The Hindu Business Line
ନୂଆଦିଲ୍ଲୀ: ଗାଡ଼ିର ବାଧ୍ୟତାମୂଳକ ଫିଟନେସ୍ ପରୀକ୍ଷା କରିବାର ମହଲତକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଅକ୍ଟୋବର ୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସ୍ବୟଂକ୍ରିୟ ଟେଷ୍ଟିଂ ଷ୍ଟେସନ (ଏଟିଏସ୍) ମାଧ୍ୟମରେ ଫିଟନେସ୍ ପରୀକ୍ଷାକୁ ସରକାର ୨୦୨୨ ଏପ୍ରିଲ୍ ୫ରେ ବାଧ୍ୟତାମୂଳକ କରିଥିଲେ। ଭାରି ମାଲବାହୀ ଓ ଯାତ୍ରୀବାହୀ ଯାନ ପାଇଁ ଏହି ନିୟମକୁ ୨୦୨୩ ଏପ୍ରିଲ୍ ୧ରୁ ଏବଂ ମଧ୍ୟମ ମାଲବାହୀ ଯାନ ଓ ଯାତ୍ରୀବାହୀ ଯାନ ଓ ଲଘୁ ପରିବହନ ଯାନ ଲାଗି ତାହାକୁ ୨୦୨୪ ଜୁନ୍ ୧ରୁ ଲାଗୁ କରାଯିବ ବୋଲି ଘୋଷଣା କରାଯାଇଥିଲା।
ତେବେ ଦେଶରେ ସ୍ବୟଂକ୍ରିୟ ପରୀକ୍ଷା ଷ୍ଟେସନ୍ର ସ୍ଥିତିକୁ ବିଚାରକୁ ନେବା ପରେ ଭାରି ଯାନ ପାଇଁ ବାଧ୍ୟତାମୂଳକ ଫିଟ୍ନେସ୍ ପରୀକ୍ଷା ଅବଧିକୁ ଅକ୍ଟୋବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
Follow Us