ଚନ୍ଦ୍ର କକ୍ଷପଥରେ ୯ ହଜାରରୁ ଅଧିକ ଥର ଘୂରିଲାଣି ଚନ୍ଦ୍ରଯାନ-୨ ମହାକାଶଯାନ: କକ୍ଷପଥରେ ୨ ବର୍ଷ ପୂରଣ କଲା

Advertisment

ଉତ୍ସାହିତ କଲାଭଳି ତଥ୍ୟ ମିଳୁଛି: ଇସ୍ରୋ

ଉତ୍ସାହିତ କଲାଭଳି ତଥ୍ୟ ମିଳୁଛି: ଇସ୍ରୋ

ଚନ୍ଦ୍ର କକ୍ଷପଥରେ ୯ ହଜାରରୁ ଅଧିକ ଥର ଘୂରିଲାଣି ଚନ୍ଦ୍ରଯାନ-୨ ମହାକାଶଯାନ: କକ୍ଷପଥରେ ୨ ବର୍ଷ ପୂରଣ କଲା

Wikipedia

ବେଙ୍ଗାଲୁରୁ: ଚନ୍ଦ୍ରଯାନ-୨ ମହାକାଶଯାନ ଚନ୍ଦ୍ରର କକ୍ଷପଥରେ ଆଜି ସୁଦ୍ଧା ୯ ହଜାରରୁ ଅଧିକ ଥର ପରିଭ୍ରମଣ କରିସାରିଲାଣି। ‌ଫଟୋ ଏବଂ ତଥ୍ୟ ପାଇଁ ଏଥିରେ ରହିଥିବା ‌କ୍ୟାମେରା ଏବଂ ବୈଜ୍ଞାନିକ ଉପକରଣ ଭଲ ତଥ୍ୟ ପ୍ରଦାନ କରୁଛି। ସୋମବାର ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜିଠାରୁ ଚନ୍ଦ୍ର ବିଜ୍ଞାନ କର୍ମଶାଳା ୨୦୨୧ ଆରମ୍ଭ ଅବସରରେ ଏହି ସୂଚନା ଦିଆଯାଇଛି। ଚନ୍ଦ୍ରର କକ୍ଷପଥରେ ଚନ୍ଦ୍ରଯାନ-୨ ଦୁଇବର୍ଷ ପୂରଣ ପରିପ୍ରେକ୍ଷୀରେ ଏହି କର୍ମଶାଳା ଆୟୋଜନ କରାଯାଇଛି। ଇସ୍ରୋ ଅଧ୍ୟକ୍ଷ କେ ଶିବନ ଉଦ୍‌ଘାଟନୀ ଉତ୍ସବରେ ଉଦ୍‌ବୋଧନ ଦେଇ କହିଛନ୍ତି, ଚନ୍ଦ୍ରଯାନ-୨ ମହାକାଶ ଯାନରେ ଥିବା ୮ଟି ପେଲୋଡ୍‌ ଦ୍ବାରା ଚନ୍ଦ୍ର ସଂପର୍କରେ ଅନୁଧ୍ୟାନ ଚାଲିଛି। ଚନ୍ଦ୍ରର ପୃଷ୍ଠଭୂମିରୁ ପ୍ରାୟ ୧୦୦ କିମି ଉଚ୍ଚରୁ ଉକ୍ତ ନିରୀକ୍ଷଣ କାର୍ଯ୍ୟ ହେଉଛି।

ଏସଂପର୍କିତ ବୈଜ୍ଞାନିକ ତଥ୍ୟଗୁଡ଼ିକୁ ଶିକ୍ଷାବିତ୍‌ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ଉପଲବ୍ଧ କରାଯାଇଛି। ଉକ୍ତ ତଥ୍ୟଗୁଡ଼ିକ ଅତ୍ୟନ୍ତ ଉତ୍ସାହଜନକ ରହିଛି ବୋଲି ଶିବନ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଇସ୍ରୋର ଆପେକ୍ସ ସାଇନ୍ସ ବୋର୍ଡର ଅଧ୍ୟକ୍ଷ ତଥା ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଏ ଏସ କିରନ କୁମାର କହିଛନ୍ତି ଚନ୍ଦ୍ରଯାନ-୨ ଉପଗ୍ରହରରେ ଖଞ୍ଜାଯାଇଥିବା ଉପକରଣ ଗୁଡ଼ିକରେ ଅନେକ ନୂତନତ୍ବ ରହିଛି। ଏଥିଯୋଗୁ ନିରୀକ୍ଷଣ ଆଉ ଏକ ଉନ୍ନତ ଏବଂ ଉଚ୍ଚ ପର୍ଯ୍ୟାୟକୁ ଯାଇପାରିଛି। ଏଥିରେ ଚନ୍ଦ୍ରଯାନ-୨ର ପ୍ରକଳ୍ପ ନିର୍ଦ୍ଦେଶକ ବନିତା ଏମ ଯୋଗଦେଇ ଆସନ୍ତା କିଛିବର୍ଷ ପାଇଁ ଏହି ଉପଗ୍ରହଠାରୁ ଭଲ ତଥ୍ୟ ମିଳିବା ଆଶା ରହିଛି ବୋଲି କହିଥିଲେ। ଉକ୍ତ ଦୁଇ ଦିନିଆ କର୍ମଶାଳାର ଲାଇଭ ଷ୍ଟ୍ରିମିଂ ଇସ୍ରୋର ୱେବସାଇଟ୍ ଏବଂ ଫେସବୁକ୍‌ ପୃଷ୍ଠାରେ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe