ନୂଆ ସଂସଦ ଭବନରେ ଅଖଣ୍ଡ ଭାରତର ଛାପ

ନୂଆ ସଂସଦ ଭବନରେ ଅଖଣ୍ଡ ଭାରତର ଛାପ

tv9

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ରବିବାର ନୂତନ ସଂସଦ ଭବନ ଉଦଘାଟିତ ହୋଇଛି। ତେବେ ସଂସଦ ଭବନର ଗୋଟିଏ ସ୍ଥାନରେ ଅଖଣ୍ଡ ଭାରତର ଛାପ ଦେଖିବାକୁ ମିଳିଛି। ଅଖଣ୍ଡ ଭାରତର ବ୍ୟାପ୍ତି, କଳା କୌଶଳ ଓ ସାହିସକତାକୁ ନେଇ ବିଚକ୍ଷଣ ଶୈଳୀରେ କାଳାକୃତିଗୁଡିକ ପ୍ରଦର୍ଶନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନକୁ ଉଦଘାଟନ କରି ଦେଶବାସୀଙ୍କୁ ସମ୍ବୋଧନ କରି କହିଲେ ଯେ, ନୂଆ ସଂସଦ ଭବନର କାନ୍ଥରେ ଅନେକ କଳାକୃତି ପ୍ରଦର୍ଶିତ ହୋଇଛି, ଯାହାକି ଅଖଣ୍ଡ ଭାରତର କଥା କହୁଛି। ସେହି କଳାକୃତିଗୁଡିକ ଏବେ ସୋସିଆଲ ମିଡିଆରେ ପ୍ରଦର୍ଶିତ ହେଉଛି। ତେବେ ସେଥିରୁ ଗୋଟିଏ କଳାକୃତି ଅନେକ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି।

publive-image tv9

ପାକିସ୍ତାନରେ ଥିବା ତକ୍ଷଶିଳା ପର୍ଯ୍ୟନ୍ତ ଭାରତର ଅଧିକାରକୁ ଏଥିରୁ ଜାଣି ହେଉଛି। ଏହି ପ୍ରସ୍ତର କଳାକୃତି ତଳେ ପ୍ରାଚୀନ ଲିପିରେ କିଛି ବିଷୟ ଉଲ୍ଲେଖ ଥିବା ଏକ ପ୍ରସ୍ତରକୁ ଖଞ୍ଜା ଯାଇଛି। ଗଣମାଧ୍ୟମରେ ପ୍ରସାରିତ ଏହି ପ୍ରସ୍ତର କଳାକୃତିକୁ ଲୋକେ ଦେଖିବା ପରେ ଆରଏସଏସ ପକ୍ଷରୁ ଯେଉଁ ଅଖଣ୍ଡ ଭାରତର କଥା କୁହାଯାଉଛି ତାହା ଏହାର ଏକ ପ୍ରମାଣ ବୋଲି ମତ ଦେଇଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏ ସଂକ୍ରାନ୍ତରେ ଏକ ଟୁଇଟ କରି କହିଛନ୍ତି ଯେ, ପାକିସ୍ତାନର ତକ୍ଷଶିଳା ପର୍ଯ୍ୟନ୍ତ ଭାରତ ବ୍ୟାପ୍ତ ଥିଲା, ଯାହାକି ଏହି କଳାକୃତିରୁ ସମସ୍ତେ ଉପଲବ୍ଧ କରିପାରିବେ। ଭାରତ ଅଖଣ୍ଡ, ଭାରତୀୟମାନେ ସବୁବେଳେ ଏକଜୁଟ, ଯାହାକି ଆମର ସଂକଳ୍ପ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe