Image Courtesy of India Today
ନୂଆଦିଲ୍ଲୀ: ସପରିବାର ୪ ଦିନିଆ ଭାରତ ଗସ୍ତରେ ଅଛନ୍ତି ଭୁଟାନୀୟ ରାଜା ଜିଗ୍ମେ ଖେସର ନାମ୍ଗ୍ୟେଲ୍ ଓ୍ଵାଙ୍ଗ୍କ୍ଚକ୍। ଭୁଟାନୀୟ ରାଜପରିବାରକୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ବିମାନ ବନ୍ଦରରୁ ସେମାନଙ୍କୁ ପାଛୋଟି ଆଣିଥିଲେ। ଭାରତ ଏବଂ ଚୀନ୍ ମଧ୍ୟରେ କୁଖ୍ୟାତ ଡୋକଲାମ ଅଚଳାବସ୍ଥା ପରେ ରାଜାଙ୍କର ଏହି ଗସ୍ତ ହେଉଛି ଭୁଟାନର ପ୍ରଥମ ଉଚ୍ଚସ୍ତରୀୟ କୂଟନୈତିକ ଗସ୍ତ।
ବିମାନ ବନ୍ଦରରେ ରାଜ ପରିବାରକୁ ସୁଷମା ସ୍ୱରାଜ ସ୍ୱାଗତ କରୁଥିବା ଫଟୋ ଟୁଇଟର୍ରେ ଟୁଇଟ୍ କରିଛି ଭାରତର ବୈଦେଶିକ ମନ୍ତ୍ରାଳୟର ଅଫିସିଆଲ୍ ଆକାଉଣ୍ଟ୍। ଉପକାରୀ ବନ୍ଧୁଙ୍କ ପାଇଁ ସ୍ୱତନ୍ତ୍ର ସମ୍ମାନ। ବେଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଭୁଟାନ୍ର ମହାମହିମ, ରାଜା, ରାଣୀ ଏବଂ ଗ୍ୟାଲ୍ସି (ରାଜପୁତ୍ର)ଙ୍କୁ ପାଛୋଟି ଆଣୁଛନ୍ତି ବୋଲି ଟୁଇଟ୍ରେ ଲେଖା ଅଛି।
Image Courtesy of India Todayକୂଟନୈତିକ ଆଲୋଚନା, ବୈଠକ ଏବଂ ସଂକ୍ଷିପ୍ତ ସାମ୍ବାଦିକ ସମ୍ମିଳନୀ ମଧ୍ୟରେ ଭୁଟାନୀୟ ରାଜାଙ୍କ ଭାରତ ଗସ୍ତର ତାରକା ଥିଲେ ଭୁଟାନୀୟ ରାଜକୁମାର। ପ୍ରଧାନମନ୍ତ୍ରୀ ମୋଦି ଏବଂ ସୁଷମା ସ୍ୱରାଜଙ୍କୁ ଅଭିବାଦନ ଜଣାଇବାବେଳେ କୁନି ରାଜକୁମାରଙ୍କୁ ଫଟୋ ଉତ୍ତୋଳନ କରାଯାଇଥିଲା।
ଆପଣା ସୁନ୍ଦରତା ପାଇଁ ଜିଗ୍ମେ ନାମଗ୍ୟେଲ୍ ଓ୍ଵାଙ୍ଗ୍କ୍ଚକ୍ ଅଥବା ଗ୍ୟାଲ୍ସି (ରାଜକୁମାର) ଇଣ୍ଟର୍ନେଟ୍ରେ ଜନପ୍ରିୟ ହୋଇ ପାରିଛନ୍ତି। ଫିଫା ୟୁ-ସେଭେଣ୍ଟିନ୍ ବିଶ୍ୱ କପ୍ର ଏକ ଆନୁଷ୍ଠାନିକ ଫୁଟ୍ବଲ୍ ଏବଂ ଏକ ଚେସ୍ ସେଟ୍ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଉପହାର ଦେଇଛନ୍ତି।
Image Courtesy of India Todayଗସ୍ତ କାଳରେ ଭୁଟାନୀୟ ରାଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି।
୨୦୧୮ରେ ଇଣ୍ଡୋ-ଭୁଟାନ ଡିପ୍ଲୋମାଟିକ୍ ଟାଇଜ୍ର ସୁବର୍ଣ୍ଣ ଜୟନ୍ତୀ ବର୍ଷ ପାଳିବାକୁ ଦୁଇ ଦେଶ ନିଷ୍ପତ୍ତି ନେଇଛନ୍ତି।
ରାଷ୍ଟ୍ରପତି କୋବିନ୍ଦଙ୍କ ସହ ତାଙ୍କର ସାକ୍ଷାତ୍ ସମୟରେ, ଭାରତୀୟ ରାଷ୍ଟ୍ରପତି ଭୁଟାନୀୟ ରାଜାଙ୍କୁ ସୁବର୍ଣ୍ଣ ଜୟନ୍ତ୍ରୀ ଉପଲକ୍ଷେ ଏକ ରାଷ୍ଟ୍ରୀୟ ଗସ୍ତରେ ଆସିବାକୁ ନିମନ୍ତ୍ରଣ କରିଥିଲେ। ସେ ତାହା ସଦୟ ଗ୍ରହଣ କରିଛନ୍ତି।
ଭୁଟାନ ଦୂତାବାସ ପକ୍ଷରୁ ଜାରି ହୋଇଥିବା ଏକ ବିବୃତିରେ କହେ: ହାର୍ଦ୍ଦିକ ଏବଂ ଆନ୍ତରିକ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଥିବା ସାକ୍ଷାତ୍କାରରେ ପାରସ୍ପରିକ ବିଶ୍ୱାସ ଏବଂ ଦୁଇ ଦେଶର ବନ୍ଧୁତ୍ୱପୂର୍ଣ୍ଣ ବୁଝାମଣାର ବୈଶିଷ୍ଟ୍ୟକୁ ପ୍ରତିଫଳିତ କରିଥିଲା।
Image Courtesy of India Todayପ୍ରଧାନମନ୍ତ୍ରୀ ମୋଦି ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହ ତାଙ୍କର ସାକ୍ଷାତ୍କାର ସମୟରେ ଉଭୟ ଦେଶ ଦ୍ୱିପାକ୍ଷିକ ସହଯୋଗିତାରେ ସମ୍ପୃକ୍ତ ମାମଲାଗୁଡ଼ିକ ଉପରେ ଆଲୋଚନା କରିଥିଲେ। ଦ୍ୱିପାକ୍ଷିକ ସମ୍ପର୍କରେ ଚମତ୍କାର ଅବସ୍ଥା ଯୋଗୁଁ ଉଭୟ ଭାରତ ଏବଂ ଭୁଟାନ ସେମାନଙ୍କର ସନ୍ତୋଷ ବ୍ୟକ୍ତ କରିଥିଲେ। ଦ୍ୱିପାକ୍ଷିକ ଚୁକ୍ତିକୁ ଆହୁରି ମଜଭୁତ ଏବଂ ଆଗେଇ ନେବାର ଆବଶ୍ୟକତା ଉପରେ ସେମାନେ ଜୋର୍ ଦେଇଥିଲେ।
ଆଗାମୀ ସମୟରେ ଇଣ୍ଡୋ-ଭୁଟାନ କୂଟନୈତିକ ସହଯୋଗ ନିମନ୍ତେ ଏହି କୂଟନୈତିକ ଗସ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ।
Follow Us