ଚାଷୀ ଆନ୍ଦୋଳନ ପ୍ରସଙ୍ଗ: କମିଟିରୁ ଓହରିଲେ ଭୂପିନ୍ଦର

Advertisment

ଚାଷୀଙ୍କ ସହ ନବମ ପର୍ଯ୍ୟାୟ ଆଲୋଚନା ଆଜି

ଚାଷୀଙ୍କ ସହ ନବମ ପର୍ଯ୍ୟାୟ ଆଲୋଚନା ଆଜି

ଚାଷୀ ଆନ୍ଦୋଳନ ପ୍ରସଙ୍ଗ: କମିଟିରୁ ଓହରିଲେ ଭୂପିନ୍ଦର

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନକୁ ନେଇ ଲାଗିରହିଥିବା ଅଚଳାବସ୍ଥାର ଅବସାନ ପାଇଁ ସୁପ୍ରିମ୍‌ କୋର୍ଟ ଦ୍ବାରା ଗଠିତ ୪ ଜଣିଆ ସଦସ୍ୟ କମିଟିରୁ ଆଜି ଭାରତୀୟ କିଶାନ ୟୁନିୟନ୍‌ର ଅଧ୍ୟକ୍ଷ ଭୂପିନ୍ଦର ସିଂହ ମାନ୍‌ ଓହରି ଯାଇଛନ୍ତି। କମିଟିରୁ ସେ ତାଙ୍କ ନାମ ପ୍ରତ୍ୟାହାର କରିନେଇଛନ୍ତି ବୋଲି ଆଜି ସଂଗଠନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। କେନ୍ଦ୍ର ସରକାର ଏବଂ ଚାଷୀ ସଂଗଠନଗୁଡ଼ିକ ମଧ୍ୟରେ ବାରମ୍ବାର କଥାବାର୍ତ୍ତା ବିଫଳ ହେଉଥିବାରୁ ଏ ଦିଗରେ ସମାଧାନ ପନ୍ଥା ବାହାର କରିବାକୁ ସୁପ୍ରିମ୍‌ କୋର୍ଟ ୪ ଜଣିଆ କମିଟି ଗଠନ କରିଥିଳେ। ମାନ୍‌ କହିଛନ୍ତି, ଜଣେ ଚାଷୀ ନେତା ଭାବେ ଚାଷୀଙ୍କର ପ୍ରତ୍ୟେକ ସମସ୍ୟାରେ ସେ ଦୃଢ଼ ଭାବେ ରହିଛନ୍ତି ଏବଂ ଏଥିପାଇଁ ଯେ କୌଣସି ପଦ ଛାଡ଼ିବା ପାଇଁ ପ୍ରସ୍ତୁତ ଅଛନ୍ତି। ‘ପଂଜାବର କୃଷକଙ୍କ ସ୍ବାର୍ଥ ପାଇଁ ମୁଁ କାମ କରୁଛି ଏବଂ ଏହା ଜାରି ରହିବ’ ବୋଲି ସେ କହିଛନ୍ତି। ପୂର୍ବତନ ରାଜ୍ୟସଭା ସାଂସଦ ଭୂପିନ୍ଦର ସିଂହ ମାନ୍‌ ଅଖିଳ ଭାରତୀୟ କିଶାନ ସମନ୍ବୟ ସମିତିର ମଧ୍ୟ ଅଧ୍ୟକ୍ଷ ଅଛନ୍ତି। ସୁପ୍ରିମ୍‌ କୋର୍ଟ ଗଠନ କରିଥିବା କମିଟିରେ ମାନ୍‌ଙ୍କ ବ୍ୟତୀତ ଡ. ପ୍ରମୋଦ କୁମାର ଯୋଶୀ, କୃଷି ଅର୍ଥନୀତିଜ୍ଞ ଅଶୋକ ଗୁଲାଟି ଏବଂ ଶେତକରୀ ସଂଗଠନର ଅନୀଲ ଧନୱଟ ଅଛନ୍ତି।

ଚାଷୀଙ୍କ ସହ ନବମ ପର୍ଯ୍ୟାୟ ଆଲୋଚନା ଆଜି
ନୂଆଦିଲ୍ଲୀ: ତିନିଟି ଯାକ ନୂଆ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଚାଷୀମାନଙ୍କ ସହିତ କେନ୍ଦ୍ର ସରକାର ଆସନ୍ତାକାଲି ନବମ ପର୍ଯ୍ୟାୟ ଆଲୋଚନା କରିବେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆଲୋଚନା ହେବ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଆଜି ସ୍ପଷ୍ଟ କରିଛନ୍ତି। ଚାଷୀଙ୍କ ସହିତ ଖୋଲାମନରେ ଆଲୋଚନା ପାଇଁ ସରକାରା ରାଜି ଅଛନ୍ତି ବୋଲି ସେ କହିଛନ୍ତି। ଅଚଳାବସ୍ଥାକୁ ଦୂର କରିବା ଏବଂ ଆ‌ୋନ୍ଦାଳନରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ଏହି ଆଲୋଚନା ଜରୁରୀ ବୋଲି ମଧ୍ୟ ଭାରତୀୟ କିଷାନ ସଂଘ ନେତା ରାକେଶ ଟିକାଏତ କହିଛନ୍ତି। ପୂର୍ବରୁ ଆଠ ଥର ସରକାର ଏବଂ ଚାଷୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନର ପନ୍ଥା ବାହାରି ପାରିନାହିଁ। ଇତିମଧ୍ୟରେ ସୁପ୍ରିମ କୋର୍ଟ ଆଇନକୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେବା ସହିତ ସମାଧାନର ବାଟ ବାହାର କରିବା ପାଇଁ ଏକ ୪ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ତେବେ କମିଟିକୁ ନେଇ ମଧ୍ୟ ବଡ଼ ବିବାଦ ଆରମ୍ଭ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe