ଗରିବଙ୍କ ରୋଷେଇ ଘର ପୁଣି ଧୂଆଁମୟ: ବରୁଣ ଗାନ୍ଧୀ

Advertisment

ଏଲ୍‌ପିଜି ଦାମ୍ ଅନ୍ୟ ଦେଶ ତୁଳନାରେ କମ୍: ମନ୍ତ୍ରୀ

ଏଲ୍‌ପିଜି ଦାମ୍ ଅନ୍ୟ ଦେଶ ତୁଳନାରେ କମ୍: ମନ୍ତ୍ରୀ

ଗରିବଙ୍କ ରୋଷେଇ ଘର ପୁଣି ଧୂଆଁମୟ: ବରୁଣ ଗାନ୍ଧୀ

Dialabank

ନୂଆଦିଲ୍ଲୀ: ରୋଷେଇ ଲାଗି ବ୍ୟବହାର କରାଯାଉଥିବା ୧୪.୨ କେଜିଆ ଏଲ୍‌ପିଜି ସିଲିଣ୍ଡର ଦାମ୍ ଅନ୍ୟ ଦେଶ ତୁଳନାରେ କମ୍ ଅଛି ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି। ସୋସିଆଲ୍ ମିଡିଆରେ ଏକ ଗ୍ରାଫିକ୍ସ ପୋଷ୍ଟ୍‌ କରି ସେ ଜଣାଇଛନ୍ତି ଯେ ବର୍ତ୍ତମାନ ଦେଶରେ ଏଲ୍‌ପିଜି ସିଲିଣ୍ଡର ଦାମ୍‌ ୧୦୫୩ ଟଙ୍କା ରହିଛି। ତାହା ଆମେରିକା, ପାକିସ୍ତାନ ଓ ଶ୍ରୀଲଙ୍କାରେ ଏଲ୍‌ପିଜି ଦର ଠାରୁ କମ୍। ମୋଦୀ ସରକାର ନାଗରିକମାନଙ୍କ ସ୍ବାର୍ଥକୁ ସର୍ବଦା ପ୍ରାଥମିକତା ଦେଉଛି। ବିଶ୍ବର ଅନ୍ୟ ଦେଶ ତୁଳନାରେ ଏଲ୍‌ପିଜି ଦାମ୍‌ରେ ହୋଇଥିବା ବୃଦ୍ଧି ତୁଳନାରେ ଭାରତରେ ବୃଦ୍ଧି ହାର କମ୍ ରହିଛି।

publive-image

ଚଳିତ ମାସରେ ଏଲ୍‌ପିଜି ଦାମ୍ ୫୦ ଟଙ୍କା ବୃଦ୍ଧି ପାଇବା ପରେ ଦିଲ୍ଲୀରେ ତାହାର ଦାମ୍ ୧୦୫୩ ଟଙ୍କା ହୋଇଛି। ତେବେ ଦେଶର ଅନ୍ୟାନ୍ୟ ସହରରେ ଏହି ଦାମ୍ ୧୦୭୯ ଟଙ୍କା ଭଳି ଉଚ୍ଚ ସ୍ତରରେ ମଧ୍ୟ ପହଞ୍ଚିଛି। ଦରଦାମ୍ ସ୍ଥିତିକୁ ନେଇ ବିରୋଧୀମାନେ ସରକାରଙ୍କୁ ଘେରିବାକୁ ଉଦ୍ୟମ କରୁଛନ୍ତି। ସଂସଦର ଚଳିତ ମୌସୁମୀ ଅଧିବେଶନର କାର୍ଯ୍ୟରେ ସେମାନେ ନିୟମିତ ବାଧା ସୃଷ୍ଟି କରୁଛନ୍ତି। ବିଜେପି ନେତା ବରୁଣ ଗାନ୍ଧୀ ମଧ୍ୟ ଏଲ୍‌ପିଜି ଦରବୃଦ୍ଧିକୁ ‌ବିରୋଧ କରିଛନ୍ତି। ଗରିବ ଲୋକମାନଙ୍କ ରୋଷେଇ ଘର ପୁଣି ଥରେ ଧୁଆଁରେ ଭର୍ତ୍ତି ହୋଇଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe