ଜଗନଙ୍କ ଶୁଣାଣିରୁ ଓହରିଗଲେ ବିଚାରପତି

କ୍ରାଇମବ୍ରାଞ୍ଚକୁ ବଡ଼ ଝଟ୍‌କା: ଚୌଦ୍ବାର ଜେଲ୍ ଆସିବାକୁ ନିମହାଂସ୍‌ର ନା

Freepik

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟ ବିଚାରପତି ୟୁ.ୟୁ. ଲଳିତ ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନମୋହନ ରେଡ୍ଡୀଙ୍କ ବିରୋଧରେ ଚାଲିଥିବା ଏକ ଶୁଣାଣି ପ୍ରକ୍ରିୟାରୁ ଓହରି ଯାଇଛନ୍ତି। ତାଙ୍କର କିଛି ସମସ୍ୟା ରହିଛି। ଏଣୁ ସେ ଏହି ଶୁଣାଣିରୁ ନିଜକୁ ଦୂରେଇ ରଖୁଛନ୍ତି ବୋଲି ବିଚାରପତି ଲଳିତ କହିଛନ୍ତି। ସୂଚନାଯୋଗ୍ୟ, ବିଚାରପତି ୟୁ.ୟୁ. ଲଳିତ, ବିନୀତ ଶରଣ ଏବଂ ଏସ୍‌. ରବିନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଗନମୋହନ ରେଡ୍ଡୀଙ୍କ ବିରୋଧରେ ଶୁଣାଣି କରିବାର ଥିଲା। ମାତ୍ର ବିଚାରପତି ୟୁ.ୟୁ. ଲଳିତ ନିଜ ଆଡୁ ଶୁଣାଣି ପ୍ରକ୍ରିୟ‌ାରୁ ଓହରି ଯାଇଛନ୍ତି। ସୂଚନାଯୋଗ୍ୟ, ଗତ ଅକ୍ଟୋବର ୬ରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଆନ୍ଧ୍ର ହାଇକୋର୍ଟ ଏବଂ ସୁପ୍ରିମ୍‌କୋର୍ଟର ଜଣେ ବିଚାରପତିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe