ନୂଆଦିଲ୍ଲୀ : ମଙ୍ଗଳବାର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ପ୍ରଶାସନ ସ୍ପଷ୍ଟ କରିଛି ଯେ କ୍ୟାମ୍ପସରେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ସ୍ଲୋଗାନ ଦେଇଥିବା ଛାତ୍ରଛାତ୍ରୀମାନଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେମାନଙ୍କୁ ନିଲମ୍ବନ, ବହିଷ୍କାର କିମ୍ବା ସ୍ଥାୟୀଭାବେ ଜେଏନୟୁରେ ପ୍ରବେଶ ଉପରେ କଟକଣା ଲଗାଯାଇପାରେ ବୋଲି ବିଶ୍ବବିଦ୍ୟାଳୟ ସ୍ପଷ୍ଟ କରିଛି ।
ଆହୁରି ପଢନ୍ତୁ : Demand: ଏମଭି-୨୬ ଗ୍ରାମବାସୀଙ୍କୁ ୩୦ କୋଟିର କ୍ଷତିପୂରଣ ଦାବି
ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଏକ ପୋଷ୍ଟ କରି ଜେଏନୟୁ ପ୍ରଶାସନ ସ୍ପଷ୍ଟ କରିଛି ଯେ ଏହି ମାମଲାରେ ପୁଲିସରେ ଏକ ମାମଲା ରୁଜ୍ଜୁ କରାଯାଇଛି । ଏହା ସହିତ ଏହି କାର୍ଯ୍ୟରେ ଲିପ୍ତ ଛାତ୍ରଛାତ୍ରୀମାନଙ୍କ ବିରୋଧରେ ଶୃଙ୍ଖଳାଗତ କର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଜେଏନୟୁ ପକ୍ଷରୁ କୁହାଯାଇଛି ଯେ ବିଶ୍ବବିଦ୍ୟାଳୟ ଗୁଡ଼ିକ ନୂଆ ଚିନ୍ତାଧାରା ଓ ନବସୃଜନର କେନ୍ଦ୍ର ଅଟନ୍ତି, ଘୃଣାର ପରୀକ୍ଷାଗାର ନୁହନ୍ତି । ବିଶ୍ବବିଦ୍ୟାଳୟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ବାକ୍ ସ୍ବାଧୀନତା ଏକ ମୌଳିକ ଅଧିକାରୀ ହୋଇଥିଲେ ବି ହିଂସା, ବେଆଇନ କାର୍ଯ୍ୟକଳାପ ଓ ଦେଶବିରୋଧୀ କାର୍ଯ୍ୟକୁ ଆଦୌ ସହନ କରାଯିବ ନାହିଁ ।
ଏହା ପୂର୍ବରୁ ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଥିଲା ଯେ ପ୍ରଶାସନ ପକ୍ଷରୁ ଏହି ଘଟଣାକୁ ଗୁରୁତ୍ବର ସହ ନିଆଯାଇଛି । ଏହା ସହିତ ତଦନ୍ତ ବେଳେ ପୁଲିସ ସହ ଆବଶ୍ୟକ ସହଯୋଗ କରିବାକୁ ବିଶ୍ବବିଦ୍ୟାଳୟର ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ଦିଆଯାଇଛି ।
ଆହୁରି ପଢନ୍ତୁ :JNU Controversial Slogans: ମୋଦୀ-ଶାହଙ୍କ କବର ଖୋଳାଯିବ; ଏହି ସ୍ଲୋଗାନକୁ ନେଇ ବିବାଦରେ ଜେଏନୟୁ
ସୂଚନାଯୋଗ୍ୟ ଯେ ସୁପ୍ରିମକୋର୍ଟ ଦ୍ବାରା ଦିଲ୍ଲୀ ଦଙ୍ଗା ଅଭିଯୁକ୍ତ ଉମର ଖାଲିଦଙ୍କୁ ଜାମିନ ନ ଦିଆଯିବାକୁ ନେଇ ବିଶ୍ବବିଦ୍ୟାଳର ଏକ ଛାତ୍ରଗୋଷ୍ଠୀ ଉତ୍ତ୍ୟକ୍ତ ହୋଇ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ସ୍ଲୋଗାନ ଦେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2026/01/06/jnu-2026-01-06-21-00-50.jpg)