ମାସ୍କ ତିଆରି କରୁଛନ୍ତି ପ୍ରଥମ ମହିଳା ସବିତା କୋବିନ୍ଦ

Advertisment
ମାସ୍କ ତିଆରି କରୁଛନ୍ତି ପ୍ରଥମ ମହିଳା ସବିତା କୋବିନ୍ଦ

News Flash

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପତ୍ନୀ ତଥା ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ କରୋନା ମୁକାବିଲା କ୍ଷେତ୍ରରେ ସହଯୋଗର ହ‌ାତ ବଢ଼ାଇଛନ୍ତି। ପ୍ରେସିଡେଣ୍ଟ୍‌ସ ଇଷ୍ଟେଟ୍‌ର ଶକ୍ତି ହାଟରେ ସବିତା କୋବିନ୍ଦଙ୍କୁ ଫେସ ମାସ୍କ ସିଲାଇ କରୁଥିବା ଦେଖିବାକୁ ମିଳିଛି। ମୁହଁରେ ଏକ ମାସ୍କ ପିନ୍ଧି ସବିତା କୋବିନ୍ଦ ଫେସମାସ୍କ ତିଆରି କରୁଥିବାର ଫଟୋ ଇଣ୍ଟରନେଟ୍‌ରେ ପ୍ରସାରିତ ହୋଇଛି। ମିଳିଥିବା ସୂଚନାନୁଯାୟୀ ସବିତା କୋବିନ୍ଦ ଯେଉଁ ମାସ୍କ ପ୍ରସ୍ତୁତ କରୁଛନ୍ତି ତାକୁ ଦିଲ୍ଲୀର ବିଭିନ୍ନ ଆଶ୍ରୟସ୍ଥଳରେ ବଣ୍ଟାଯିବ। ସବିତା କୋବିନ୍ଦଙ୍କର ଏହି କ‌ାର୍ଯ୍ୟ ପାଇଁ ତାଙ୍କୁ ଉଚ୍ଚ ପ୍ରଶଂସା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe