କର୍ଣ୍ଣାଟକ ଗୃହ ସଚିବଙ୍କ ଜାଲ୍ ଦସ୍ତଖତରେ ଗୋପନୀୟ ତଥ୍ୟ ନେଲେ ମହିଳା ଆଇପିଏସ୍

Advertisment
କର୍ଣ୍ଣାଟକ ଗୃହ ସଚିବଙ୍କ ଜାଲ୍ ଦସ୍ତଖତରେ ଗୋପନୀୟ ତଥ୍ୟ ନେଲେ ମହିଳା ଆଇପିଏସ୍

ବେଙ୍ଗାଲୁରୁ: କର୍ଣ୍ଣାଟକର ଜଣେ ବରିଷ୍ଠ ମହିଳା ଆଇପିଏସ୍‌ ଅଧିକାରୀ ରାଜ୍ୟ ଗୃହ ସଚିବଙ୍କ ଜାଲ୍‌ ଦସ୍ତଖତ କରି ୬୧୯ କୋଟି ଟଙ୍କାର ଟେଣ୍ଡର ହୋଇଥିବା ବାଙ୍ଗାଲୋର ସେଫ୍‌ ସିଟି ପ୍ରକଳ୍ପ ସମ୍ପର୍କରେ ଗୋପନୀୟ ସୂଚନା ହାସଲ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏଭଳି ଜାଲିଆତି କାର୍ଯ୍ୟର ତଦନ୍ତ କରିବାକୁ କର୍ଣ୍ଣାଟକର ଜଣେ ବରିଷ୍ଠ ପୁଲିସ ଅଧିକାରୀ ରାଜ୍ୟ ମୁଖ୍ୟ ସଚିବଙ୍କ ନିକଟକୁ ଚିଠି ଲେଖିବା ବିଷୟ ଘଟଣାକୁ ଆହୁରି ରୋଚକ କରିଦେଇଛି। କେନ୍ଦ୍ର ସରକାରଙ୍କ ଦ୍ବାରା ବ୍ୟୟ ବରାଦ ହୋଇଥିବା ଏହି ପ୍ରକଳ୍ପରେ ନିର୍ଭୟା ପାଣ୍ଠି ଦ୍ବାରା ବେଙ୍ଗାଲୁରୁ ସହର ପାଇଁ ୭,୫୦୦ଟି ସିସିଟିଭି କିଣାଯିବାକୁ ଧାର୍ଯ୍ୟ ହୋଇଛି। ଏହି ପ୍ରକଲ୍ପ ସହ ସଂପୃକ୍ତ ମହିଳା ଆଇପିଏସ୍‌ ଜଣକ କୌଣସି ମତେ ସଂପୃକ୍ତ ନୁହନ୍ତି। ତଥାପି ସେ ଏ ସଂକ୍ରାନ୍ତ ଗୋପନୀୟ ସୂଚନା ହାତେଇବା ଲାଗି ନିଜକୁ ଗୃହ ସଚିବ ଭାବେ ଉପସ୍ଥାପନ କରି ଜାଲ୍‌ ଦସ୍ତଖତ କରିବା ଅପରାଧ ବୋଲି କୁହାଯାଇଛି। ଏହି ମାମଲାର ତଦନ୍ତ ଆରମ୍ଭ ହେବ ବୋଲି ରାଜ୍ୟ ଗୃହମନ୍ତ୍ରୀ ବାସବରାଜ ବୋମାଇ କହିଛନ୍ତି।

ମହିଳା ଆଇପିଏସ୍‌ ଯେଭଳି ଉପାୟରେ ଅଧିକରୁ ଅଧିକ ତଥ୍ୟ ଏହି ପ୍ରକଳ୍ପ ସଂକ୍ରାନ୍ତରେ ସଂପୃକ୍ତ କର୍ତ୍ତୃପକ୍ଷଙ୍କଠାରୁ ଲୋଡ଼ୁଥିଲେ ତାହା ସନ୍ଦେହ ସୃଷ୍ଟି କରିଥିଲା। ପ୍ରକଳ୍ପ କର୍ତ୍ତୃପକ୍ଷ ଏ ବାବଦରେ ପୁଲିସକୁ ସୂଚନା‌ ଦେବା ପରେ ଏ ବାବଦରେ ଗୃହ ସଚିବ ଟି ଏମ୍‌ ବିଜୟ ଭାସ୍କରଙ୍କ ସହ ଯୋଗାଯୋଗ କରାଯାଇଥିଲା। ଗୃହ ସଚିବ ପ୍ରକଳ୍ପ ନିର୍ଦ୍ଦେଶକଙ୍କଠାରୁ କୌଣସି ତଥ୍ୟ ମାଗିନଥିବା କହିବା ପରେ ଖୋଳତାଡ଼ ଆରମ୍ଭ ହୋଇଥିଲା ଏବଂ ଜଣେ ବରିଷ୍ଠ ଆଇପିଏସ୍‌ ଅଫିସର୍‌ ଗୃହ ସଚିବଙ୍କ ଜାଲ୍‌ ଦସ୍ତଖତ କରି ତଥ୍ୟ ହାସଲ କରୁଥିବା ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe