ଏସିଆର ସବୁଠାରୁ ବଡ଼ ବସ୍ତି ଏବେ କରୋନା ମୁକ୍ତ

ଏସିଆର ସବୁଠାରୁ ବଡ଼ ବସ୍ତି ଏବେ କରୋନା ମୁକ୍ତ

ମୁମ୍ବାଇ: ଏସିଆର ସବୁଠାରୁ ବଡ଼ ବସ୍ତି ଧାରାବୀ ଏବେ କରୋନା ସଂକ୍ରମଣରୁ ମୁକ୍ତ ହୋଇଛି। ପ୍ରଶାସନର ଯୋଜନାବଦ୍ଧ ପ୍ରୟାସ ସାଂଗକୁ ବସ୍ତି ବାସିଙ୍କ ସହଯୋଗ ମୁମ୍ବାଇର ଧାରାବୀ ବସ୍ତିକୁ କରୋନା ମୁକ୍ତ କରିଥିବା ଜଣାପଡ଼ିଛି। ଏକ‌ଦା କରୋନା ହଟ୍‌ସ୍ପଟ ଭାବେ ପରିଚିତ ଧାରାବୀରେ ଗତ ୩ ଦିନ ମଧ୍ୟରେ ମାତ୍ର ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି କୌଣସି ମାମଲା ସାମ୍ନାକୁ ଆସିନାହିଁ। ଧାରାବୀରେ ମୋଟ ସଂକ୍ରମଣ ମାମଲା ୬,୮୨୯ ଥିବା ବେଳେ ସେମାନଙ୍କ ମଧ୍ୟରୁ ୬୪୫୧ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ଏବଂ ୧୯ ଜଣଙ୍କ ଚିକିତ୍ସା ଚାଲିଛି ।

ଏପ୍ରିଲ୍‌ ଆରମ୍ଭରୁ ଧାରାବୀ କରୋନା ହଟ୍‌ସ୍ପଟ ହୋଇଯାଇଥିଲା ଏବଂ ୮ ଏପ୍ରିଲରେ ୯୯ ମାମଲା ଆସିଥିଲା। ସାଢ଼େ ୬ ଲକ୍ଷରୁ ଅଧିକ ଲୋକ ରହୁଥିବା ଏହି ବସ୍ତିରେ କରୋନା ନିୟନ୍ତଣ କରିବା ମୁମ୍ବାଇ ମହାନଗରପାଳିକା ପାଇଁ ଏକ ବଡ଼ ଚ୍ୟାଲେଂଜ ଥିଲା। ଅନ୍ୟପକ୍ଷରେ ମହାରାଷ୍ଟ୍ରରେ ପ୍ରାୟ ସମସ୍ତ ଜିଲ୍ଲାରେ କରୋନା ସଂକ୍ରମଣରେ ଦ୍ରୁତ ହ୍ରାସ ପରିଲକ୍ଷିତ ହୋଇଥିବାରୁ ରାଜ୍ୟ ସରକାର ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ୧୮ଟି ଜିଲ୍ଲାରୁ ଲକ୍‌ଡାଉନ୍‌ ହଟାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe