ବେଆଇନ ଆପ୍ରବାସୀଙ୍କୁ ଫେରାଇବା ପ୍ରସଙ୍ଗ; ଭାରତ ଯଥାର୍ଥ ପ‌ଦକ୍ଷେପ ନେବ: ଟ୍ରମ୍ପ

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତକାଲି ଟେଲିଫୋନ୍‌ରେ କଥା ହେବାପରେ ଆଜି ଟ୍ରମ୍ପ ଉଭୟଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତକାଲି ଟେଲିଫୋନ୍‌ରେ କଥା ହେବାପରେ ଆଜି ଟ୍ରମ୍ପ ଉଭୟଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି।

fhhffh

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତକାଲି ଟେଲିଫୋନ୍‌ରେ କଥା ହେବାପରେ ଆଜି ଟ୍ରମ୍ପ ଉଭୟଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ସାମ୍ବାଦିକମାନଙ୍କୁ ସୂଚନା ଦେଇ ଟ୍ରମ୍ପ କହିଛନ୍ତି, ମୋଦୀଙ୍କ ସହ ଅନେକ ସମୟ ଧରି କଥା ହେଲି।  ପ୍ରଧାନମନ୍ତ୍ରୀ  ମୋଦୀ ଆସନ୍ତା ମାସରେ ଆମେରିକା ଗସ୍ତ କରିବେ। ଟ୍ରମ୍ପ କହିଛନ୍ତି, ଭାରତ ସହ ଆମର ଅତ୍ୟନ୍ତ ଭଲ ସମ୍ପର୍କ ରହିଛି। ମୋଦୀଙ୍କ ସହ ଆପ୍ରବାସନ ସଂକ୍ରାନ୍ତରେ ଆଲୋଚନା ହୋଇଥିବା ଟ୍ରମ୍ପ କହିଛନ୍ତି।  ବେଆଇନ ଆପ୍ରବାସୀଙ୍କୁ ଫେରାଇ ଆଣିବାପାଇଁ ଭାରତ ସଠିକ୍‌ ପଦକ୍ଷେପ ଗ୍ରହଣ କରିବ ବୋଲି ସେ  କହିଛନ୍ତି।  ଅନ୍ୟପକ୍ଷେ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ ଟ୍ରମ୍ପ ଏବଂ ମୋଦୀଙ୍କ ମଧ୍ୟରେ  ଫଳପ୍ରଦ କଥାବାର୍ତ୍ତା ହୋଇଛି।  ଉଭୟ ରାଷ୍ଟ୍ର ମଧ୍ୟ‌ରେ ସହଯୋଗ କିଭଳି ବୃଦ୍ଧି ପାଇବ ସେନେଇ ଦୁଇ ନେତା ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଫେବ୍ରୁଆରି ମାସରେ ଆମେରିକା ଗସ୍ତ କରିବା ସଂକ୍ରାନ୍ତରେ ମଧ୍ୟ ଆଲୋଚନା ହୋଇଛି। କିନ୍ତୁ ଫେବ୍ରୁଆରିରେ ମୋଦୀଙ୍କ ଆମେରିକା ଗସ୍ତ ସଂକ୍ରାନ୍ତ‌ରେ ଭାରତୀୟ ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନି।

ଉଲ୍ଲେଖଯୋଗ୍ୟ,   ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଗତକାଲି ତାଙ୍କର ପ୍ରଥମ ଟେଲିଫୋନ୍‌ ଆଲୋଚନା ହୋଇଥିଲା। ଉଭୟ ନେତା ବୈଶ୍ବିକ ଶାନ୍ତି, ସମୃଦ୍ଧି ଏବଂ ସୁରକ୍ଷା ଦିଗରେ ଏକାଠି କାମ କରିବାପାଇଁ ଏବଂ ଲୋକଙ୍କର କଲ୍ୟାଣ ପାଇଁ ଏକାଠି କାମ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି।  ଗତକାଲି ଟ୍ରମ୍ପଙ୍କ ସହ କଥାବାର୍ତ୍ତା ହୋଇଥିବା ନେଇ ମୋଦୀ ଏକ୍ସରେ ଏକ ପୋଷ୍ଟ୍‌ କରି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe