କରାଚୀ ଆତ୍ମଘାତୀ ବିସ୍ଫୋରଣକାରିଣୀ ଜଣେ ଉଚ୍ଚଶିକ୍ଷିତା ମହିଳା, ଡାକ୍ତରଙ୍କ ସ୍ତ୍ରୀ ଓ ଦୁଇ ପିଲାଙ୍କ ମାଆ

Advertisment
କରାଚୀ ଆତ୍ମଘାତୀ ବିସ୍ଫୋରଣକାରିଣୀ ଜଣେ ଉଚ୍ଚଶିକ୍ଷିତା ମହିଳା, ଡାକ୍ତରଙ୍କ ସ୍ତ୍ରୀ ଓ ଦୁଇ ପିଲାଙ୍କ ମାଆ

ndtv

କରାଚୀ: କରାଚୀ ବିଶ୍ବବିଦ୍ୟାଳୟରେ ଗତକାଲି ଆତ୍ମଘାତୀ ବିସ୍ଫୋରଣ ଘଟାଇଥିବା ମହିଳା ଜଣକ ଜଣେ ଡାକ୍ତରଙ୍କ ସ୍ତ୍ରୀ, ଦୁଇ ପିଲାଙ୍କ ମାଆ ଏବଂ ନିଜେ ଜଣେ ଉଚ୍ଚଶିକ୍ଷିତା ମହିଳା। ଏହି ବିସ୍ଫୋରଣରେ ତିନି ଚୀନ୍‌ ନାଗରିକଙ୍କ ସହ ଚାରିଜଣଙ୍କ ମୃତ୍ୟୁ ଘଟିଥିଲା। ୩୦ ବର୍ଷୀୟା ଶାରୀ ବେଲୁଚ ହେଉଛନ୍ତି ବେଲୁଚିସ୍ତାନ ତୁର୍ବତ ଅଞ୍ଚଳର ନିଆଜାର ଆବାଦର ବାସିନ୍ଦା। ସେ ପ୍ରାଣୀ ବିଜ୍ଞାନରେ ସ୍ନାତକୋତ୍ତର କରିବା ପରେ ଜଣେ ଡାକ୍ତରଙ୍କୁ ବିବାହ କରିଥିଲେ। ସେ ବିଜ୍ଞାନ ଶିକ୍ଷିକା ଭାବେ କାର୍ଯ୍ୟ କରିବା ସହ ଏମ୍‌ଫିଲ୍ ବି କରୁଥିଲେ। ସେ ଦୁଇ ବର୍ଷ ତଳେ ବେଲୁଚିସ୍ତାନ ଲିବରେସନ ଆର୍ମି (ବିଏଲ୍‌ଏ)ର ମାଜିଦ ବ୍ରିଗେଡ୍‌ର ଆତ୍ମଘାତୀ ବାହିନୀରେ ଯୋଗ ଦେଇଥିଲେ। ବିଏଲ୍‌ଏ ପକ୍ଷରୁ କୁହାଯାଇଛି ଯେ, ଶାରୀ ବେଲୁଚଙ୍କର ଦୁଇ ଜଣ ସନ୍ତାନ ଥିବାରୁ ତାଙ୍କୁ ଆତ୍ମଘାତୀ ବାହିନୀରୁ ଓହରି ଯିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ସେ ଓହରି ନ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe