ଝାଡ଼ଖଣ୍ଡ ବିଧାନସଭାରେ ନମାଜ ହଲ୍‌କୁ ମଞ୍ଜୁରୀ: ହନୁମାନ ମନ୍ଦିର ପାଇଁ ବିଜେପିର ଦାବି

Advertisment
ଝାଡ଼ଖଣ୍ଡ ବିଧାନସଭାରେ ନମାଜ ହଲ୍‌କୁ ମଞ୍ଜୁରୀ: ହନୁମାନ ମନ୍ଦିର ପାଇଁ ବିଜେପିର ଦାବି

OpIndia

ରାଞ୍ଚି: ଝାଡ଼ଖଣ୍ଡର ହେମନ୍ତ ସୋରେନ ସରକାର ଗୁରୁବାର ବିଧାନସଭା ପରିସରରେ ମୁସଲମାନ ବିଧାୟକମାନଙ୍କ ନମାଜପାଠର ସୁବିଧା ପାଇଁ ଗୋଟିଏ ହଲ୍‌କୁ ନମାଜ ହଲ୍ ଭାବେ ବ୍ୟବହାର କରିବାକୁ ଦିଆଗଲା ବୋଲି ଘୋଷଣା କରିବା ପରେ ତାହାକୁ ନେଇ ବିବାଦ ଦେଖାଦେଇଛି। ଶାସକ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ଓ କଂଗ୍ରେସ ଏ ପକ୍ରାର ନିଷ୍ପତ୍ତିକୁ ସ୍ବାଗତ କରିଥିବା ବେଳେ ବିଜେପି ଏହାର ଦୃଢ଼ ବିରୋଧ କରିବା ସହ ହିନ୍ଦୁ ବିଧାୟକମାନେ ହନୁମାନ ଚାଳିଶା ପଢ଼ିବା ପାଇଁ ବିଧାନସଭା ପରିସରରେ ଏକ ହନୁମାନ ମନ୍ଦିର ମଧ୍ୟ ନିର୍ମାଣ କରାଯାଉ ବୋଲି ଦାବି କରିଛି। କାରଣ ମୋଟ ୮୨ ଜଣ ବିଧାୟକଙ୍କ ମଧ୍ୟରୁ ମାତ୍ର ଚାରିଜଣ ଅନ୍ୟ ଧର୍ମାବଲମ୍ବୀଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ହେଉଛନ୍ତି ହିନ୍ଦୁ। ତେବେ କେବଳ ନମାଜ ହଲ୍‌ ବା ହନୁମାନ ମନ୍ଦିର ନୁହେଁ, ଅନ୍ୟ ଧର୍ମାବଲମ୍ବୀଙ୍କ ପାଇଁ ମଧ୍ୟ ବିଧାନସଭା ପରିସରରେ ଭିନ୍ନ ଭିନ୍ନ ଉପାସନା ପୀଠ ନିର୍ମାଣ କରିବା ଉଚିତ ବୋଲି ବିଜେପି କହିଛି।

ବିଧାନସଭା ପରିସରରେ ନମାଜ ହଲ୍‌ ଆବଣ୍ଟନକୁ ନିନ୍ଦା କରି ବିଜେପି ନେତା ରଘୁବର ଦାସ କହିଛନ୍ତି, ବାଚସ୍ପତି ଯଦି ଏ ଆଦେଶକୁ ପ୍ରତ୍ୟାହାର ନ କରନ୍ତି, ତେବେ ଦଳ ବିକ୍ଷୋଭ ପ୍ରଦର୍ଶନ କରିବ। ସେ କହିଛନ୍ତି ଯେ ଶାସକ ଦଳର ବିଧାୟକ ଖୋଲାଖୋଲି ତାଲିବାନକୁ ସମର୍ଥନ ଜଣାଇଛନ୍ତି ଏବଂ ଏହି ଆଦେଶ ହେଉଛି ସେହି ଆଦର୍ଶର ପ୍ରତିଫଳନ। ବାବୁଲାଲ ମାରାଣ୍ଡି, ସିପି ସିଂହ ପ୍ରମୁଖ ଅନେକ ବିଜେପି ନେତା ସରକାରଙ୍କ ଘୋଷଣାର କଟୁ ସମାଲୋଚନା କରିଛନ୍ତି। ବିଜେପି ନେତା ବିରଞ୍ଚିନାରାୟଣ କହିଛନ୍ତି, ବାଚସ୍ପତି ଯଦି ଏ ଆଦେଶର ପ୍ରତ୍ୟାହାର ନ କରନ୍ତି, ସେ ଏହା ବିରୋଧରେ କୋର୍ଟକୁ ଯିବେ। ସେ ଏହାକୁ ଅସାମ୍ବିଧାନିକ, ଅବୈଧ ଓ କେବଳ ମୁସଲମାନ ତୁଷ୍ଟୀକରଣର ପ୍ରତିଫଳନ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe