ଦେଶର ପ୍ରଥମ କୋଭିଡ୍‌-୧୯ ପ୍ରତିଷେଧକ ଟିକା ପ୍ରସ୍ତୁତ କରିଥିବା ଏହି ମହାନାୟକ ଏକ ଚାଷୀ ପରିବାରର ପୁଅ

Advertisment
ଦେଶର ପ୍ରଥମ କୋଭିଡ୍‌-୧୯ ପ୍ରତିଷେଧକ ଟିକା ପ୍ରସ୍ତୁତ କରିଥିବା ଏହି ମହାନାୟକ ଏକ ଚାଷୀ ପରିବାରର ପୁଅ

betterindia

ହାଇଦ୍ରାବାଦ୍‌: ଦେଶରେ ପ୍ରଥମ କୋଭିଡ୍‌-୧୯ ପ୍ରତିଷେଧକ ଟିକା ‘କୋଭାସ୍କିନ୍‌’ ମାନବୀୟ ପରୀକ୍ଷଣ ଲାଗି ପ୍ରସ୍ତୁତ । ଆଇସିଏମ୍‌ଆର୍‌ ସହ ମିଶି ହାଇଦ୍ରାବାଦ୍‌ର ଭାରତ ବାୟୋଟେକ୍ ନାମକ ଏକ କମ୍ପାନି‌ ଏହି ଟୀକା ଉଦ୍ଭାବନ କରିବାରେ ସମର୍ଥ ହୋଇଛି ବୋଲି ସୂଚନା ରହିଛି।

ତେବେ ଏହି ଟିକା ପଛର ନାୟକ କିଏ ଜାଣନ୍ତି? ଏକ ମଧ୍ୟମ ବର୍ଗର ଚାଷୀ ପରିବାରର ପୁଅ ଡକ୍ଟର କ୍ରିଷ୍ଣା ଏଲା, ଯିଏକି ବର୍ତ୍ତମାନ ଭାରତ ବାୟୋଟେକ୍‌ କମ୍ପାନିର ଅଧ୍ୟକ୍ଷ।

ଡକ୍ଟର କ୍ରିଷ୍ଣା ଏଲା କହନ୍ତି, ‘କୃଷି ଉପରେ ପାଠ ପଢ଼ା ସାରିବା ପରେ ମୁଁ ପ୍ରଥମେ ଚାଷ କାମ କରିବି ବୋଲି ଭାବି ଥିଲି। ମାତ୍ର ମୋର ଆର୍ଥିକ ସମସ୍ୟା ହେତୁ ମୁଁ ‘ବେୟର୍‌’  ଔଷଧ କମ୍ପାନିରେ ଚାକିରି କଲି। ସେହି ସମୟରେ ମୁଁ ସ୍କଲାରସିପ୍‌ ପାଇଁ ପାଠ ପଢ଼ିବାକୁ ଆମେରିକା ପଳାଇଲି।’

publive-image cheaper hepatitis vaccine

ଡକ୍ଟର କ୍ରିଷ୍ଣା ୟୁନିଭରସିଟି ଅଫ୍‌ ହୱାଇରେ ମାଷ୍ଟର୍‌ ଡିଗ୍ରି କରିବା ପରେ ୟୁନିଭରସିଟି ଅଫ୍‌ ୱିସ୍‌କନ୍‌ସିନ୍‌-ମେଡିସନ୍‌ ନିଜର ପିଏଚ୍‌ଡି ଶେଷ କରି ୧୯୯୫ ମସିହାରେ ଭାରତ ଫେରିଥିଲେ।

ଟିକା ବାହାର କରି ସାରିବା ପରେ ଏକ ସାକ୍ଷାତ୍‌କାରରେ କ୍ରିଷ୍ଣା କହିଛନ୍ତି, ‘ମୋର ଭାରତ ଫେରିବାର କୌଣସି ଯୋଜନା ନଥିଲା। ମାତ୍ର ମୋ ମାଆ ବାଧ୍ୟ କରିବାରୁ ମୁଁ ଭାରତ ଆସିବାକୁ ବାଧ୍ୟ ହେଲି। ମୁଁ ଭାରତରୁ ଏକ ବ୍ୟବସାୟ ଯୋଜନା ନେଇ ଆସିଥିଲି।  ଭାରତରେ ଚାହିଦା ରହିଥିବା ଶସ୍ତା ହେପାଟାଇଟ୍‌ସ ଟିକା ବାହାର କରିବି ବୋଲି ଚିନ୍ତା କରିଥିଲି ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe