ମନ୍ଦିର ପୁନଃ ଖୋଲିବା ପ୍ରସଙ୍ଗ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ-ରାଜ୍ୟପାଳ ମୁହାଁମୁହିଁ

Advertisment
ମନ୍ଦିର ପୁନଃ ଖୋଲିବା ପ୍ରସଙ୍ଗ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ-ରାଜ୍ୟପାଳ ମୁହାଁମୁହିଁ

ମୁମ୍ବାଇ: ପଶ୍ଚିମବଂଗ ପରେ ଏବେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ-ରାଜ୍ୟପାଳ ବିବାଦ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।ମନ୍ଦିର ପୁନଃ ଖୋଲିବା ପ୍ରସଙ୍ଗକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏବଂ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରି ମୁହାଁମୁହିଁ ହୋଇଛନ୍ତି। ମହାରାଷ୍ଟ୍ରରେ ମନ୍ଦିର ପୁନଃ ଖୋଲିବା ପାଇଁ ରାଜ୍ୟପାଳ ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ତେବେ ଚିଠିରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କୁ ତୀବ୍ର କଟାକ୍ଷ କରିଥିଲେ। ଆଜି ଉଦ୍ଧବ ରାଜ୍ୟପାଳଙ୍ଗ ଚିଠିର ଜବାବ ରଖିଛନ୍ତି। ଉଲ୍ଲେଖଯୋଗ୍ୟ କୋଶୟାରୀ ତାଙ୍କ ଚିଠିରେ ଲେଖିଥିଲେ- ଆପଣ ହିନ୍ଦୁତ୍ବର ଜଣେ ଦୃଢ଼ ସମର୍ଥକ, ପ୍ରଭୁ ଶ୍ରୀରାମଙ୍କ ପ୍ରତି ଆପଣ ନିଜ ଭକ୍ତିକୁ ବି ସର୍ବସମ୍ମୁଖରେ ପ୍ରକାଶ କରିଛନ୍ତି। ମତେ ଆଶ୍ଚର୍ଯ୍ୟ ଲାଗୁଛି ଯେ, ମହାରାଷ୍ଟ୍ର‌ରେ ମନ୍ଦିର ପୁନଃ ଖୋଲିବା ନିଷ୍ପତ୍ତିକୁ ସ୍ଥଗିତ ରଖିବା ନେଇ ଆପଣ କ’ଣ କୌଣସି ଐଶ୍ବରୀୟ ଉପଦେଶ ଗ୍ରହଣ କରିଛନ୍ତି କି? ହଠାତ୍‌ କ’ଣ ଆପଣ ଧର୍ମନିରପେକ୍ଷ ପାଲଟିଲେ କି? ଏହାର ଜବାବରେ ଆଜି ଠାକ୍‌ରେ କହିଛନ୍ତି, କାହାଠାରୁ ସେ ହିନ୍ଦୁତ୍ବ ସାର୍ଟିଫିକେଟ୍‌ ଚାହାନ୍ତି ନାହିଁ। ଅଚାନକ ଲକ୍‌ଡାଉନ୍‌ ଯେମିତି ଠିକ୍‌ ନଥିଲା ଠିକ୍‌ ସେପରି ହଠାତ୍‌ କଟକଣା ହଟାଇ ଦେବା ଠିକ୍‌ ନୁହେଁ। ଉଦ୍ଧବ କହିଛନ୍ତି, ସେ ହିନ୍ଦୁତ୍ବର ଅନୁସରଣ କରନ୍ତି ଏବଂ କାହାଠାରୁ ତାଙ୍କ ହିନ୍ଦୁତ୍ବର ଯାଞ୍ଚ ଆବଶ୍ୟକ କରୁନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe