ମଣିପୁର ରାଜା ସବୁଠୁ ଗରିବ ସାଂସଦ

Advertisment
ମଣିପୁର ରାଜା ସବୁଠୁ ଗରିବ ସାଂସଦ

Imphal Free Press

ନୂଆଦିଲ୍ଲୀ: ବିଜେପି ଟିକେଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ମଣିପୁର ରାଜା ଲିସେମ୍ବା ସାନାଜୋବା ୬୨ ଜଣ ନୂଆ ସାଂସଦଙ୍କ ଭିତରେ ଗରିବ ବୋଲି ଜଣାଯାଇଛି। ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସର ଜୁନ୍–୨୦୨୦ ରିପୋର୍ଟ ଅନୁଯାୟୀ, ସାନାଜୋବାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ମାତ୍ର ୫,୪୮,୫୯୪ ଟଙ୍କା ଯାହା କି ଅନ୍ୟ ସାଂସଦଙ୍କ ସମ୍ପତ୍ତି ମଧ୍ୟରେ ସର୍ବନିମ୍ନ। ଏଥିରେ ପୁଣି ତାଙ୍କ ନିଜର, ପତ୍ନୀଙ୍କର ଏବଂ ଅନ୍ୟ ସନ୍ତାନଙ୍କର ଆୟ ଅନ୍ତର୍ଭୁକ୍ତ।

ସୂଚନା ଥାଉ କି, ସେ ଏହି ନିର୍ବାଚନ ଲଢ଼ିବା ଆଗରୁ ମଣିପୁରର ବିଭିନ୍ନ ସାମାଜିକ ସଂଗଠନର ବିରୋଧର ସମ୍ମୁଖୀନ ହୋଇଥିଲେ। ଏପରି ପ୍ରତିଦ୍ବନ୍ଦିତା କଲେ ସେ ତାଙ୍କର ତଥାକଥିତ ରାଜପଦ ହରାଇ ବସିବେ ବୋଲି ମଧ୍ୟ ବିଭିନ୍ନ ସଂଗଠନ ଚେତାବନୀ ଦେଇଥିଲେ। ତେବେ ସେ ତାଙ୍କର ଏହି ରାଜବଂଶିକ ଇତିହାସ ପାଇଁ ଗବିର୍ତ ବୋଲି କହିବା ସହ ନିର୍ବାଚନ ଲଢ଼ିଥିଲେ। ପୂର୍ବରୁ କାଙ୍ଗଲିପାକ୍ ନାମରେ ପରିଚିତ ଥିବା ଏହି ମଣିପୁର ରାଜ୍ୟ ସ୍ବାଧୀନତା ପୂର୍ବରୁ ଏକ ଦେଶୀୟ ରାଜ୍ୟ ଥିବା ବେଳେ ୧୯୪୯ମସିହାରେ ଏହା ଭାରତବର୍ଷରେ ବିଲୀନ ହୋଇଥିଲା। ସେତେବେଳୁ ୧୯୭୧ ମସିହା ଯାଏ ତତ୍କାଳୀନ ରାଜ ପରିବାର ବାର୍ଷିକ ୩ ଲକ୍ଷ ଟଙ୍କା ଲେଖାଏଁ ଦେଶୀୟ ପାଣ୍ଠି ଭାରତ ସରକାରଙ୍କ ଠାରୁ ଗ୍ରହଣ କରି ଆସୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe