ଅଦ୍ଭୁତ, ଅତୁଳନୀୟ: ୨୦୦ କୋଟି କ୍ଲବରେ ‘ଦ କଶ୍ମୀର ଫାଇଲ୍ସ’

Advertisment
ଅଦ୍ଭୁତ, ଅତୁଳନୀୟ: ୨୦୦ କୋଟି କ୍ଲବରେ ‘ଦ କଶ୍ମୀର ଫାଇଲ୍ସ’

ମୁମ୍ବାଇ: ମାର୍ଚ୍ଚ ୧୧ ତାରିଖ ‘ଦ କଶ୍ମୀର ଫାଇଲ୍ସ’ ରିଲିଜ ହେବା ପରେ କିମ୍ବା ରିଲିଜ୍ ହେବା ପୂର୍ବରୁ ସାଧାରଣ ଲୋକ କଥା ଛାଡନ୍ତୁ ଏହି ଚଳଚ୍ଚିତ୍ରର ନିର୍ମାତାମାନେ ବି ସ୍ଵପ୍ନରେ ଭାବି ନଥିବେ ‘ଦ କଶ୍ମୀର ଫାଇଲ୍ସ’ ଦିନେ ୨୦୦ କୋଟି କ୍ଲବରେ ପହଞ୍ଚିବ।

ଅତି କମ ଲୋକ ଭାବିଥିବେ ଚଳଚ୍ଚିତ୍ରଟି ଦର୍ଶକଙ୍କୁ ଯଦି ଅତ୍ୟନ୍ତ ଭଲଲାଗେ ତେବେ ଲିଲିଜ୍ ହେବାର ୨-୩ ସପ୍ତାହ ପରେ କିମ୍ବା ମାସେ ପରେ ୧୦୦ କୋଟି ଆୟ କରିପାରେ। ଏହାର କେତେଗୁଡିଏ କାରଣ ଅଛି, ସେହି କାରଣ ଗୁଡିକ ହେଲା, ‘ରାଧେ ଶ୍ୟାମ୍’ ଭଳି ବିଗ୍ ବଜେଟ୍ ଚଳଚ୍ଚିତ୍ର ସହ ‘ଦ କଶ୍ମୀର ଫାଇଲ୍ସ’ ରିଲିଜ୍ ହୋଇଥିଲା। ପୂର୍ବରୁ ହିଟ୍ ହୋଇଥିବା ଗଙ୍ଗୁବାଇ କାଠିଆଓ୍ଵାଡି ସଫଳତାର ସହ ସିନେମାଘର ଗୁଡିକରେ ଚାଲିଥିଲା। ମାର୍ଚ୍ଚରେ ୧୮ରେ ଅକ୍ଷୟ କୁମାରଙ୍କ ଅଭିନୀତ ବଚ୍ଚନ ପାଣ୍ଡେ ରିଲିଜ୍ ହେବାର ଥିଲା। ମାର୍ଚ୍ଚ ୨୫ ତାରିଖ ୨୦୨୨ର ବୋଧହୁଏ ସବୁଠୁ ଚର୍ଚ୍ଚିତ ଓ ବ୍ୟୟବହୁଳ ଚଳଚ୍ଚିତ୍ର ବାହୁବଳିର ନିର୍ମାତା ଏସ.ଏସ. ରାଜାମୌଲିଙ୍କ ‘ଆରଆରଆର୍’ ରିଲିଜ୍ ହେବାର ଥିଲା।

ଏମାନଙ୍କ ମଧ୍ୟରୁ ‘ରାଧେ ଶ୍ୟାମ୍’ ବକ୍ସ ଅଫିସରେ ବିଫଳ ହୋଇଛି। ଅନ୍ୟ ସମସ୍ତ ଫିଲ୍ମଗୁଡିକୁ ‘ଦ କଶ୍ମୀର ଫାଇଲ୍ସ’ ବଡ ବ୍ୟବଧାନରେ ପଛରେ ପକାଇ ଦେଇଛି ଓ ‘ଆରଆରଆର୍’ ରିଲିଜ୍ ହେବାର ଗୋଟିଏ ଦିନ ପୂର୍ବରୁ ଭାରତୀୟ ସିନେମାଘର ଗୁଡିକରେ ହିଁ ୨୦୦ କୋଟି ଟଙ୍କା ଆୟ କରି ସମସ୍ତଙ୍କୁ ଚକିତ କରି ଦେଇଛି। ଉଲ୍ଲେଖନୀୟ ରିଲିଜ ହେବାର ମାତ୍ର ୭ ଦିନ ମଧ୍ୟରେ ‘ଦ କଶ୍ମୀର ଫାଇଲ୍ସ’ ସର୍ବକାଳୀନ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ରର ମାନ୍ୟତା ପାଇଥିଲା।

ଏହାପରେ ବି ‘ଦ କଶ୍ମୀର ଫାଇଲ୍ସ’ ଯେପରି ବ୍ୟବସାୟ କରୁଛି ତାହାକୁ ବର୍ଣ୍ଣନା କରିବାକୁ ଶବ୍ଦ ବି କମ ପଡିଯିବ।
କିଛି ବର୍ଷ ପୂର୍ବରୁ ଅନୁପମ ଖେର୍ ଏକ ଘରୋଇ ଟିଭି ଚ୍ୟାନେଲରେ ଏକ ସୋ’ର ଆଙ୍କର ଥିଲେ। ଏହି ସୋ’ର ନାମ ଥିଲା ‘ଦ ଅନୁପମ୍ ଖେର୍ ସୋ’। ଏହି ସୋ’ର ଟ୍ୟାଗ୍ ଲାଇନ୍ ଥିଲା ‘କୁଚ୍ ଭି ହୋ ସକତା ହୈ’ ଅର୍ଥାତ୍ କିଛି ବି ସମ୍ଭବ ହୋଇପାରେ। ସାକ୍ଷାତକାର ବେଳେ ଅନୁପମ ଖେର୍ ଏକ ପ୍ରଶ୍ନ ସବୁ ଅତିଥିମାନଙ୍କୁ ପଚାରିଥାନ୍ତି, ସେହି ପ୍ରଶ୍ନଟି ହେଉଛି ଆପଣଙ୍କ ଜୀବନର ‘କୁଚ୍ ଭି ହୋ ସକତା ହୈ’ ଘଟଣାଟି କଣ। ଅତିଥିମାନେ ନିଜ ଜୀବନର କୁଚ୍ ଭି ହୋ ସକତା ହୈ ବା ତାଙ୍କ ଜୀବନରେ ଅସମ୍ଭବ କିପରି ସମ୍ଭବ ହୋଇଥିଲା ସେହି ଘଟଣାଟି କହିଥାନ୍ତି।
ଠିକ୍ ସେହିପରି ‘ଦ କଶ୍ମୀର ଫାଇଲ୍ସ’ ପ୍ରଥମ ଦିନରେ ମାତ୍ର ୩.୫୫ କୋଟି ଟଙ୍କା ଆୟ କରି ସୀମିତ ପ୍ରୋମୋସନ୍, କମ ବଜେଟ୍, ହିଟ୍ ଗୀତ ଓ ଚର୍ଚ୍ଚିତ ତାରକା ବିନା ଯଦି ୨୦୦ କୋଟି ଟଙ୍କା ଆୟ କରି ପାରିଲା, ତେବେ ଆମେ କହିପାରିବା ଜୀବନରେ ଓ ପୃଥିବୀରେ ସବୁକିଛି ସମ୍ଭବ।

‘ଦ କଶ୍ମୀର ଫାଇଲ୍ସ’ର ୧୩ ଦିନର ସର୍ବମୋଟ ଆୟ(କେବଳ ଭାରତରେ)-

ଶୁକ୍ରବାର(ମାର୍ଚ୍ଚ ୧୧)- ୩.୫୫ କୋଟି
ଶନିବାର – ୮.୫୦ କୋଟି
ରବିବାର – ୧୫.୧୦ କୋଟି
ସୋମବାର – ୧୫.୦୫ କୋଟି
ମଙ୍ଗଳବାର – ୧୮ କୋଟି
ବୁଧବାର – ୧୯.୦୫ କୋଟି
ଗୁରୁବାର – ୧୮.୦୫ କୋଟି
ଶୁକ୍ରବାର- ୧୯.୧୫କୋଟି
ଶନିବାର – ୨୪.୮୦ କୋଟି
ରବିବାର – ୨୬.୨୦ କୋଟି
ସୋମବାର – ୧୨.୪୦ କୋଟି
ମଙ୍ଗଳବାର – ୧୦.୨୫ କୋଟି
ବୁଧବାର – ୧୦.୦୩ କୋଟି
ମୋଟ – ୨୦୦.୧୩ କୋଟି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe