ମହାରାଷ୍ଟ୍ର ସରକାର, ଅନିଲ ଦେଶମୁଖଙ୍କ ଆବେଦନ ଖାରଜ

Advertisment

ନିରପେକ୍ଷ ତଦନ୍ତ ଜରୁରୀ, ଦେଶମୁଖଙ୍କ ବିରୋଧରେ ଅଭିଯୋଗ ଗୁରୁତର

ନିରପେକ୍ଷ ତଦନ୍ତ ଜରୁରୀ, ଦେଶମୁଖଙ୍କ ବିରୋଧରେ ଅଭିଯୋଗ ଗୁରୁତର

ମହାରାଷ୍ଟ୍ର ସରକାର, ଅନିଲ ଦେଶମୁଖଙ୍କ ଆବେଦନ ଖାରଜ

Outlook India

ନୂଆଦିଲ୍ଲୀ : ଦୁର୍ନୀତି ମାମଲାରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ବମ୍ବେ ହାଇକୋର୍ଟ ଦେଇଥିବା ସିବିଆଇ ତଦନ୍ତ ନିର୍ଦ୍ଦେଶକୁ ବିରୋଧ କରି ଉଭୟ ଦେଶମୁଖ ଏବଂ ମହାରାଷ୍ଟ୍ର ସରକାର ସୁପ୍ରିମ‌କୋର୍ଟରେ ଆବେଦନ କରିଥିଲେ। ତେବେ ‌କୋର୍ଟ ଆଜି ଏହି ଆବେଦନକୁ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି, ପୂର୍ବତନ ମୁମ୍ବାଇ ପୁଲିସ କମିସନର ପରମବୀର ସିଂହ ‌ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଅତ୍ୟନ୍ତ ଗୁରୁତର। ତେଣୁ ଏହି ମାମଲାରେ ନିରପେକ୍ଷ ତଦନ୍ତ ଜରୁରୀ। ହାଇକୋର୍ଟ ଉକ୍ତ ମାମଲାରେ ପ୍ରାରମ୍ଭିକ ତଦନ୍ତ ନିର୍ଦ୍ଦେଶ ଦେଇଥିବାରୁ ଆମେ ଏଥିରେ ହସ୍ତକ୍ଷେପ କରିପାରିବୁ ନାହିଁ ବୋଲି ସୁପ୍ରିମ୍‌ କୋର୍ଟ ସ୍ପଷ୍ଟ କରିଛନ୍ତି।

ଯେତେବେଳେ ଜଣେ ବରିଷ୍ଠ ଅଧିକାରୀ ଜଣେ ବରିଷ୍ଠ ମନ୍ତ୍ରୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣୁଛନ୍ତି ସେ ସମୟରେ ନିରପେକ୍ଷ ତଦନ୍ତ ଆବଶ୍ୟକ। ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ସିବିଆଇ ତଦନ୍ତ ପାଇଁ ବମ୍ବେ ହାଇକୋର୍ଟ ଗତ ସୋମବାର ଦିନ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ ୧୫ ଦିନ ମଧ୍ୟରେ ଉକ୍ତ ମାମଲାର ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଉଭୟ ମହାରାଷ୍ଟ୍ର ସରକାର ଏବଂ ଅନିଲ ଦେଶମୁଖ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ‌ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe