ମିଠେଇ ଚୋର ବାଳକକୁ ମୁକ୍ତ କଲେ ବିଚାରପତି: କୃଷ୍ଣଙ୍କ ଲହୁଣୀ ଚୋରି ଉଦାହରଣ ଦେଲେ

Advertisment
କ୍ରାଇମବ୍ରାଞ୍ଚକୁ ବଡ଼ ଝଟ୍‌କା: ଚୌଦ୍ବାର ଜେଲ୍ ଆସିବାକୁ ନିମହାଂସ୍‌ର ନା

Freepik

ବିହାର ଶେରିଫ: ବିହାର ନାଳନ୍ଦା ଜିଲ୍ଲାର ଜୁଭେନାଇଲ ଜଷ୍ଟିସ୍ ବୋର୍ଡ (ଜେଜେବି) ବିଚାରପତି ମିଠେଇ ଚୋ‌ରିକରି ଖାଇଥିବା ଜଣେ ବାଳକ ବିରୋଧରେ ମାମଲା ରୁଜୁ କରିଥିବା ପୁଲିସ ଅଫିସରଙ୍କୁ ଭର୍ତ୍ସନା କରିବା ସହ ଭଗବାନ୍ କୃଷ୍ଣ ବାଳକ ଥିବା ବେଳେ ଲହୁଣୀ ଚୋରି କରି ଖାଉଥିବାର ଉଦାହରଣ ଦେଇ ଅଭିଯୁକ୍ତ ବାଳକକୁ ମୁକ୍ତ କରିଦେଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଘଟଣାଟି ଘଟିଥିଲା ନାଳନ୍ଦା ଜିଲ୍ଲାର ହାରନଟ ଅଞ୍ଚଳରେ। ଜଷ୍ଟିସ୍ ମାନବେନ୍ଦ୍ର ମିଶ୍ର ମାମଲାର ବିଚାର କରି କହିଲେ ଯେ, ଭଗବାନ୍ କୃଷ୍ଣ ଲହୁଣୀ ଚୋରି କରି ଖାଉଥିଲେ। ଏହାକୁ ବାଲ୍ୟ ଚପଳତା ବା ଦୁଷ୍ଟାମି ବୋଲି କୁହାଯାଇପାରେ ମାତ୍ର ଅପରାଧ ନୁହେଁ। ସେହିପରି ଯେଉଁ ବାଳକ ମିଠେଇ ଚୋରି କରି ଖାଇଛି, ସେତେବେଳେ ସେ ଭୋକିଲା ଥିଲା ଓ ତା’ ପାଖରେ ଖାଇବାକୁ କିଛି ନ ଥିଲା। ଭୋକ ବିକଳରେ ସେ ଖାଦ୍ୟ ଚୋରି କରିଛି। ଏହାକୁ ଏକ ଅପରାଧ ଭାବେ ଗଣନା କରାଯାଇପାରିବ ନାହିଁ। ଏପରି କ୍ଷେତ୍ରରେ ମାମଲା ରୁଜୁ କରିବା ଉଚିତ ନୁହେଁ ବୋଲି ଜଷ୍ଟିସ୍ ମିଶ୍ର ସମ୍ପୃକ୍ତ ଚାଇଲ୍‌ଡ ୱେଲ୍‌ଫେୟାର ପୁଲିସ ଅଫିସରଙ୍କ ଉଦ୍ଦେଶ୍ୟରେ କହିଥିଲେ।

ଏଭଳି ଘଟଣାକୁ କେବଳ ଥାନାରେ ଡାଏରି ଏଣ୍ଟ୍ରି କରି ଛାଡ଼ିଦେବା କଥା। ବିଚାରପତି ପୁଣି ଅଭିଯୋଗକାରୀ ମହିଳାଙ୍କ ଓକିଲଙ୍କୁ ପଚାରିଥିଲେ, ତାଙ୍କ ମହକିଲଙ୍କ ପୁଅ ଯଦି ତାଙ୍କ ପର୍ସରୁ ଟଙ୍କା ଚୋରାଇନିଏ ସେ ତାକୁ ଜେଲ ପଠାଇବେ କି? ବାଳକ ଜଣକ ସେପ୍ଟେମ୍ବର ୭ ତାରିଖରେ ମହିଳାଙ୍କ ଫ୍ରିଜରୁ ମିଠା ଚୋରାଇ ଖାଇବା ସହ ତାଙ୍କ ମୋବାଇଲ ଫୋନ ନେଇଯାଇଛି ବୋଲି ସେ ହାରନଟ ଥାନାରେ ଅଭିଯୋଗ କରିଥିଲେ। ବାଳକକୁ ଜୁଭେନାଇଲ କୋର୍ଟରେ ହାଜର କରାଯିବା ପରେ ସେ ତା’ର ଦୋଷ ମାନିଥିଲା। ସେ କହିଥିଲା ଯେ ପ୍ରବଳ ଭୋକ ହେଉଥିବାରୁ ସେ ମିଠା ଚୋରାଇ ଖାଇଥିଲା ଏବଂ ଗେମ୍ ଖେଳିବା ପାଇଁ ମୋବାଇଲ ଚୋରାଇଥିଲା। ତା’ ମାଆ ମାନସିକ ରୋଗୀ ଏବଂ ବାପା ଅସୁସ୍ଥ ହେତୁ କୌଣସି ରୋଜଗାର କରିବାକୁ ଅକ୍ଷମ। ବାଳକକୁ ତା’ ମାମୁଙ୍କୁ ହସ୍ତାନ୍ତର କରାଯିବା ସହ ମାନ୍ୟବର କୋର୍ଟ ତା’ର ପାଠପଢ଼ା ଓ ଅନ୍ୟ ବିଷୟରେ ବୁଝିବା ପାଇଁ ଆଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe