୧୯୧ ଦିନରେ ସବୁଠୁ କମ୍‌ ସକ୍ରିୟ ମାମଲା: ଦ୍ବିତୀୟ ଲହରରେ ମହ‌ାରାଷ୍ଟ୍ରରେ ୮୯ ହଜାର କୋଭିଡ୍‌ ମୃତ୍ୟୁ

Advertisment
‘ଓମିକ୍ରନ୍’ ଭୟ: ୩ଦିନରେ ବିଦେଶରୁ ଫେରିଛନ୍ତି ୩୮୦, ସରକାରଙ୍କ ପାଖରେ ନାହିଁ ଯାତ୍ରୀଙ୍କ ସବିଶେଷ ତଥ୍ୟ

India.com

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୨୬,୦୪୧ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୨୭୬ ଜଣଙ୍କର ମୃତ୍ୟୁ ହୋଇଛି। ମୋଟ୍‌ ସଂକ୍ରମଣ ମାମଲା ୩,୩୬,୭୮,୭୮୬କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁସଂଖ୍ୟା ୪,୪୭,୧୯୪ରେ ପହଞ୍ଚିଛି। ଦେଶରେ ସକ୍ରିୟ ମାମଲା ୩ ଲକ୍ଷ ତଳକୁ ଖସି ଆସିଛି। ମୋଟ୍‌ ସକ୍ରିୟ ମାମଲା ୨,୯୯,୬୨୦ ରହିଛି। ଏହା ୧୯୧ ଦିନରେ ସବୁଠୁ କମ୍‌। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ମାତ୍ର ୦.୮୯ ପ୍ରତିଶତ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ଲଗାତାର ୯୨ ଦିନ ଧରି ଦେଶରେ ଦୈନିକ ସଂକ୍ରମଣ ୫୦ ହଜାର ତଳେ ରହୁଛି। ଲଗାତାର ୨୮ ଦିନ ଧରି ଦେଶରେ ଦୈନିକ ପଜିଟିଭ୍‌ ହାର ୩ ପ୍ରତିଶତ ତ‌ଳେ ରହୁଛି। ଅନ୍ୟପକ୍ଷେ ସାପ୍ତାହିକ ପଜିଟିଭ୍‌ ହାର ୧.୯୪ ପ୍ରତିଶତ ଥିବାବେଳେ ଲଗାତାର ୯୪ ଦିନ ଧରି ସାପ୍ତାହିକ ପଜିଟିଭ୍‌ ହାର ୩ ପ୍ରତିଶତ ତଳେ ରହୁଛି। ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୩,୨୯,୩୧,୯୭୨କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ କୋଭିଡ୍‌ ମୃତ୍ୟୁହାର ୧.୩୩ ପ୍ରତିଶତ ରହିଛି।

ଦ୍ବିତୀୟ ଲହରରେ ମହ‌ାରାଷ୍ଟ୍ରରେ ୮୯ ହଜାର କୋଭିଡ୍‌ ମୃତ୍ୟୁ
ମୁମ୍ବାଇ: କରୋନା ଦ୍ବିତୀୟ ଲହରରେ ମହାରାଷ୍ଟ୍ରରେ ୮୯ ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ପୁନେରେ ସବୁଠୁ ଅଧିକ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ପ୍ରତି ୫ ମୃତ୍ୟୁରୁ ଗୋଟିଏ ପୁନେରେ ହୋଇଛି। ଏହା ସର୍ବାଧିକ ପ୍ରଭାବିତ। କରୋନା ପ୍ରଥମ ଲହରରେ ମୁମ୍ବାଇ ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ଏବଂ ମୁମ୍ବାଇରେ ଅଧିକ ମୃତ୍ୟୁ ହୋଇଥିଲା। କିନ୍ତୁ ପ୍ରଥମ ଲହର ତୁଳନାରେ ଦ୍ବିତୀୟ ଲହରରେ ମୁମ୍ବାଇରେ କମ୍‌ କରୋନା ମୃତ୍ୟୁ ହୋଇଛି। ମହାମାରୀ ଆରମ୍ଭରୁ ଏଯାବତ୍ ମହାରାଷ୍ଟ୍ରରେ ୧.୪ ଲକ୍ଷ କରୋନା ମୃତ୍ୟୁ ହୋଇଛି। ଏଥିମଧ୍ୟରୁ ୬୪ ପ୍ରତିଶତ କରୋନା ମୃତ୍ୟୁ ଦ୍ବିତୀୟ ଲହରରେ ହୋଇଛି। ମେ’ ଏବଂ ଜୁନ୍‌ରେ କୋଭିଡ୍‌ ମୃତ୍ୟୁ ବଢ଼ିଥିଲା। ମେ’ରେ ୨୬,୫୩୧ କରୋନା ମୃତ୍ୟୁ ହୋଇଥିବାବେଳେ ଜୁନ୍‌ରେ ୨୬,୬୦୧ କରୋନା ମୃତ୍ୟୁ ହୋଇଥିଲା। ଜୁଲାଇରେ କୋଭିଡ୍‌ ମୃତ୍ୟୁ ୧୧ ହଜାର , ଅଗଷ୍ଟରେ ୪,୫୨୨ ଏବଂ ସେପ୍ଟେମ୍ବର ୨୫ ସୁଦ୍ଧା କୋଭିଡ୍‌ ମୃତ୍ୟୁ ୧୫୦୦କୁ ଖସି ଆସିଲା। ଅନ୍ୟପକ୍ଷେ କରୋନା ପ୍ରଥମ ଲହରରେ ମହାରାଷ୍ଟ୍ରରେ ୪୯,୫୨୧ କରୋନା ମୃତ୍ୟୁ ହୋଇଥିଲା। ପୁନେର ପୁନେ ଜିଲ୍ଲା, ପିମ୍ପଡ଼ି ଛିଞ୍ଚୱାଡ଼ା, ସୋଲାପୁର ଏବଂ ସତରାରେ ଦ୍ବିତୀୟ ଲହରରେ ୨୨ ପ୍ରତିଶତ କରୋନା ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ମୁମ୍ବାଇରେ ୧୭.୮ ପ୍ରତିଶତ ଏବଂ ନାଶିକରେ ୧୭ ପ୍ରତିଶତ କରୋନା ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe