୍ବାଚନ ହେବାକୁ ଯାଉଛି। ମେଣ୍ଟ ସରକାର ପାର୍ଲାମେଣ୍ଟକୁ ଭାଙ୍ଗିବା ପାଇଁ ଆସନ୍ତା ସପ୍ତାହରେ ଏକ ବିଲ୍ ଆଗତ କରିବ। ନିର୍ବାଚନ ସରିବା ପର୍ଯ୍ୟନ୍ତ ୟାୟର ଲାପିଡ଼ ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେବେ ବୋଲି ରିପୋର୍ଟରୁ ଜଣାପଡ଼ିଛି।
ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନାଫତାଲି ବେନେଟ କହିଛନ୍ତି ଯେ ତାଙ୍କର ବନ୍ଧୁ ଲାପିଡ଼ଙ୍କ ସହ ସେ ଅଛନ୍ତି, ଯେ କି ଅନ୍ତରୀଣ ସରକାରର ଦାୟିତ୍ବ ନେବେ। ଆସନ୍ତା ଅକ୍ଟୋବର ମାସରେ ନିର୍ବାଚନ ହୋଇପାରେ ବୋଲି ରିପୋର୍ଟରୁ ଜଣାପଡ଼ିଛି। ବେନେଟଙ୍କ ମେଣ୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଗାଦିଚ୍ୟୁତ କରି କ୍ଷମତାସୀନ ହୋଇଥିଲା। କିନ୍ତୁ ଜନୈକା ୟାମିନା ଦଳ ସଦସ୍ୟା ମେଣ୍ଟରୁ ଓହରିଯିବାକୁ ଘୋଷଣା କରିବା ପରେ ବେନେଟଙ୍କ ଆଠଦଳିଆ ମେଣ୍ଟ ସରକାର ସଂଖ୍ୟାଲଘୁ ହୋଇପଡ଼ିଛି। ଫଳରେ ୩ ବର୍ଷରେ ଦେଶରେ ପଞ୍ଚମ ନିର୍ବାଚନ ହେବାକୁ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe